ଯନ୍ତ୍ରୀଙ୍କ ବଦଳି ପରେ ୬ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ଠପ୍ : ବଢୁଛି ଜନଅସନ୍ତୋଷ 

ଦିଗପହଣ୍ଡି,୧୯|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରସହକାରୀ ଯନ୍ତ୍ରୀ ଇଂ. ସୁଶାନ୍ତ କୁମାର ଚୌଧୁରୀ ଙ୍କ ପ୍ରାୟ ୭ ମାସ ହେଲା ଜଗନ୍ନାଥ ପ୍ରସାଦ ବ୍ଲକ କାର୍ଯ୍ୟାଳୟ କୁ ବଦଳି ହେଲା ପରେ ମଧ୍ୟ ଅଦ୍ୟାବଧି ୬ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ କରାଯାଇଥିବା  ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକର ବିଲ୍ ମଞ୍ଜୁରୀ ପାଇଁ ସେ ଦସ୍ତଖତ କରୁନଥିବା କାରଣରୁ କାମ କରିଥିବା ଲୋକେ ହଇରାଣ ହେଉଛନ୍ତି। ପୂର୍ବରୁ ସହକାରୀ ଯନ୍ତ୍ରୀ  ଙ୍କୁ ଦିଗପହଣ୍ଡି ବ୍ଲକ ଅଧିନ ଭ୍ରମରପୁର, ଗୌଡ଼ଗାଁ,ଚୌଧୁରୀ ଟିକରପଡା, ବିଜୟ ଲକ୍ଷ୍ମୀନାରାୟଣପୁର, ଗୋକର୍ଣ୍ଣପୁର ଓ ବଡଡୁମ୍ବୁଳା ପ୍ରଭୃତି ୬ଟି ପଞ୍ଚାୟତ ଅଧିନ ଗାଁ ମାନଙ୍କର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ନିମନ୍ତେ ବିଡ଼ିଓ ଅନାମିକା ପାଣ୍ଡେ ଦାୟିତ୍ଵ ଦେଇଥିଲେ। ଏହି ସବୁ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଦୀର୍ଘଦିନ ହେଲା ସରିଥିଲେ ମଧ୍ୟ ଏଯାବତ୍ ବିଲ୍ ମଞ୍ଜୁରୀ ହୋଇନାହିଁ।ପ୍ରକଳ୍ପ ନିର୍ମାଣ ଦାୟିତ୍ବ ନେଇ ଖର୍ଚ୍ଚ କରିଥିବା ଲୋକଙ୍କୁ ପ୍ରାୟ ୭ ମାସ ହେଲା ପ୍ରାପ୍ୟ ଅର୍ଥରାଶି ମିଳିପାରିନାହିଁ। ଫଳରେ ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମନ୍ତେ ଅନ୍ୟ କେହି ଆଗ୍ରହ ପ୍ରକାଶ କରୁନଥିବା କାରଣରୁ ସମ୍ପୃକ୍ତ ପଞ୍ଚାୟତ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ଉକ୍ତ ସହକାରୀ ଯନ୍ତ୍ରୀ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରୁ ରିଲିଭ୍ ହୋଇ ଜଗନ୍ନାଥ ପ୍ରସାଦ ବ୍ଲକ କାର୍ଯ୍ୟାଳୟରେ ଜଏନିଂ ରିପୋର୍ଟ ପ୍ରଦାନ କରି କାର୍ଯ୍ୟଭାର ଗ୍ରହଣ କରିସାରିଥିଲେ ମଧ୍ୟ ସେ ପୂର୍ବରୁ ଦାୟିତ୍ୱରେ ଥିବା ଦିଗପହଣ୍ଡି ବ୍ଲକ ୬ ପଞ୍ଚାୟତର  ଉନ୍ନୟନ କାର୍ଯ୍ୟ କରିଥିବା ଲୋକଙ୍କ ବିଲ୍ ମଞ୍ଜୁର ନଥି ରେ ଦସ୍ତଖତ କରୁନଥିବା କାରଣରୁ  ସେମାନେ ହଟହଟାର ସମ୍ମୁଖୀନ ହୋଇଛନ୍ତି। ଏନେଇ ବିଡ଼ିଓ ଙ୍କୁ ପଚାରିବାରୁ ସହକାରୀ ଯନ୍ତ୍ରୀ ଜଣକ ସମସ୍ତ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ବିଲ୍ ନକରିବା ପର୍ଯ୍ୟନ୍ତ ତାଙ୍କ ଏଲପିସି ଜଗନ୍ନାଥ ପ୍ରସାଦ ବ୍ଲକ କାର୍ଯ୍ୟାଳୟକୁ  ପଠାଯିବ ନାହିଁ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?