ଭକ୍ତମୟ ଆଖଣ୍ଡଳମଣି ପୀଠ

ଆରଡି, ୨।୩(ଡି.ଏନ.ଏ.)

ଭଦ୍ରକ ଜିଲାର ଆରଡ଼ି ଆଖଣ୍ଡଳମଣି ପୀଠରେ ମହାଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ଭିଡ଼ ହୋଇଥିଲା। ମଙ୍ଗଳବାର ଭୋର ୪ଟାରେ ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଇଥିଲା ା ସାଢେ ୪ଟାରେ ବାବାଙ୍କ ସ୍ନାନକୃତ୍ୟ ସମ୍ପନ୍ନ ପରେ କନିକା ରାଜାଙ୍କ ପହିଲି ଘର୍ଷଣ ଲାଗି କରାଯାଇଥିଲା। ୫ଟାରେ ସାହାଣ ମେଲା କରାଯାଇ ଭକ୍ତଙ୍କୁ ଦିଗମ୍ବର ବେଶ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା। ବିଧି ଅନୁସାରେ ସକାଳ ଠାରୁ ରାତ୍ର ଯାଏ ବାବାଙ୍କୁ ଘର୍ଷଣ ଲାଗି କରାଯାଇଥିଲା ା ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ହୋଇଥିଲା ା
କଟକଣା ପାଇଁ ପୀଠରେ ୧୪୪ ଧାରା ବୁଧବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିବା ଜିଲା ପ୍ରଶାସନ ଘୋଷଣା କରିଥିଲା। ସ୍ବଳ୍ପ ସଂଖ୍ୟକ ପୋଲିସ ପୀଠରେ ମୁତୟନ କରାଯାଇଥିଲା। ଏହାର ସୁଯୋଗ ନେଇ ପୀଠକୁ ଶହଶହ ଭକ୍ତଙ୍କର ସୁଅ ଛୁଟିଥିଲା। ଆରଡି ଓ କୁଳେଇପଦା ମଧ୍ୟରେ ପୋଲିସ ବହୁ ଗାଡି ଅଟକାଇ ଥିଲେ ବି ସଂଖ୍ୟାଧିକ ଭକ୍ତ ପୀଠ ମଧ୍ୟକୁ ପ୍ରବେଶ କରିଥିଲେ। ଭକ୍ତମାନେ ପୀଠରେ ପ୍ରବେଶ କରିବା ସହ ଲମ୍ବା ଲାଇନରେ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପୀଠକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ଭଦ୍ରକ ସତ୍ୟସାଇ ସେବା ସଂଗଠନ, ଭଦ୍ରଜ ଜିଲା ରକ୍ତ ସଂଗଠନ, ବାବାମଣି ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଆଦି ସ୍ବେଚ୍ଛାସେବୀ ସଂଗଠନ ସେବା ଯୋଗାଇ ଦେଇଥିଲେ। ଅପରାହ୍ନରେ ୪ ପଞ୍ଚାୟତ ବ୍ୟତୀତ ଅନ୍ୟ ଶ୍ରଦ୍ଧାଳୁଙ୍କୁ ପୀଠକୁ ଛଡା ଯାଇ ନ ଥିଲା। ରାତିରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଶିବଗଙ୍ଗା ପୁଷ୍କରିଣୀ ପାର୍ଶ୍ୱରେ ଦୀପ ଜାଳି ଉଜାଗର ରହିଥିଲେ ା ରାତି ୧୧ ଟାରେ ସେବାୟତଙ୍କ ତରଫରୁ ୧୦୮ କଳସ ଜଳ ଲାଗି କରାଯାଇଥିଲା। ରାତି ୧୨ଟାରେ ମଣିବାବାଙ୍କର ସୁନାବେଶ ଆରମ୍ଭ ହୋଇଥିଲା ା ଏହି ସମୟରେ ଭକ୍ତଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଥିଲା ା ରାତ୍ର ୧.୩୦ରେ ସୁନାବେଶ ସମ୍ପନ୍ନ ହେବା ସହ ସର୍ବ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ରାତି ୩.୧୫ ମିନିଟରେ ମହାଦୀପ ପୂଜା ହେବା ସହ ୪ଟାରେ ବେଢା ପରିକ୍ରମା କରିବ। ଭୋର ୪.୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ଓ ସେବାୟତ ସଂଘ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ହୋଇଥିଲା ା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ସହ ପରିଚାଳକ ସୁଧାକର ବିଶ୍ୱାଳ, ଜିଲା ସୂଚନା ଅଧିକାରୀ ରମେଶ ଚନ୍ଦ୍ର ନାୟକ ପୀଠରେ ଉପସ୍ଥିତ ଥିଲେ ା ଧାମନଗର ଏସଡିପିଓ ବିଜୟ ମହାପାତ୍ର, ଧୂଷୁରୀ ଥାନାଧିକାରୀ ପ୍ରକାଶ ପୃଷ୍ଟି, ସବଇନ୍ସପେକ୍ଟର ମହାପ୍ରସାଦ ନାୟକ, ଆରଡି ଫାଣ୍ଡି ଅଧିକାରୀ ବୈଦ୍ୟନାଥ ସୋରେନ ପୀଠରେ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ସହ ଜାଗର ମହୋତ୍ସବ ଶେଷ ହୋଇଥିବାରୁ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri