ଥୁଆମୁଳ ରାମପୁର,୧୨।୨(ଦୁର୍ଗା କୀର୍ତ୍ତି):ସରକାରଙ୍କ ପକ୍ଷରୁ ବେକାରୀ ଓ ଦାଦନ ରୋକିବା ସହ ଗରିବ ଲୋକଙ୍କୁ ସ୍ବାବଲମ୍ବୀ କରିବା ନେଇ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରୁଛନ୍ତି। ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ଗୁଡିକରେ ବିଭିନ୍ନ ବିଭାଗ ତରଫରୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରି ଗରିବ ଲୋକଙ୍କୁ କାମ ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି। ଏହା ଦାଦନ ରୋକିବା ସହିତ ଗରିବ ଲୋକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରହିଛି। କିନ୍ତୁ ଏହା ଦାଦନ ରୋକିବାରେ ବିଫଳ ହୋଇଛନ୍ତି।
ଏଥିରେ କେଉଁଠି ନା କେଉଁଠି ତୃଟି ରହୁଥିବା ଭଳି ମନେ ହୁଏ।ଯାହାଫଳରେ ଗରିବ ଲୋକେ କାମ କରି ତାଙ୍କର ହକ ପାଇବାରୁ ବଞ୍ଚିତ ହେଉଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଥିରେ ଗାଁ’ସାଥି ଓ ଠିକାଦାର ନିଜ ମନ ଇଚ୍ଛାରେ ମନରେଗା ଯୋଜନାକୁ ହାତ କରି ମାଲାମାଲ ହେଉଥିବା ମନେହୁଏ। ମନରେଗା ଯୋଜନା ସରକାରଙ୍କ ନିୟମ ଅନୁସାରେ ଚାଲିବା ବଦଳରେ ଖୋଲାଖୋଲି ଭାବରେ ଗାଁ’ସାଥି ଓ ଠିକାଦାର ଉଲଙ୍ଘନ କରୁଛନ୍ତି ବୋଲି ଆଲୋଚନା ହେଉଅଛି। ଏହା ଉପରେ କୌଣସି ବିଭାଗୀୟ ଅଧିକାରୀ ତଦାରଖ କରୁନାହାନ୍ତି। ଏହାର ସୁଯୋଗ ନେଇ ଗାଁ’ସାଥି ଓ ଠିକାଦାର ଜବ ଡିମାଣ୍ତ କରି ତାଙ୍କ ଇଛା ଅନୁସାରେ ମନରେଗା ଯୋଜନା କାମ କରୁଛନ୍ତି ବୋଲି ଆଲୋଚନା ହେଉଛି।
କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକର ଉପାନ୍ତ ଅଞ୍ଚଳରେ ହେଉଥିବା ଏହି ମନରେଗା ଯୋଜନାରେ ଯାହା କାମ ହେଉଛି,ସେଥିରେ ଗାଁସାଥି ଓ ଠିକାଦାର ସର୍ବେସର୍ବା ହୋଇଛନ୍ତି। ଅନେକ ଦୁର୍ଗମ ଅଞ୍ଚଳରେ ଏହା ଆଲୋଚନା ବିଷୟ ପାଲଟିଛି। ବ୍ଳକରେ ମନରେଗା ଯୋଜନାରେ ଯାହାବି କାର୍ଯ୍ୟ ଚାଲିଛି ଏଥିରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କ ବଦଳରେ କାମ କରି ନ ଥିବା ଲୋକଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହେଉଛି ବୋଲି ଅଭିଯୋଗ ହେଉଛି। ତେବେ ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନା ବିପଥ ଗାମୀ ହେବା ଦ୍ବାରା ଶ୍ରମିକ ମାନେ ସେହି ଗରିବକୁ ଗରିବ ଓ ଦାଦନ ସମସ୍ୟା ବଢିବାରେ ଲାଗିଛି।
ଏମିତି ଅନେକ ସ୍ଥାନରେ ମନରେଗା ଯୋଜନାର ଏଲବିସିଡି, ଷ୍ଟେଗର୍ଟେଞ୍ଜ, ଷ୍ଟୋନ ବାଇଣ୍ଡିଂ କାମରେ ଅନିୟମିତତା ହେବା ସହ ସରକାରୀ ବେତନ ପାଉଥିବା ଲୋକଙ୍କ ଜମା ଖାତାରେ ଟଙ୍କା ଜମା କରି ଲୋକଙ୍କୁ ୫ସହ ହଜାରେ ଲୋଭ ଦେଖାଇ ବାକି ଟଙ୍କା ଠିକାଦାର୍, ଜିଆର୍ ଏସ ଓ ଗାଁସାଥି ମିଶି ସ୍ବଳ୍ପ ଅର୍ଥରେ ମନଇଚ୍ଛା କାମ କରି ସରକାରୀ ଟଙ୍କା ହରିଲୋଟ କରୁଛନ୍ତି l ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ଉଚ୍ଚସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁ ନ ଥିବା ଜଣାପଡିଛି।


