ଏନ୍‌ଏସିରେ ହୋଇପାରୁନି ବିକାଶ

ଧାମନଗର,୪।୧୨(ସନ୍ତୋଷ କୁମାର ମହାପାତ୍ର): ଗତ ସାଧାରଣ ନିର୍ବାଚନ ପରଠାରୁ ଧାମନଗର ଏନ୍‌ଏସିରେ ଦିନକୁ ଦିନ ବିପର୍ଯ୍ୟସ୍ତ ଅବସ୍ଥା ଦେଖିବାକୁ ମିଳୁଛି। ବହୁ କୋଟି ଟଙ୍କା ମହଜୁଦ ଥାଇ ମଧ୍ୟ କାର୍ଯ୍ୟ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଯୋଗୁ ଏନ୍‌ଏସିରେ ବିକାଶ ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି।
ବିଜେଡି ଅଧ୍ୟକ୍ଷା ନିବେଦିତା ଜେନାଙ୍କ ସହ ୯ଜଣ କାଉନସିଲର ଥିବା ବେଳେ ଭାଜପାର ମାତ୍ର ୨ଜଣ କାଉନସିଲର ଅଛନ୍ତି। ବାତ୍ୟା ‘ଦାନା’ ସମୟରେ ଖାଦ୍ୟ ବଣ୍ଟନକୁ ନେଇ ଅଧ୍ୟକ୍ଷା ଜେନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ମଧ୍ୟରେ ବିବାଦ ଥାନା ପର୍ଯ୍ୟନ୍ତ ଯାଇଥିଲା। ଉଭୟଙ୍କ ମଧ୍ୟରେ ତିକ୍ତତା ଥିବାରୁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏନ୍‌ଏସି ଅଧୀନରେ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ସଂସ୍କୃତି ଭବନ ଏବଂ ୭ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ପାର୍କ ପ୍ରକଳ୍ପ ଟେଣ୍ଡର ସରିଥିଲେ ମଧ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟାଦେଶ ନ ଦେବା ଦ୍ୱାରା କାର୍ଯ୍ୟ ହୋଇପାରୁନି ବୋଲି ଅଧ୍ୟକ୍ଷା ଜେନା କହିଛନ୍ତି। ସେହିପରି ପୋଲିସ ହାଉସିଂ ବୋର୍ଡ ପକ୍ଷରୁ ଏନ୍‌ଏସି କାର୍ଯ୍ୟାଳୟର ନୂତନ ବିଲ୍ଡିଂ ନିର୍ମାଣ ପାଇଁ ପ୍ରାୟ ୭ କୋଟି ଅନୁଦାନ ଆସିଥିଲେ ମଧ୍ୟ ଉକ୍ତ ପ୍ରକଳ୍ପକୁ ଟେଣ୍ଡର କରୁନାହାନ୍ତି। ଗୋଶାଳା ନିର୍ମାଣ ନିମନ୍ତେ ୫ କୋଟି ଟଙ୍କାର ପ୍ରକଳ୍ପକୁ ଏଷ୍ଟିମେଟ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଆହୁରି ମଧ୍ୟ ଏନ୍‌ଏସିରେ ପ୍ରାୟ ୩ କୋଟି ଟଙ୍କା ଅଦ୍ୟାବଧି କାମ ନ ହୋଇ ରହିଛି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନିଚ୍ଛା ସତ୍ତ୍ୱେ କୌଣସି କାମର ଟେଣ୍ଡର ହୋଇପାରୁ ନାହିଁ। କମ୍‌ ମୂଲ୍ୟର ଅଟକଳ କରି କଂକ୍ରିଟ ରାସ୍ତାରେ ଡଷ୍ଟ ପକାଇବା ଆଦି ମନଇଛା କାର୍ଯ୍ୟ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାୟକ କହିଛନ୍ତି, ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ଏହାର କୌଣସି ସତ୍ୟତା ନାହିଁ। ସମସ୍ତ ପ୍ରକଳ୍ପର ଡିପିଆର୍‌ (ଏଷ୍ଟିମେଟ୍‌) ପାଇଁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଟେଣ୍ଡର ନ କରି କୌଣସି କାର୍ଯ୍ୟକାରୀ କରାଯାଉନି। ଅଧ୍ୟକ୍ଷା ବୈଠକ ଡାକୁ ନାହାନ୍ତି। ବୈଠକ ହେଲେ ବିଭିନ୍ନ ବିଷୟରେ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ପ୍ରକଳ୍ପ ଚୟନ କରି ଟେଣ୍ଡର ହୋଇ କାର୍ଯ୍ୟକାରୀ ହୁଅନ୍ତା। ତାଙ୍କୁ ବୈଠକ ଡାକିବାକୁ ପ୍ରସ୍ତାବ ଦେଇଥିଲେ ହେଁ ସେ ସହମତି ହେଉନାହାନ୍ତି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ଫଳରେ ଅନେକ ପ୍ରକଳ୍ପ କାମ ନ ହୋଇ ପଡ଼ିରହିଛି।
‘ଦାନା’ରେ କ୍ଷୟକ୍ଷତିର ପୁନରୁଦ୍ଧାର ନିମିତ୍ତ ରାଜ୍ୟ ସରକାର ଧାମନଗର ପଞ୍ଚାୟତ ସମିତିକୁ ପ୍ରାୟ ୨୦କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବା ବେଳେ ଏନ୍‌ଏସିକୁ ଟଙ୍କାଟିଏ ଦିଆଯାଇ ନ ଥିବା ଜଣାପଡ଼ିଛି। ଏନ୍‌ଏସି ଅଧୀନ ୧୧ ୱାର୍ଡରେ ବାତ୍ୟାରେ ବ୍ୟାପକ କ୍ଷତି ହୋଇଥିବା ନେଇ ରିପୋର୍ଟ ଦିଆଯାଇଥିବା ବେଳେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦିଆ ନ ଯିବାରୁ ବିଭିନ୍ନ ୱାର୍ଡ କାଉନସିଲରଙ୍କ ସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri