ମନରେଗା ଯୋଜନାରେ ଠିକାଦାର ମାଲାମାଲ୍‌: ମାାଷ୍ଟରମାଇଣ୍ଡ ସାଜିଛନ୍ତି ଜିଆର୍‌ଏସ-ଗାଁ ସାଥି

ଥୁଆମୁଳ ରାମପୁର,୧୨।୨(ଦୁର୍ଗା କୀର୍ତ୍ତି):ସରକାରଙ୍କ ପକ୍ଷରୁ ବେକାରୀ ଓ ଦାଦନ ରୋକିବା ସହ ଗରିବ ଲୋକଙ୍କୁ ସ୍ବାବଲମ୍ବୀ କରିବା ନେଇ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରୁଛନ୍ତି। ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ଗୁଡିକରେ ବିଭିନ୍ନ ବିଭାଗ ତରଫରୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରି ଗରିବ ଲୋକଙ୍କୁ କାମ ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି। ଏହା ଦାଦନ ରୋକିବା ସହିତ ଗରିବ ଲୋକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରହିଛି। କିନ୍ତୁ ଏହା ଦାଦନ ରୋକିବାରେ ବିଫଳ ହୋଇଛନ୍ତି।
ଏଥିରେ କେଉଁଠି ନା କେଉଁଠି ତୃଟି ରହୁଥିବା ଭଳି ମନେ ହୁଏ।ଯାହାଫଳରେ ଗରିବ ଲୋକେ କାମ କରି ତାଙ୍କର ହକ ପାଇବାରୁ ବଞ୍ଚିତ ହେଉଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଥିରେ ଗାଁ’ସାଥି ଓ ଠିକାଦାର ନିଜ ମନ ଇଚ୍ଛାରେ ମନରେଗା ଯୋଜନାକୁ ହାତ କରି ମାଲାମାଲ ହେଉଥିବା ମନେହୁଏ। ମନରେଗା ଯୋଜନା ସରକାରଙ୍କ ନିୟମ ଅନୁସାରେ ଚାଲିବା ବଦଳରେ ଖୋଲାଖୋଲି ଭାବରେ ଗାଁ’ସାଥି ଓ ଠିକାଦାର ଉଲଙ୍ଘନ କରୁଛନ୍ତି ବୋଲି ଆଲୋଚନା ହେଉଅଛି। ଏହା ଉପରେ କୌଣସି ବିଭାଗୀୟ ଅଧିକାରୀ ତଦାରଖ କରୁନାହାନ୍ତି। ଏହାର ସୁଯୋଗ ନେଇ ଗାଁ’ସାଥି ଓ ଠିକାଦାର ଜବ ଡିମାଣ୍ତ କରି ତାଙ୍କ ଇଛା ଅନୁସାରେ ମନରେଗା ଯୋଜନା କାମ କରୁଛନ୍ତି ବୋଲି ଆଲୋଚନା ହେଉଛି।
କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକର ଉପାନ୍ତ ଅଞ୍ଚଳରେ ହେଉଥିବା ଏହି ମନରେଗା ଯୋଜନାରେ ଯାହା କାମ ହେଉଛି,ସେଥିରେ ଗାଁସାଥି ଓ ଠିକାଦାର ସର୍ବେସର୍ବା ହୋଇଛନ୍ତି। ଅନେକ ଦୁର୍ଗମ ଅଞ୍ଚଳରେ ଏହା ଆଲୋଚନା ବିଷୟ ପାଲଟିଛି। ବ୍ଳକରେ ମନରେଗା ଯୋଜନାରେ ଯାହାବି କାର୍ଯ୍ୟ ଚାଲିଛି ଏଥିରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କ ବଦଳରେ କାମ କରି ନ ଥିବା ଲୋକଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହେଉଛି ବୋଲି ଅଭିଯୋଗ ହେଉଛି। ତେବେ ସରକାରଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନା ବିପଥ ଗାମୀ ହେବା ଦ୍ବାରା ଶ୍ରମିକ ମାନେ ସେହି ଗରିବକୁ ଗରିବ ଓ ଦାଦନ ସମସ୍ୟା ବଢିବାରେ ଲାଗିଛି।
ଏମିତି ଅନେକ ସ୍ଥାନରେ ମନରେଗା ଯୋଜନାର ଏଲବିସିଡି, ଷ୍ଟେଗର୍ଟେଞ୍ଜ, ଷ୍ଟୋନ ବାଇଣ୍ଡିଂ କାମରେ ଅନିୟମିତତା ହେବା ସହ ସରକାରୀ ବେତନ ପାଉଥିବା ଲୋକଙ୍କ ଜମା ଖାତାରେ ଟଙ୍କା ଜମା କରି ଲୋକଙ୍କୁ ୫ସହ ହଜାରେ ଲୋଭ ଦେଖାଇ ବାକି ଟଙ୍କା ଠିକାଦାର୍‌, ଜିଆର୍‌ ଏସ ଓ ଗାଁସାଥି ମିଶି ସ୍ବଳ୍ପ ଅର୍ଥରେ ମନଇଚ୍ଛା କାମ କରି ସରକାରୀ ଟଙ୍କା ହରିଲୋଟ କରୁଛନ୍ତି l ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ଉଚ୍ଚସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?