ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ଟର୍ମିନାଲ ନିର୍ମାଣ ଦାବି

ବ୍ରହ୍ମପୁର ଅଫିସ,୨୯।୩:  ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ରେଳ ଟର୍ମିନାଲ ନିର୍ମାଣ ଦାବିରେ ଓଡ଼ିଶା ଡେଭଲପ୍‌ମେଣ୍ଟ୍‌ ଫୋରମ୍‌ ପୂର୍ବତଟ ରେଲୱେ ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଓ ସିପିଟିଏମ୍‌(ଚିଫ୍‌ ପାସେଞ୍ଜର ଟ୍ରାନ୍ସପ୍ରୋଟେକ୍‌ଶନ ମ୍ୟାନେଜର) ଜେ.ପି. ମିଶ୍ରଙ୍କ ସହ ଭୁବନେଶ୍ୱର ରେଲୱେ କାର୍ଯ୍ୟାଳୟଠାରେ ଆଲୋଚନା କରିଛନ୍ତି। ଏଥିସହ ଫୋରମ୍‌ ପକ୍ଷରୁ ଉପ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡିକ ମଧ୍ୟରେ ବ୍ରହ୍ମପୁର ନିକଟବର୍ତ୍ତୀ ଜଗନ୍ନାଥପୁର କିମ୍ବା ସୋରଳରେ ରହଣି ଓ ଛାଡିବା ପାଇଁ ଟର୍ମିନାଲ ନିର୍ମାଣ, ୫ ଓ ୬ନଂ ପ୍ଲାଟଫର୍ମର ନିର୍ମାଣ, ଗରିବ ରଥ ଓ ସବୁ ଟ୍ରେନ୍‌ ରହଣିକୁ ସୁନିଶ୍ଚିତ କରିବା, ପ୍ରତି ପ୍ଲାଟଫର୍ମରେ ଲିଫ୍ଟ ଓ ଡିସ୍‌ପ୍ଲେ ବୋର୍ଡ, ଆଲୋକୀକରଣ, ପାନୀୟ ଜଳ ଓ ଖାଦ୍ୟ ବ୍ୟବସ୍ଥା ସହ ପ୍ଲାଟଫର୍ମ ଏବଂ ଷ୍ଟେଶନ ବାହାରେ ଶୌଚାଳୟ ସ୍ଥାପନ ପାଇଁ ଦାବି ହୋଇଛି।
ଆରମ୍ଭ ହୋଇଥିବା ମେମୁ ଟ୍ରେନ୍‌କୁ ଗୁଣପୁରକୁ ସମ୍ପ୍ରସାରିତ କରାଯିବାକୁ ଦାବି ହୋଇଥିଲା। ତତ୍‌ସହିତ ସ୍ବତନ୍ତ୍ର ମେମୁ ଟ୍ରେନ ଦ୍ୱାରା ବ୍ରହ୍ମପୁରଠାରୁ କଟକ, ଭୁବନେଶ୍ୱର, ପୁରୀ ଓ ବିଶାଖାପାଟଣାକୁ ସଂଯୋଗ କରିବା ପାଇଁ ଦାବି ହୋଇଛି। ଅନ୍ୟପଟେ ବ୍ରହ୍ମପୁର-ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନ ସମୟ ସୀମା ସକାଳ ୬ଟା ୩୦ରୁ କରାଯିବାକୁ ଦାବି ହୋଇଥିଲା। ଏଥିସହ ବହୁ ପ୍ରତୀକ୍ଷିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର-ରାୟଗଡା, ଗୋପାଳପୁର-ତାଳଚେର ଭାୟା ତାରାତାରିଣୀ-ବୁଗୁଡା, ଗୁଣପୁର-ରାୟଗଡା, ଜୟପୁର-ମାଲକାନଗିରି-ନବରଙ୍ଗପୁର ରେଳପଥର କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଫୋରମ୍‌ ଦାବି କରିଥିଲା। ଏତଦ୍‌ ବ୍ୟତୀତ ଦକ୍ଷିଣ ଓଡ଼ିଶାର ଇଷ୍ଟଦେବୀ ତାରାତାରିଣୀ ସମେତ ଗଞ୍ଜାମର ବରପୁତ୍ର ଉପେନ୍ଦ୍ର ଭଞ୍ଜ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଚକରା ବିଶୋଇଙ୍କ ନାମରେ ଦୂରଗାମୀ ଟ୍ରେନଗୁଡିକର ନାମକରଣ କରିବା ପାଇଁ ଫୋରମ୍‌ ଦାବି କରିଛି। ଏ ନେଇ ପୂର୍ବତଟ ରେଲୱେ ଉପମହାପ୍ରବନ୍ଧକ ବ୍ରହ୍ମପୁର-ବିଶାଖାପାଟଣା ଇଣ୍ଟରସିଟିର ସମୟ ପରିବର୍ତ୍ତନ ସହ ବ୍ରହ୍ମପୁର-କଟକ ଓ ପୁରୀ ପାଇଁ ଟ୍ରେନ୍‌ ବ୍ୟବସ୍ଥା ଏବଂ ବ୍ରହ୍ମପୁର ଷ୍ଟେଶନରେ କିଛି ଟ୍ରେନର ରହଣିକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶୁ୍ରତି ଦେଇଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ଫୋରମ୍‌ ସମ୍ପାଦକ ଭି. ସୋମେଶ୍ୱର ରାଓ, ସହସମ୍ପାଦକ ମାନସ ରଞ୍ଜନ ପାତ୍ର, ବି. ଶଙ୍କର ପାତ୍ରଙ୍କ ସମେତ ପ୍ରବୀଣ ପଟ୍ଟନାୟକ ଓ ବିନୋଦ ସାବତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri