ଆଜିଠୁ ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଖୁଣ୍ଟୁଣୀ,୧୧ା୧(ଡି.ଏନ୍‌.ଏ.): ସବୁ ଅପେକ୍ଷାର ଅନ୍ତ ଘଟିଛି, ଶେଷରେ କଟକ ମହାନଦୀ ପଠାରେ ଥିବା ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାର ଭକ୍ତଙ୍କୁ ସୁଯୋଗ ମିଳିଛି। ଦିନେ, ସପ୍ତାହେ କି ମାସେ ନୁହେଁ, ପ୍ରାୟ ଦୁଇ ମାସର ବ୍ୟବଧାନ ପରେ ବୁଧବାର ପୂର୍ବାହ୍ନ ୧୧ଟାରୁ ଧବଳେଶ୍ୱର ପୀଠକୁ ଯାଇ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ମହାନଦୀ ପଠାରେ ଚାଲିଥିବା ଅସ୍ଥାୟୀ ବାଲିବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି। ଏହି ରାସ୍ତାରେ ଶ୍ରଦ୍ଧାଳୁ ପ୍ରାୟ ୨କି.ମି. ଚାଲିକରି କିମ୍ବା ବାଇକ୍‌ ଓ ଅଟୋ ମାଧ୍ୟମରେ ମନ୍ଦିରକୁ ଯାଇପାରିବେ ବୋଲି ମଙ୍ଗଳବାର ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ତେବେ ୩୫ ଲକ୍ଷ ଟଙ୍କାରେ ନିର୍ମିତ ଏହି ବାଲିବନ୍ଧ ରାସ୍ତା ପାଇକେରାପୁର ତୁଠଠାରୁ ଧବଳେଶ୍ବରଙ୍କ ପଠାରେ ଥିବା ପର୍ଯ୍ୟଟନ ବିଭାଗ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ୨କିଲୋମିଟର ଲମ୍ବ ହେବ।
ସୂଚନାଯୋଗ୍ୟ, ଗୁଜରାଟ ଝୁଲାପୋଲ ଅଘଟଣ ପରେ କଟକ ଜିଲା ପ୍ରଶାସନ ତତ୍ପରତା ଦେଖାଇ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲର ମରାମତି କରିବାକୁ କହି ପୀଠ ପରିସରରେ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଲଗାଯାଇଥିଲା। କେବଳ ଠାକୁରଙ୍କ ନୀତିକାନ୍ତି ପାଇଁ ସେବାୟତଙ୍କ ବ୍ୟତୀତ ସର୍ବସାଧାରଣଙ୍କ ଲାଗି ଦର୍ଶନ ବ୍ୟବସ୍ଥା ବନ୍ଦ ରହିଥିଲା। ଫଳରେ ଏହାକୁ ସବୁଆଡୁ ବାଦ ପ୍ରତିବାଦ ହେଲା। ବହୁ ଶ୍ରଦ୍ଧାଳୁ ଧବଳେଶ୍ୱରଙ୍କ ନିକଟକୁ ଆସି ନିରାଶ ହୋଇ ଫେରିଥିଲେ। କାର୍ତ୍ତିକ ମାସ ଥିବାରୁ ହଜାର ବର୍ଷ ଧରି ବିନା ପ୍ରତିବନ୍ଧକରେ ଧବଳେଶ୍ୱରଙ୍କ ସେବା ପୂଜା କରି ନିଜ ପରିବାରକୁ ପ୍ରତିପୋଷଣ କରି ଆସୁଥିବା ବଂଶାନୁକ୍ରମିକ ସେବାୟତ ସମାଜର ମଧ୍ୟ କ୍ଷୋଭ ପ୍ରକାଶ କଲେ। ଏଥିଯୋଗୁ ସେବାୟତ ସାଙ୍ଗକୁ ସ୍ଥାନୀୟ ମଞ୍ଚେଶ୍ୱର ପଞ୍ଚାୟତର ଶହଶହ ଛୋଟବଡ଼ ବ୍ୟବସାୟୀମାନେ ଜୀବିକା ହରାଇଥିଲେ। ସବୁ ପକ୍ଷରୁ ଏହାର ପ୍ରତିବାଦ ହେବା ପରେ ଶେଷରେ ପ୍ରଶାସନ ବାଧ୍ୟହୋଇ ମହାନଦୀ ପଠାରେ ଅସ୍ଥାୟୀ ବାଲିବନ୍ଧ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଗତ ଡିସେମ୍ବର ୪ରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ଡକାଗଲା। ଟେଣ୍ଡର ୯ ତାରିଖରେ ଖୋଲାଯାଇ କଟକର ଏକ ସଂସ୍ଥା ଦ୍ୱାର ୩୫ ଲକ୍ଷ ଟଙ୍କାରେ ବାଲି କାମ ଆରମ୍ଭ ହୋଇ ପ୍ରାୟ ମାସକ ମଧ୍ୟରେ ଶେଷ ହେଲା। ତେବେ ବୁଧବାର ସକାଳ ୧୦ଟା ବେଳେ ଆଠଗଡ଼ ଉପଜିଲାପାଳ ସ୍ବାଇଁ ପ୍ରଥମେ ଏହି ଅସ୍ଥାୟୀ ବାଲିବନ୍ଧ ରାସ୍ତାରେ ଚାଲିି ସ୍ଥିତି ଦେଖିବେ। ଏହାପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ନିଜ ବାଇକ୍‌, ଅଟୋ ଆଦିରେ ଯାଇପାରିବେ। ଅପରପକ୍ଷେ ଝୁଲାପୋଲ ଉପରେ ଯାତାୟାତ ପାଇଁ ହୋଇଥିବା କଟକଣା ବଳବତ୍ତର ରହିବ ବୋଲି ଉପଜିଲାପାଳ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri