ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ

ପୁରୀ ଅଫିସ, ୫ା୧୨:ବିଶ୍ୱ ମାନଚିତ୍ରରେ ପୁରୀ ଏକ ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସହର ଭାବେ ପରିଚିତ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏଠାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଛୁଟି ଆସୁଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଶ୍ରୀମନ୍ଦିର ନିକଟସ୍ଥ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଲାଗି ପର୍ଯ୍ୟାପ୍ତ ପରିମାଣର ଶୌଚାଳୟ ଓ ପରିଶ୍ରାଗାର ନାହିଁ। ଏଥିଯୋଗୁ ସେମାନେ ହଇରାଣ ହେଉଛନ୍ତି। ବିଶେଷ କରି ମହିଳା ଓ ଛୋଟ ପିଲାଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପୂର୍ବରୁ ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣ ଦୋଳବେଦି କୋଣ ନିକଟରେ ଶ୍ରଦ୍ଧାଳୁଙ୍କ ଲାଗି ଶୌଚାଳୟ ଓ ପରିଶ୍ରାଗାର ରହିଥିଲା। ତେଣୁ ଶ୍ରଦ୍ଧାଳୁଙ୍କର ସମସ୍ୟା କିଛି ମାତ୍ରାରେ ଦୂର ହୋଇ ପାରୁଥିଲା। ମାତ୍ର ଶ୍ରୀମନ୍ଦିର ପରିକ୍ରମା ମାର୍ଗର କାର୍ଯ୍ୟ ଉକ୍ତ ଅଞ୍ଚଳରେ ଜାରି ରହିଥିବାରୁ ସେଠାରେ ଥିବା ଶୌଚାଳୟ ଓ ପରିଶ୍ରାଗାରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇ ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ପୂର୍ବରୁ ମନ୍ଦିର ପାଖରେ ଅସ୍ଥାୟୀ ବା ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏବେ ଉକ୍ତ ଅସ୍ଥାୟୀ ଶୌଚାଳୟ ଦେଖିବାକୁ ମିଳୁନାହିଁ। ଦକ୍ଷିଣ ଦ୍ୱାର ନିକଟରେ ଥିବା ଏକ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବହାର ଅନୁପୋଯୋଗୀ ହୋଇପଡ଼ିଛି। ଫଳରେ ଶ୍ରଦ୍ଧାଳୁମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅପରପକ୍ଷେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ଶେଡ୍‌ର ବ୍ୟାରିକେଡ ଉପରେ ଶ୍ରଦ୍ଧାଳୁମାନେ ସେମାନଙ୍କ ଲୁଗାପଟା ଶୁଖାଉଥିବା ସହ ରାସ୍ତାରେ ଜିନିଷପତ୍ର ଧରି ବସି ରହୁଥିବା ଦେଖିବାକୁ ମିଳୁଛି। ଏପରିକି ଅନେକ ଶ୍ରଦ୍ଧାଳୁ ବ୍ୟାରିକେଡ୍‌ ନିକଟରେ ରାତ୍ରି ଯାପନ କରୁଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ମଠ ଓ ଧର୍ମଶାଳାର ଅଭାବ। ପୂର୍ବରୁ ଆର୍ଥିକ ଦୁର୍ବଳ ଶ୍ରେଣୀର ଶ୍ରଦ୍ଧାଳୁ ପୁରୀ ଆସିଲେ କମ୍‌ ଅର୍ଥ ଦେଇ ଶ୍ରୀମନ୍ଦିର ଚାରିପଟେ ଥିବା ମଠ କିମ୍ବା ଧର୍ମଶାଳାରେ ରାତ୍ରୀଯାପନ କରିବା ସହ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିଲେ। ମାତ୍ର ବର୍ତ୍ତମାନ ମଠ ଓ ଧର୍ମଶାଳା ଉଚ୍ଛେଦ ହୋଇସାରିଥିବାରୁ ଶ୍ରଦ୍ଧାଳୁଙ୍କ ପକ୍ଷେ ଅଧିକ ଅର୍ଥ ଦେଇ ଲଜ୍‌, ହୋଟେଲ ଓ ଭକ୍ତ ନିବାସରେ ରହିବା ସମ୍ଭବପର ହେଉନାହିଁ। ସେହିପରି ଯେଉଁ କେତୋଟି ଧର୍ମଶାଳା ବର୍ତ୍ତମାନ ପୁରୀରେ ଅଛି ତାହ ସମୁଦ୍ରକୁ ଶଙ୍ଖେ ସଦୃଶ। ଏ ନେଇ ପୁରୀ ସହର ବାସିନ୍ଦା ବିକାଶ କୁମାର ପ୍ରଧାନ କହିଛନ୍ତି, ଶ୍ରୀକ୍ଷେତ୍ର ହେଉଛି ରାଜ୍ୟର ଧାର୍ମିକ ରାଜଧାନୀ ସହ ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରତିଦିନ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଓ ବେଳାଭୂମି ବୁଲିବା ସହ ନିକଟସ୍ଥ ଅନ୍ୟାନ୍ୟ ସ୍ଥାନ ପରିଭ୍ରମଣ ଉଦ୍ଦେଶ୍ୟରେ ଆସିଥାନ୍ତି। ମାତ୍ର ପ୍ରଶାସନର ବେପରୁଆ ମନୋଭାବ ଯୋଗୁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ପରିଶ୍ରାଗାର ଖୋଜିଲେ ପାଉନାହାନ୍ତି। ତେଣୁ ଏଣେତେଣେ ପରିଶ୍ରା କରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ସୁଲଭ ମୂଲ୍ୟରେ ରହିବା ପାଇଁ ଧର୍ମଶାଳା ନ ଥିବାରୁ ଅନେକ ଭକ୍ତ ମନ୍ଦିର ନିକଟରେ ବସିରହୁଥିବା ଦେଖିବାକୁ ମିଳୁଛି। ଏସବୁ ସସମ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ। ସମ୍ପ୍ରତି ପର୍ଯ୍ୟଟନ ଋତୁରେ ପୁରୀକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ତେଣୁ ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବା ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯିବା ଆବଶ୍ୟକ। ତେବେ ଏନେଇ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଶ୍ରୀମନ୍ଦିର ଚପଲ ଷ୍ଟାଣ୍ଡ ନିକଟରେ ଶ୍ରଦ୍ଧାଳୁଙ୍କ ଲାଗି ଶୌଚାଳୟ ରହିଛି। ସେଠାରେ ସମସ୍ତ ପ୍ରକାର ସୁବିଧା କରାଯାଇଛି। ବର୍ତ୍ତମାନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। କାର୍ଯ୍ୟ ସରିବା ପରେ ଶ୍ରଦ୍ଧାଳୁମାନେ ଅଧିକ ସୁବିଧା ପାଇପାରିବେ। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ଶୌଚାଳୟ ରଖାଯାଇଥିଲା ବୋଲି ସ୍ବାଇଁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri