Posted inଜାତୀୟ

ଗୁଟ୍‌କା ଖାଇବାକୁ ଷ୍ଟିଅରିଂ ଛାଡ଼ି ଦେଲେ ଡ୍ରାଇଭର, Mahakumbh ଯାଉଥିବା ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ବାରାଣସୀ,୧୫।୨: ମହାକୁମ୍ଭରେ ସ୍ନାନ କରିବା ଲାଗି ନେପାଳରୁ ଆସିଥିବା ଏକ ଯାତ୍ରୀ ଭର୍ତ୍ତି ବସ୍‌ ଉତ୍ତର ପ୍ରଦେଶର ଗାଜିପୁର ବାରାଣସୀ ରାଜପଥରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ବସ୍‌ରେ ଯାତ୍ରା କରୁଥିବା ଲୋକମାନେ ଗୁରୁତର ଆହତ ହୋଇଛନ୍ତି। ଏହା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାସ୍ଥଳ ଚିତ୍କାରରେ ଫାଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଏବଂ ପୋଲିସ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିଥିଲେ। ଏଥିରେ ମୋଟ ୨୫ ଜଣ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲ କଲେଜକୁ ପଠାଯାଇଛି। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨୪ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।

ଭୋର ସମୟରେ ମହାକୁମ୍ଭ ପାଇଁ ନେପାଳରୁ ଯାତ୍ରୀ ଭର୍ତ୍ତି ଏକ ବସ ଗାଜିପୁର ଜିଲାର ଗାଜିପୁର ବାରାଣସୀ ରାଜପଥର ସଦର କୋତୱାଲି ଅଞ୍ଚଳର ମିରନାପୁର ଗାଁ ନିକଟରେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ସେଠାରେ ନିକଟସ୍ଥ ଗ୍ରାମବାସୀ ଏବଂ ପୋଲିସ ପ୍ରଶାସନର ସହାୟତାରେ ସମସ୍ତ ୨୫ ଆହତଙ୍କୁ ସରକାରୀ ମେଡିକାଲ କଲେଜକୁ ପଠାଯାଇଥିଲା। ହେଲେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୪ ଜଣ ଯାତ୍ରୀ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ହାତ କଟିଯାଇଛି ଏବଂ ତାଙ୍କର ଅସ୍ତ୍ରୋପଚାର ଚାଲିଛି।

ସୂଚନାନୁଯାୟୀ, ନେପାଳର ବାରା ଜିଲ୍ଲାରୁ ପ୍ରାୟ ୪୨ ଜଣ ତୀର୍ଥଯାତ୍ରୀ ମହାକୁମ୍ଭରେ ସ୍ନାନ କରିବା ପାଇଁ ଗାଜିପୁର ଦେଇ ପ୍ରୟାଗରାଜ ଏବଂ ବାରାଣସୀକୁ ଏକ ବସ ଯୋଗେ ଯାତ୍ରା କରୁଥିଲେ। ଶନିବାର ସକାଳେ ବସ ଡ୍ରାଇଭର ପ୍ରଥମେ ଗୋଟିଏ ଗୁଟ୍‌ଖା ଚିରି ତାଙ୍କ ପାଟିରେ ପୁରାଇ ଥିଲେ। ଯାତ୍ରୀମାନେ ମନା କରିବା ସତ୍ତ୍ୱେ, ଡ୍ରାଇଭରଜଣଙ୍କ ଦ୍ୱିତୀୟ ପ୍ୟାକେଟଟିକୁ ମଧ୍ୟ ଷ୍ଟିଅରିଂ ଛାଡି ଖୋଲି ଦୁଇ ହାତରେ ପାଟିରେ ପକାଇଥିଲେ। ଏହି ସମୟରେ ବସ୍‌ଟି ବିକଟାଳ ଶବ୍ଦ କରି ଓଲଟି ପଡ଼ିଥିଲା। ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶବ୍ଦ ଶୁଣି ପାଖ ଗାଁ ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ।

ଏହା ପରେ କିଛି ଲୋକ ୧୧୨ କୁ ଫୋନ କରି ଏ ବିଷୟରେ ଜଣାଇଥିଲେ। ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୋଲିସ ସହାୟତାରେ ସମସ୍ତ ଆହତଙ୍କୁ ତୁରନ୍ତ ଜିଲା ଡାକ୍ତରଖାନାକୁ ପଠାଯାଇଥିଲା। ବସ ତଳେ ଫସି ରହିଥିବା ଜଣେ ଯାତ୍ରୀଙ୍କୁ ବହୁ କଷ୍ଟରେ ବସ୍‌ରୁ ବାହାର କରାଯାଇ ସରକାରୀ ମେଡିକାଲ କଲେଜକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri