ସ୍ବାବଲମ୍ବୀ ହେବାକୁ ସଂକଳ୍ପ

କାମାକ୍ଷାନଗର, ୧୯।୭(ସୁଧୀର ପରିଡ଼ା): ଛତୁଚାଷର ହବ୍‌ ପାଲଟିଛି ଢେଙ୍କାନାଳ ଜିଲାର କାମାକ୍ଷାନଗର ଉପଖଣ୍ଡ। ଅଞ୍ଚଳର ଅନୁକୂଳ ଜଳବାୟୁ ଛତୁ ଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିବାବେଳେ ବର୍ଷସାରା ଏହାର ଚାହିଦା ରହୁଛି। ତେଣୁ ଯୁବପିଢ଼ି ଏବେ ଏହି ଚାଷ କରିବାକୁ ବିଶେଷ ଭାବେ ଆଗ୍ରହୀ ହେଉଛନ୍ତି। ଫଳରେ କାମାକ୍ଷାନଗର ଅଞ୍ଚଳର ଚାହିଦା ମେଣ୍ଟାଇବା ପରେ ଏବେ ଏଠାରୁ ଜିଲା ବାହାରକୁ ରପ୍ତାନି ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଛତୁ। ଅଞ୍ଚଳର ବହୁ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଯୁବପିଢ଼ି ଏହାକୁ ବୃତ୍ତିଭାବେ ଗ୍ରହଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାବେଳେ ଏହାଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସୃଷ୍ଟି ହେଉଛି ବ୍ୟାପକ ନିଯୁକ୍ତି ସୁଯୋଗ।
କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ବ୍ଲକର ପଥରଖମ୍ବ, ଜୟପୁରାକାଟେଣି, ମୁକ୍ତାପଶି, ବଡ଼ଝରା, ଶୁଣ୍ଢିକାଟେଣି, କାମାକ୍ଷାନଗର ବ୍ଲକର ଚୁଳିଆ, ବାଉଁଶପାଳ, ସମାଟାଙ୍ଗି, ବିଜାସାହି, ଆଲୁଅଝରଣ ଅଞ୍ଚଳରେ ବ୍ୟାପକ ପରିମାଣର ପାଳ ଛତୁ ଚାଷ ହେଉଛି। ଜଙ୍ଗଲିଆ ଥଣ୍ଡା ପରିବେଶରେ ଉତ୍ପାଦନ ଆଶାତୀତ ହେଉଛି। ଅଞ୍ଚଳରୁ ଦୈନିକ ପ୍ରାୟ ୧୦୦ କୁଇଣ୍ଟାଲ ଛତୁ ବାହାରୁଥିବାବେଳେ ବ୍ୟବସାୟୀଙ୍କ ଜରିଆରେ ଚାଷୀମାନେ କେନ୍ଦୁଝର, ଯାଜପୁର, ଅନୁଗୋଳ, ସମ୍ବଲପୁର ଜିଲାକୁ ରପ୍ତାନି କରୁଛନ୍ତି। ଛତୁ ଉତ୍ପାଦନ ପାଇଁ ପ୍ରସ୍ତୁତ ବେଡ୍‌ ପିଛା ୮୦ରୁ ୯୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥିରୁ ୧ରୁ ଦେଢ଼ କେଜି ଯାଏ ଛତୁ ବାହାରିଥାଏ। ଚାଷୀମାନେ ବ୍ୟବସାୟୀଙ୍କୁ କେଜି ପିଛା ୧୫୦ରୁ ୧୭୦ ଟଙ୍କାରେ ବିକୁଥିବାବେଳେ ଖୋଲା ବଜାରରେ ଏହା ୨୦୦ରୁ ୨୨୦ ଟଙ୍କାରେ ମିଳୁଛି। ଅକ୍ଟୋବରରୁ ଜୁଲାଇ ମଧ୍ୟରେ ସାଧାରଣତଃ ଛତୁ ଛାଷ ପାଇଁ ଜଳବାୟୁ ଅନୁକୂଳ ଥାଏ। ୧ ଲକ୍ଷ ଟଙ୍କା ବିନିଯୋଗ କଲେ ଏବଂ ପାଗ ଭଲ ରହିଲେ ହାରାହାରି ୨ରୁ ଅଢ଼େଇ ଲକ୍ଷ ଟଙ୍କା ଲାଭ ହୋଇଥାଏ ବୋଲି ଚାଷୀମାନେ କହିଛନ୍ତି।
ଛତୁ ଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ରାଜ୍ୟ ବାହାରକୁ କାମ କରିବାକୁ ଚାଲିଯାଉଥିବା ଯୁବକମାନେ ଏବେ ଏଥିରେ ମନୋନିବେଶ କରିବାକୁ ଆଗଭର ହେଉଛନ୍ତି। ଏହାଦ୍ୱାରା ଉପଖଣ୍ଡର ଶତାଧିକ ପରିବାରର ଆର୍ଥିକସ୍ଥିତି ମଜଭୁତ୍‌ ହୋଇପାରିଛି। ସରକାରୀସ୍ତରରେ ଉନ୍ନତ ଜ୍ଞାନକୌଶଳ, ପ୍ରୋତ୍ସାହନ ସାଙ୍ଗକୁ ବଜାର ସୁବିଧା ଯୋଗାଇ ଦିଆଗଲେ କାମାକ୍ଷାନଗର ଉପଖଣ୍ଡ ଛତୁ ଚାଷରେ ଆହୁରି ଆଗକୁ ଯିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri