ବିକାଶ ପ୍ରତିଶ୍ରୁତି ଧୂଆଁବାଣ

ଯାଜପୁର,୧୦ା୭(ହର୍ଷବର୍ଦ୍ଧନ ବେହେରା): ୧୨୮ ବର୍ଷର ପୁରାତନ ଯାଜପୁର ରୋଡ ରେଳଷ୍ଟେଶନ ସବୁକ୍ଷେତ୍ରରେ ଅବହେଳିତ। ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ସହରର ମଧ୍ୟ ଭାଗରେ ଥିବା ଏହି ଷ୍ଟେଶନକୁ ଲାଗି ଗୁଡସ୍‌ ସେଡ୍‌ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଏହାବାଦ୍‌ ଗୁଡସ୍‌ ସେଡ୍‌ରୁ ବିଭିନ୍ନ ସାମଗ୍ରୀ ପରିବହନ ଯୋଗୁ ସହରରେ ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। ଏହି ଷ୍ଟେଶନର ନାମ ମୂଳରୁ ଯାଜପୁର-କେନ୍ଦୁଝର ରୋଡ ରହିଥିବାବେଳେ କେନ୍ଦୁଝରକୁ ଗୋଟିଏ ବି ଯାତ୍ରୀ ଟ୍ରେନ ଚାଲୁନାହିଁ। ଏହାବାଦ୍‌ ସମସ୍ତ ଦ୍ରୁତଗାମୀ ଟ୍ରେନ ଚଳାଚଳ, ଡିଭିଜନ ମାନ୍ୟତା ଆଦି ଅନେକ ଦାବି ନେଇ ଯାଜପୁର ରୋଡ ଷ୍ଟେଶନର ପରାମର୍ଶଦାତା କମିଟିର ସଭ୍ୟ ଭାଗୀରଥି ଆଚାର୍ଯ୍ୟଙ୍କ ଆବାହକତ୍ୱରେ ସହରବାସୀ ଡାକଯୋଗେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନ ଉପରେ ଏସିଆ ମହାଦେଶର ଇସ୍ପାତ୍‌ ରାଜଧାନୀ କୁହାଯାଉଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ବହୁ ଲୋକ ନିର୍ଭର କରିଥାନ୍ତି। ଦେଶ ବିଦେଶରୁ ହଜାର ହଜାର ଯାତ୍ରୀ ଏଠାକୁ ନିଯୁକ୍ତି ଓ ବ୍ୟବସାୟ ପାଇଁ ଯିବାଆସିବା କରିଥାନ୍ତି। ଏହି ଷ୍ଟେଶନରୁ ବାର୍ଷିକ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରେଳ ବିଭାଗ ଆୟ କରୁଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ଷ୍ଟେଶନକୁ ‘ଏ’ କ୍ୟାଟେଗୋରୀ ଷ୍ଟେଶନ ଭାବେ ଘୋଷଣା କରାଯାଇଛି। ହେଲେ ବିଡମ୍ବନା ଯେ, ଏ ପର୍ଯ୍ୟନ୍ତ ଆବଶ୍ୟକ ସୁବିଧା ସୁଯୋଗରୁ ଏହି ଷ୍ଟେଶନ ବଞ୍ଚିତ ରହିଛି। ପୂର୍ବରୁ ସ୍ଥାନୀୟ ଲୋକେ ଏ ନେଇ ଦାବି କରି ଆସୁଥିଲେ ହେଁ ରେଳ କର୍ତ୍ତୃପକ୍ଷ ଅଣଦେଖା କରି ଆସୁଛନ୍ତି। ଏଠାରେ ଏକାଧିକ ଦ୍ରୁତଗାମୀ ଟ୍ରେନ ରହୁ ନ ଥିବାରୁ ଜନସାଧାରଣ ଭଦ୍ରକ, କଟକ, ଭୁବନେଶ୍ୱର ଯିବାକୁ ବାଧ୍ୟ ହେଉଛନ୍ତି। ପରାମର୍ଶଦାତା କମିଟି ବୈଠକରେ ବିଭିନ୍ନ ଦାବି ନେଇ ଆଲୋଚନା ଓ ସିଦ୍ଧାନ୍ତ ଗ୍ରହଣ ହେଉଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ। ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ଅମୃତ ଭାରତ ଯୋଜନାରେ ଯାଜପୁର ରୋଡ ଷ୍ଟେଶନକୁ ସ୍ଥାନିତ କରାଯାଇଥିଲେ ହେଁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନାହିଁ। ବିଶେଷକରି ଏହି ଷ୍ଟେଶନକୁ ଲାଗି ରହିଥିବା ଗୁଡସ୍‌ ସେଡ୍‌କୁ ସ୍ଥାନାନ୍ତର ପାଇଁ ବାରମ୍ବାର ପ୍ରସ୍ତାବ ହେଉଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ସେହିପରି ଷ୍ଟେଶନର ଉଭୟ ପାର୍ଶ୍ୱରେ ବେଆଇନ ପାର୍କିଂ ସମେତ ପରିବା ଓ ଉଠାଦୋକାନୀଙ୍କ ଅକ୍ତିଆର ଯୋଗୁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ କେବଳ ପ୍ରସ୍ତାବରେ ସୀମିତ ରହିଛି। ପୂର୍ବ ଓ ପଶ୍ଚିମରେ ଥିବା ଲେବୁଲ କ୍ରସିଂ ବନ୍ଦ ରହିଥିଲେ ଯାତ୍ରୀ ଓ ସାଧାରଣ ଜନତା ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଦକ୍ଷିଣ ପାର୍ଶ୍ୱରେ ବାଇକ୍‌/ଚାରି ଚକିଆ ଯାନ ପାଇଁ ଷ୍ଟାଣ୍ଡ ନିର୍ମାଣ ସହିତ ଏକ ଟିକେଟ୍‌ କାଉଣ୍ଟର ଖୋଲିବାକୁ ଦାବି ହେଉଛିି। ମେମୁ ଟ୍ରେନ ଚଳାଚଳରେ ଯାଜପୁର-କେନ୍ଦୁଝର ଅଞ୍ଚଳକୁ ଅବହେଳା କରାଯାଇଛି। ଏହାବାଦ୍‌ କ୍ଲକ୍‌ ରୁମ, ଶୀତତାପ ନିୟନ୍ତ୍ରିତ ୱେଟିଂହଲ, ସବୁଦିନ ପାଇଁ ରାଜଧାନୀ ଏକ୍ସପ୍ରେସର ରହଣୀ ଇତ୍ୟାଦି ଦାବି ଆଲୋଚନାରେ ସୀମିତ ରହିଛି। ଏହାବାଦ୍‌ ଷ୍ଟେଶନର ପୂର୍ବଦିଗକୁ ଗଳିପୋଲ ଓ ଏକ ଫ୍ଲାଏଓଭର ବ୍ରିତ୍‌ ପ୍ରସ୍ତାବ ସମେତ ଏହାର ନାମ ପରିବର୍ତ୍ତନ କରି ଯାଜପୁର ରୋଡ ନାମରେ ନାମିତ ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଆନ୍ଦୋଳନ ଦାନା ବାନ୍ଧୁଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri