ପ୍ରତିଶ୍ରୁତିରେ ଅଟକିଛି ବିକାଶ

ଭଦ୍ରକ ଅଫିସ,୧୨।୨: ପ୍ରତିଶ୍ରୁତିରେ ଅଟକିଛି ଘାଟ ଓ ପୋଲର ବିକାଶ। କେବଳ ନିର୍ବାଚନ ଆସିଲେ ନେତାଙ୍କ ପ୍ରତିଶ୍ରୁତି ହିଁ ସାର। ନିର୍ବାଚନ ସରିଲେ ଘାଟର ଅବସ୍ଥା କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ। କେଉଁଠି ଦଉଡ଼ିରେ ବନ୍ଧା ଯାତ୍ରୀଙ୍କ ଜୀବନ ତ ଆଉ କେଉଁଠି ଆପ୍ରୋଚ୍‌ ରୋଡ୍‌ ନ ଥିବା ଯୋଗୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲ ଲୋକଙ୍କ କାମରେ ଆସୁନି। ଭଦ୍ରକ ଜିଲା ବାସୁଦେବପୁର ଓ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ଏଭଳି ସମସ୍ୟା ଲାଗି ରହିଛି। ବାସୁଦେବପୁର ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ମନ୍ତେଈ ନଦୀର ଚାରବାଟିଆ ଘାଟ ତିହିଡ଼ି, ଚାନ୍ଦବାଲି ଓ ବାସୁଦେବପୁର ବ୍ଲକକୁ ଯୋଗାଯୋଗ କରୁଛି। କିନ୍ତୁ ଏଠାରେ ପୋଲ ନ ଥିବା ଯୋଗୁ ଚାନ୍ଦବାଲିକୁ ବାସୁଦେବପୁର ଓ ତିହିଡ଼ି, ଚୌଧୁରୀ ଘାଟରେ ପୋଲ ନ ଥିବାରୁ ଧାମରାକୁ ଚାନ୍ଦବାଲି ଯୋଗାଯୋଗ ହୋଇପାରୁ ନାହିଁ। ଏହି ନଦୀର ମାଟିଆସାହି ଘାଟଠାରେ ପୋଲ ନିର୍ମାଣ ସତ୍ତ୍ୱେ ଆପ୍ରୋଚ୍‌ ରୋଡ୍‌ ନ ଥିବା କାରଣରୁ ବାସୁଦେବପୁର-ତିହିଡ଼ି ବ୍ଲକକୁ ଯୋଗାଯୋଗ ହୋଇପାରୁ ନାହିଁ। ଦୋହରାସାହି ଘାଟରେ ଅନୁରୂପ ସମସ୍ୟା।
ସେହିଭଳି ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଞ୍ଚୁଟିକିରି ଘାଟରେ ଜୁଆରିଆ ବୈତରଣୀ, ମନ୍ତେଈ ଓ ବ୍ରାହ୍ମଣୀ ନଦୀ ପାଣିରେ ଲୋକେ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି। ଏଠାରେ କୁମ୍ଭୀର ଭୟ ସଦାସର୍ବଦା ଲାଗି ରହିଛି। ଏପରିକି ବିଗତ ବର୍ଷଗୁଡ଼ିକରେ କୁମ୍ଭୀର ମୁହଁରେ ୪ରୁ ୫ ଜଣଙ୍କ ଜୀବନ ଯାଇଥିବା ନଜିର ରହିଛି। ଅନୁରୂପ ତିନିତର ଘାଟରେ ପୋଲ ନାହିଁ। ଏଥିଯୋଗୁ ଚାନ୍ଦବାଲି, ଆରଡ଼ି ଓ କେନ୍ଦ୍ରାପଡ଼ା ସହ ଯୋଗାଯୋଗ ହୋଇପାରୁ ନାହିଁ। ଫଳରେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଆରଡ଼ିକୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଏଭଳି ସମସ୍ୟା ସତ୍ତ୍ୱେ ଜିଲା ପ୍ରଶାସନ ସମସ୍ତ ଘାଟର ବିକାଶ ଦିଗରେ ପଦକ୍ଷେପ ନେଉନାହିଁ।
ଅନ୍ୟପକ୍ଷେ ରାଜନୈତିକ ନେତୃବୃନ୍ଦଙ୍କ ଇଚ୍ଛାଶକ୍ତି ଅଭାବରୁ ପୋଲ ହେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏପରିକି ଅଞ୍ଚଳକୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ନିକଟରେ ଲୋକେ ନିର୍ବାଚନ ପ୍ରଚାର ବେଳେ ବିଧାୟକଙ୍କୁ ଘେରିଯାଇ ପ୍ରତିବାଦ ଜଣାଇଥିଲେ। କେବଳ ନିର୍ବାଚନ ଆସିଲେ ରାଜନେତାମାନେ ସଭା ସମିତିରେ ପୋଲ ନିର୍ମାଣ ଏପରିକି ଫଳକ ବସାଇ ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଉଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଟେଣ୍ଡର ପ୍ରକ୍ରିୟା ସରିଛି, ଖୁବ୍‌ଶୀଘ୍ର ବିଭିନ୍ନ ଘାଟର ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri