ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ଅପହଞ୍ଚ: ଅନ୍ଧାରରେ ୭୭ ଗାଁର ୨ ହଜାର ପରିବାର

ଲାଞ୍ଜିଗଡ଼,୨୦ା୨(ରମେଶ ଚନ୍ଦ୍ର ନାୟକ): ସ୍ବାଧୀନତାର ୭୭ବର୍ଷ ପରେ ବି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇରହିଛି। ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ୭୭ ଗାଁର ୨ ହଜାର ପରିବାର ଅନ୍ଧାରରେ ରହିଛନ୍ତି। ସୂଚନା ଅନୁସାରେ ଭଟାଙ୍ଗପଦର ପଞ୍ଚାୟତର ୧୦ ଗ୍ରାମ, ଗୁଣ୍ଡରି ପଞ୍ଚାୟତର ୭, ବେଡାଗାଁ ପଞ୍ଚାୟତର ୭, ଲାଞ୍ଜି ପଞ୍ଚାୟତର ୪, ବନ୍ଧପାରି ପଞ୍ଚାୟତର ୩, ଭୁର୍ତ୍ତିଗଡ଼ ପଞ୍ଚାୟତର ୧୦, କମର୍ଦ୍ଧା ପଞ୍ଚାୟତର ୩, କଦମଗୁଡା ପଞ୍ଚାୟତର ୩, କାନକୁଟୁରୁ ପଞ୍ଚାୟତର ୨, ବେନଗାଁ ପଞ୍ଚାୟତର ୭, ଲାଖବାହିଲି ପଞ୍ଚାୟତର ୧, ମାଳିଯୁବାଙ୍ଗ ପଞ୍ଚାୟତର ୨, ବିଜେପୁର ପଞ୍ଚାୟତର ୩, ତ୍ରିଲୋଚନପୁର ପଞ୍ଚାୟତର ୧୨, ଲାଞ୍ଜିଗଡ ପଞ୍ଚାୟତର ୨, ଛତ୍ରପୁର ପଞ୍ଚାୟତର ୧ ଗୋଟି ଗ୍ରାମ ଅନ୍ଧାରରେ ରହିଛି। ଏଥିମଧ୍ୟରୁ ପ୍ରାୟ ୨୫ରୁ ୩୦ ଗୋଟି ଗାଁରେ ସୌରଚାଳିତ ବିଦ୍ୟୁତ କାର୍ଯ୍ୟକାରୀ ହୋଇଥିବା ସରକାରୀ ତଥ୍ୟରେ କାଗଜପତ୍ର ଦ୍ବାରା ଦର୍ଶାଯାଉଛି।

କିନ୍ତୁ ଏହି ଗାଁ ଗୁଡ଼ିକର ସୋଲାର ବିଦ୍ୟୁତ୍‌ ଲାଇଟ ଠିକ୍‌ଭାବରେ କାର୍ଯ୍ୟକାରୀ ହେଉନହିଁ। କେଉଁଠି ବ୍ୟାଟେରି ନାହିଁ ତ କେଉଁଠି ସୋଲାର ଚାର୍ଜ ମଧ୍ୟ ଠିକ୍‌ ଭାବରେ ରହୁନାହିଁ। ବିଭିନ୍ନ ସ୍ଥାନରେ ସୋଲାର ଲାଇଟ ଖରାପ ହେଲେ ମଧ୍ୟ ଏହାର ମରାମତି ପାଇଁ କୌଣସି ବ୍ୟବସ୍ଥା ନାହିଁ। ବହୁ ଅଞ୍ଚଳରେ ନାମକୁ ମାତ୍ର ସୋଲାର ଲାଗିଛି । ସେହିପରି ୧୦ ଗୋଟି ଗ୍ରାମରେ ଟ୍ରାନ୍ସଫର୍ମର ବସି ତାର ମଧ୍ୟ ଟଣାଯାଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଗାଁକୁ ବିଜୁଳି ସଂଯୋଗ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଦୁର୍ଗମ ଅଞ୍ଚଳବାସୀଙ୍କୁ ବିଜୁଳି ମିଳିବା ସ୍ବପ୍ନ ପାଲଟିଛି। ଫଳରେ ଲୋକେ ଭାଗ୍ୟକୁ ଆଦରି ଡିବିରି ଆଲୁଅରେ ଜୀବନ ଅତିବାହିତ କରୁଛନ୍ତି। ବର୍ଷାଦିନେ ଏମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗିନ ହୋଇପଡ଼େ। ବିଭିନ୍ନ ସ୍ଥାନକୁ ରାସ୍ତା ନ ଥିବାବେଳେ ରାତିରେ ଆଲୁଅ ନ ଥିବା ଯୋଗୁ ଅନ୍ଧାରରେ ନିଜର ଭିଟାମାଟିରେ ଭାଗ୍ୟକୁ ଆଦରି ପଡ଼ି ରହିଥାନ୍ତି। ନିର୍ବାଚନ ଆସିଲେ ରାଜନେତାମାନେ ବିଦ୍ୟୁତ୍‌ ସଂଯୋଗ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତଉଥିବାବେଳେ ନିର୍ବାଚନ ସରିଲେ ସେମାନଙ୍କ କଥା ଭୁଲି ଯାଆନ୍ତି। ନୂତନ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

SCB ମେଡିକାଲ ଅଗ୍ନିକାଣ୍ଡ: ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

କଟକ,୧୭।୩: କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ।…

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri