ପ୍ରତିଶ୍ରୁତିରେ ଅଟକିଛି ବିକାଶ

ଭଦ୍ରକ ଅଫିସ,୧୨।୨: ପ୍ରତିଶ୍ରୁତିରେ ଅଟକିଛି ଘାଟ ଓ ପୋଲର ବିକାଶ। କେବଳ ନିର୍ବାଚନ ଆସିଲେ ନେତାଙ୍କ ପ୍ରତିଶ୍ରୁତି ହିଁ ସାର। ନିର୍ବାଚନ ସରିଲେ ଘାଟର ଅବସ୍ଥା କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ। କେଉଁଠି ଦଉଡ଼ିରେ ବନ୍ଧା ଯାତ୍ରୀଙ୍କ ଜୀବନ ତ ଆଉ କେଉଁଠି ଆପ୍ରୋଚ୍‌ ରୋଡ୍‌ ନ ଥିବା ଯୋଗୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲ ଲୋକଙ୍କ କାମରେ ଆସୁନି। ଭଦ୍ରକ ଜିଲା ବାସୁଦେବପୁର ଓ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ଏଭଳି ସମସ୍ୟା ଲାଗି ରହିଛି। ବାସୁଦେବପୁର ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ମନ୍ତେଈ ନଦୀର ଚାରବାଟିଆ ଘାଟ ତିହିଡ଼ି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକକୁ ଯୋଗାଯୋଗ କରୁଛି। କିନ୍ତୁ ଏଠାରେ ପୋଲ ନ ଥିବା ଯୋଗୁ ଚାନ୍ଦବାଲିକୁ ବାସୁଦେବପୁର ଓ ତିହିଡ଼ି, ଚୌଧୁରୀ ଘାଟରେ ପୋଲ ନ ଥିବାରୁ ଧାମରାକୁ ଚାନ୍ଦବାଲି ଯୋଗାଯୋଗ ହୋଇପାରୁ ନାହିଁ। ଏହି ନଦୀର ମାଟିଆସାହି ଘାଟଠାରେ ପୋଲ ନିର୍ମାଣ ସତ୍ତ୍ୱେ ଆପ୍ରୋଚ୍‌ ରୋଡ୍‌ ନ ଥିବା କାରଣରୁ ବାସୁଦେବପୁର-ତିହିଡ଼ି ବ୍ଲକକୁ ଯୋଗାଯୋଗ ହୋଇପାରୁ ନାହିଁ। ଦୋହରାସାହି ଘାଟରେ ଅନୁରୂପ ସମସ୍ୟା।
ସେହିଭଳି ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଞ୍ଚୁଟିକିରି ଘାଟରେ ଜୁଆରିଆ ବୈତରଣୀ, ମନ୍ତେଈ ଓ ବ୍ରାହ୍ମଣୀ ନଦୀ ପାଣିରେ ଲୋକେ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି। ଏଠାରେ କୁମ୍ଭୀର ଭୟ ସଦାସର୍ବଦା ଲାଗି ରହିଛି। ଏପରିକି ବିଗତ ବର୍ଷଗୁଡ଼ିକରେ କୁମ୍ଭୀର ମୁହଁରେ ୪ରୁ ୫ ଜଣଙ୍କ ଜୀବନ ଯାଇଥିବା ନଜିର ରହିଛି। ଅନୁରୂପ ତିନିତର ଘାଟରେ ପୋଲ ନାହିଁ। ଏଥିଯୋଗୁ ଚାନ୍ଦବାଲି, ଆରଡ଼ି ଓ କେନ୍ଦ୍ରାପଡ଼ା ସହ ଯୋଗାଯୋଗ ହୋଇପାରୁ ନାହିଁ। ଫଳରେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଆରଡ଼ିକୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଏଭଳି ସମସ୍ୟା ସତ୍ତ୍ୱେ ଜିଲା ପ୍ରଶାସନ ସମସ୍ତ ଘାଟର ବିକାଶ ଦିଗରେ ପଦକ୍ଷେପ ନେଉନାହିଁ।
ଅନ୍ୟପକ୍ଷେ ରାଜନୈତିକ ନେତୃବୃନ୍ଦଙ୍କ ଇଚ୍ଛାଶକ୍ତି ଅଭାବରୁ ପୋଲ ହେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏପରିକି ଅଞ୍ଚଳକୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ନିକଟରେ ଲୋକେ ନିର୍ବାଚନ ପ୍ରଚାର ବେଳେ ବିଧାୟକଙ୍କୁ ଘେରିଯାଇ ପ୍ରତିବାଦ ଜଣାଇଥିଲେ। କେବଳ ନିର୍ବାଚନ ଆସିଲେ ରାଜନେତାମାନେ ସଭା ସମିତିରେ ପୋଲ ନିର୍ମାଣ ଏପରିକି ଫଳକ ବସାଇ ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଉଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଟେଣ୍ଡର ପ୍ରକ୍ରିୟା ସରିଛି, ଖୁବ୍‌ଶୀଘ୍ର ବିଭିନ୍ନ ଘାଟର ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri