Posted inଜାତୀୟ

ଗୁଟ୍‌କା ଖାଇବାକୁ ଷ୍ଟିଅରିଂ ଛାଡ଼ି ଦେଲେ ଡ୍ରାଇଭର, Mahakumbh ଯାଉଥିବା ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ବାରାଣସୀ,୧୫।୨: ମହାକୁମ୍ଭରେ ସ୍ନାନ କରିବା ଲାଗି ନେପାଳରୁ ଆସିଥିବା ଏକ ଯାତ୍ରୀ ଭର୍ତ୍ତି ବସ୍‌ ଉତ୍ତର ପ୍ରଦେଶର ଗାଜିପୁର ବାରାଣସୀ ରାଜପଥରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ବସ୍‌ରେ ଯାତ୍ରା କରୁଥିବା ଲୋକମାନେ ଗୁରୁତର ଆହତ ହୋଇଛନ୍ତି। ଏହା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାସ୍ଥଳ ଚିତ୍କାରରେ ଫାଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଏବଂ ପୋଲିସ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିଥିଲେ। ଏଥିରେ ମୋଟ ୨୫ ଜଣ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲ କଲେଜକୁ ପଠାଯାଇଛି। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨୪ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।

ଭୋର ସମୟରେ ମହାକୁମ୍ଭ ପାଇଁ ନେପାଳରୁ ଯାତ୍ରୀ ଭର୍ତ୍ତି ଏକ ବସ ଗାଜିପୁର ଜିଲାର ଗାଜିପୁର ବାରାଣସୀ ରାଜପଥର ସଦର କୋତୱାଲି ଅଞ୍ଚଳର ମିରନାପୁର ଗାଁ ନିକଟରେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ସେଠାରେ ନିକଟସ୍ଥ ଗ୍ରାମବାସୀ ଏବଂ ପୋଲିସ ପ୍ରଶାସନର ସହାୟତାରେ ସମସ୍ତ ୨୫ ଆହତଙ୍କୁ ସରକାରୀ ମେଡିକାଲ କଲେଜକୁ ପଠାଯାଇଥିଲା। ହେଲେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୪ ଜଣ ଯାତ୍ରୀ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ହାତ କଟିଯାଇଛି ଏବଂ ତାଙ୍କର ଅସ୍ତ୍ରୋପଚାର ଚାଲିଛି।

ସୂଚନାନୁଯାୟୀ, ନେପାଳର ବାରା ଜିଲ୍ଲାରୁ ପ୍ରାୟ ୪୨ ଜଣ ତୀର୍ଥଯାତ୍ରୀ ମହାକୁମ୍ଭରେ ସ୍ନାନ କରିବା ପାଇଁ ଗାଜିପୁର ଦେଇ ପ୍ରୟାଗରାଜ ଏବଂ ବାରାଣସୀକୁ ଏକ ବସ ଯୋଗେ ଯାତ୍ରା କରୁଥିଲେ। ଶନିବାର ସକାଳେ ବସ ଡ୍ରାଇଭର ପ୍ରଥମେ ଗୋଟିଏ ଗୁଟ୍‌ଖା ଚିରି ତାଙ୍କ ପାଟିରେ ପୁରାଇ ଥିଲେ। ଯାତ୍ରୀମାନେ ମନା କରିବା ସତ୍ତ୍ୱେ, ଡ୍ରାଇଭରଜଣଙ୍କ ଦ୍ୱିତୀୟ ପ୍ୟାକେଟଟିକୁ ମଧ୍ୟ ଷ୍ଟିଅରିଂ ଛାଡି ଖୋଲି ଦୁଇ ହାତରେ ପାଟିରେ ପକାଇଥିଲେ। ଏହି ସମୟରେ ବସ୍‌ଟି ବିକଟାଳ ଶବ୍ଦ କରି ଓଲଟି ପଡ଼ିଥିଲା। ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶବ୍ଦ ଶୁଣି ପାଖ ଗାଁ ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ।

ଏହା ପରେ କିଛି ଲୋକ ୧୧୨ କୁ ଫୋନ କରି ଏ ବିଷୟରେ ଜଣାଇଥିଲେ। ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୋଲିସ ସହାୟତାରେ ସମସ୍ତ ଆହତଙ୍କୁ ତୁରନ୍ତ ଜିଲା ଡାକ୍ତରଖାନାକୁ ପଠାଯାଇଥିଲା। ବସ ତଳେ ଫସି ରହିଥିବା ଜଣେ ଯାତ୍ରୀଙ୍କୁ ବହୁ କଷ୍ଟରେ ବସ୍‌ରୁ ବାହାର କରାଯାଇ ସରକାରୀ ମେଡିକାଲ କଲେଜକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri