ସ୍ନାନବେଦିରେ ଶ୍ରୀବିଗ୍ରହଙ୍କୁ ଛୁଇଁପାରିବେନି ଶ୍ରଦ୍ଧାଳୁ

ପୁରୀ ଅଫିସ,୩୦।୫: ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ନୀଳାଦ୍ରି ଭକ୍ତନିବାସରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦେଶ ବାହାରେ ଥିବାରୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପରିଚାଳନା କମିଟିର ସଦସ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ, ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସବ୍‌କମିଟି ଓ ଛତିଶା ନିଯୋଗ ଦ୍ୱାରା ଅନୁମୋଦିତ ହୋଇଥିବା ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି। ସେହିପରି ସ୍ନାନଯାତ୍ରା ଦିନ ପହଣ୍ଡିପରଠାରୁ ଭକ୍ତଙ୍କ ନିରବଚ୍ଛିନ ଦର୍ଶନ ଚାଲୁ ରହିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ସ୍ନାନବେଦିରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ସ୍ନାନବେଦିରେ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଠିକ୍‌ ସମୟରେ ସରିବ ବୋଲି କାର୍ଯ୍ୟକାରୀ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ପରିକ୍ରମା ପ୍ରକଳ୍ପ ନେଇ ପ୍ରସ୍ତୁତ ହୋଇଥିବା ଭିଡିଓକୁ ନେଇ ବାରମ୍ବାର ବୈଠକ ହୋଇ ସମୀକ୍ଷା କରାଯିବ। ସେହିପରି ୨୦୨୪-୨୫ ବର୍ଷ ସୁଦ୍ଧା ସେବାୟତ ପିଲାଙ୍କ ପାଇଁ ଆବଶ୍ୟକ ଗୁରୁକୁଳ ନିର୍ମାଣ କରାଯିବ।
ସମ୍ପର୍କରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେନା କହିଛନ୍ତି, ପୂର୍ବରୁ ନୀତି ସବ୍‌ କମିଟି ଓ ଛତିଶା ନିଯୋଗ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହୋଇ ପରିଚାଳନା ବୈଠକରେ ତାହା ଅନୁମୋଦିତ ହୋଇଛି। ଗୁରୁକୁଳ ସମ୍ପର୍କରେ ଆଲୋଚନା ହୋଇ ୨୦୨୪ -୨୫ ସୁଦ୍ଧା ତାହା କାର୍ଯ୍ୟକାରୀ କରାଯିବ। ଶ୍ରୀମନ୍ଦିର ପରିକ୍ରମା ମାର୍ଗର କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ। ଭକ୍ତଙ୍କ ଶୃଙ୍ଖଳିତ ଯିବାଆସିବା ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ହସ୍ତତନ୍ତ୍ର ନିର୍ଦ୍ଦେଶାଳୟ ସହଯୋଗରେ ନୂତନ ଓ ବୈଜ୍ଞାନିକ ଶୈଳୀରେ ରେଶମ ବସ୍ତ୍ର ଏଣିକି ଶ୍ରୀମନ୍ଦିରରେ ବ୍ୟବହାର କରାଯିବ। ପରୀକ୍ଷାମୂଳକ ଭାବେ ପ୍ରଥମେ ରେଶମ ପୋକକୁ ନ ମାରି ୮୮ମିଟର ଲମ୍ବର ଗୀତ ଗୋବିନ୍ଦ ପାଟ ପ୍ରସ୍ତୁତ କରାଯାଇଛି । ଏହାକୁ ସାତ୍ତ୍ୱିକ ରେଶମ ବୋଲି ନାମ ଦିଆଯିବ। ପୂର୍ବରୁ ଏହି ଲମ୍ବର ଗୀତଗୋବିନ୍ଦ ପାଟ ପ୍ରସ୍ତୁତ ନେଇ ୪ରୁ ୭ଲକ୍ଷ ପୋକ ମାରି ରେଶମ ସୂତା ବାହାରୁଥିଲା। ଏବେ ରେଶମ ପୋକ ନ ମାରି ରେଶମ ବସ୍ତ୍ର ଶ୍ରୀମନ୍ଦିରରେ ବ୍ୟବହାର ହେବ। ଫଳରେ ବିନା ଜୀବ ହତ୍ୟାରେ ବସ୍ତ୍ର ପ୍ରସ୍ତୁତ ହୋଇପାରିବ। ଆଗମୀ ଦିନରେ କିପରି ଅଧିକ ବସ୍ତ୍ର ପ୍ରସ୍ତୁତ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ଭିତର ବ୍ୟବସ୍ଥାକୁ ଯେପର ଅଧିକ ସୃଦୁଢ଼ କରାଯିବ ସେନେଇ ଆଲୋଚନା ହୋଇଛି। ସେହିଭଳି ନୀତି ବିଳମ୍ବକୁ ନେଇ ଜେନା କହିଛନ୍ତି, ବର୍ତ୍ତମାନ ଭିତର ଚନ୍ଦନ ଏବଂ ଅନ୍ୟାନ୍ୟ ବିଶେଷ ନୀତି ଚାଲିଥିବାରୁ ନୀତି ବିଳମ୍ବ ହେଉଛି। ଅପରପକ୍ଷେ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ତାହା ବି କିଛିଟା କାରଣ ରହିଛି। ଭକ୍ତ ପାଇଁ ଚାରିଦ୍ୱାର ଖୋଲିବା ପ୍ରସ୍ତାବ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି। ମହାପ୍ରଭୁଙ୍କ ରତ୍ନପଲଙ୍କରେ ବ୍ୟବହାର ହେବାକୁ ଥିବା ହାତୀଦାନ୍ତ ନେଇ ସରକାର ଏବଂ ଜଙ୍ଗଲ ବିଭାଗ ସହ ଆଲୋଚନା କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ସସଦ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି, ରାଜେନ୍ଦ୍ର ଅଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ବୈଠକରେ ଅନୁମୋଦିତ ହେଲା। ସ୍ନାନବେଦିରେ ଶୃଙ୍ଖଳିତ ଦର୍ଶନ ସହ ଅବରୋଧ ମୁକ୍ତ ଦର୍ଶନ ନେଇ ଆଲୋଚନା କରାଯାଇଛି। ବୈଠକରେ ଶୃଙ୍ଖଳିତ ଦର୍ଶନ କିପରି ହୋଇପାରିବ ସେ ନେଇ ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ସ୍ନାନବେଦି ତଳେ ଭକ୍ତମାନେ ଦର୍ଶନ କରିବେ। ତେବେ ସକାଳଧୂପ ସରିବା ପରେ ଭକ୍ତମାନେ ସ୍ନାନବେଦିକୁ ଯିବେ କିନ୍ତୁ ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri