ଶ୍ରୀଲିଙ୍ଗରାଜଙ୍କ ପୀଠରେ ରାତି ୧୦, ଶ୍ରୀଲୋକନାଥଙ୍କ ପୀଠରେ ରାତି ୩

ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.)/ପୁରୀ ଅଫିସ,୨୪ା୨: ମାର୍ଚ୍ଚ ୧ରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା। ଏ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ସମନ୍ବୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସର୍କିଟ ହାଉସ ସଭାକକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ନିଯୋଗ ପ୍ରମୁଖ ସେବାୟତ, ମନ୍ଦିର ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ସହମତିରେ ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସ୍ଥିର ହୋଇଥିଲା। ଗତ ୩ବର୍ଷ ଧରି ଶୃଙ୍ଖଳିତ ଭାବେ ଅର୍ଥାତ୍‌ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ମହାଦୀବ ଉଠିଥିବାରୁ ଚଳିତବର୍ଷ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେବାୟତମାନଙ୍କ ଅଧିକାରଗୁଡ଼ିକ ପୂର୍ବରୁ ସମାଧାନ ନ ହୋଇ କେବଳ ଜାନିଯାତ୍ରାରେ ଆଲୋଚନା ହେବା ଦ୍ୱାରା ତତ୍‌ ସମୟରେ ଅନୁଷ୍ଠିତ ଯାତ୍ରା ପୂଜା ବିବାଦ ସୃଷ୍ଟି ହେଉଛି। ତେଣୁ ଯାତ୍ରାଗୁଡ଼ିକୁ ଶୃଙ୍ଖଳିତ କରିବା ପାଇଁ ଏହି ସମ୍ବନ୍ଧୀୟ ବୈଠକ ଅନ୍ୟ ଦିନରେ ହେବା ପାଇଁ ସ୍ଥିର ହୋଇଛି। ଅପରପକ୍ଷେ ପୂର୍ବବର୍ଷ ଭଳି କୋଭିଡ୍‌ କଟକଣାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିପାରିବେ। ଆଡ଼କାଠ ନିକଟରେ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ସେଠାରେ ବେଶି ସମୟ ଠିଆ ନ ହେବା ଏବଂ ଆଡ଼କାଠ ପାଖରେ କୌଣସି ଭୋଗ ହେବ ନାହିଁ ବୋଲି ମଧ୍ୟ ସ୍ଥିର ହୋଇଛି। ପ୍ରତ୍ୟେକ ଶ୍ରଦ୍ଧାଳୁ ମୁଖ୍ୟଦ୍ୱାରରୁ ଧାଡ଼ିରେ ଯାଇ ଦର୍ଶନ ସାରି ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। କୌଣସି ସେବାୟତଙ୍କ ଦ୍ୱାରା ଭୋଗ, ସାମଗ୍ରୀ, ଫୁଲ, ଧୂପ, ଚନ୍ଦନ ଆଦିକୁ ମନ୍ଦିର ଗର୍ଭଗୃହ ମଧ୍ୟରେ ପୂଜା କରିପାରିବେ ନାହିଁ। ଏହି ଫୁଲଭୋଗ ସାମଗ୍ରୀ ନାଟ ମଣ୍ଡପରେ ଥିବା ହୁଣ୍ଡି ନିକଟରେ ଲିଙ୍ଗମୂର୍ତ୍ତି ପାଖରେ ଭୋଗ କରିପାରିବେ।
ପ୍ରତ୍ୟେକ ମହାଶିବରାତ୍ରି ପରେ ପଡୁଥିବା ପ୍ରଥମ ଶନିବାର କପିଳେଶ୍ୱର ମନ୍ଦିର ଯାତ୍ରା କରିଛନ୍ତି। ଯାହା ହାଣ୍ଡିଭଙ୍ଗା ଯାତ୍ରା ନାମରେ ନାମିତ। ତେବେ ୯ଶହ ବର୍ଷର ଏହି ହାଣ୍ଡିଭଙ୍ଗା ଯାତ୍ରାରେ ଗତ ୬ବର୍ଷ ଧରି ପୂର୍ଣ୍ଣଛେଦ ପଡ଼ିଛି। ଶ୍ରୀକପିଳେଶ୍ୱର ଦେବଙ୍କ ମନ୍ଦିର ସେବାୟତ ଖୁଣ୍ଟିଆ ଏବଂ ମଲିଆ ଦୁଇ ସେବାୟତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯୋଗୁ ଏହି ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି । ଏହି ପରମ୍ପରାକୁ ପୁନଃ ଫେରାଇ ଆଣିବାକୁ ସଭା ଅଧ୍ୟକ୍ଷଙ୍କ ଏକ ପ୍ରସ୍ତାବ ପରେ ସେବାୟତ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଏହି ବୈଠକରେ ବିଏମ୍‌ସି, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ସହ ଆଲୋଚନା କରାଯାଇ ଜାଗର ଦିନ ସେମାନଙ୍କର କାର୍ଯ୍ୟ ଏବଂ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା। ବୈଠକରେ ଅବନୀକାନ୍ତ ପଟ୍ଟନାୟକ, ଜୋନ୍‌ ଏସିପି -୨ ଅନିରୁଦ୍ଧ ରାଉତ, ଲିଙ୍ଗରାଜ ଥାନା ଆଇଆଇସି ଶରତଚନ୍ଦ୍ର ପାତ୍ର, ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ପଣ୍ଡା ନିଯୋଗ ସମ୍ପାଦକ ସଚୀକାନ୍ତ ପୂଜାପଣ୍ଡା, ମଣ୍ଟୁ ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ସଭାପତି ଶ୍ୟାମସୁନ୍ଦର ମହାପାତ୍ର ସେକ୍ରେଟାରି ବରଞ୍ଚତ୍ ନାରାୟଣ ପତି, ଟ୍ରଷ୍ଟି ହେମନ୍ତ ପଣ୍ଡା, ପ୍ରସନ୍ନ ପୂଜାପଣ୍ଡା, ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଡୁ ସମ୍ପାଦକ କମଳାକାନ୍ତ ବଡୁ, ସମର୍ଥା ନିଯୋଗ ସଭାପତି ମାଗା ସମର୍ଥା, ସମ୍ପାଦକ -ପାପୁନି ସମର୍ଥା, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀରେ ବିଭିନ୍ନ ଶୈବପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି ପାଳନ କରାଯିବ। ସେହିପରି ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ବା ଜାଗର ଯାତ୍ରା ପାଳନ କରାଯିବ। ତିଥି ଅନୁଯାୟୀ, ଆସନ୍ତା ୨୭ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ମାର୍ଚ୍ଚ ୧ରେ ମହାଶିବରାତ୍ରୀ ବା ଜାଗର ପାଳନ କରାଯିବ। ବୁଧବାର ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ଏବଂ ମହାଶିବରାତ୍ରୀ ନୀତି ନିିର୍ଘଣ୍ଟ ଜାରି କରାଯାଇଛି। ପଙ୍କୋଦ୍ଧାର ଏକାଦଶୀରେ ରାତ୍ରି ୨ଟାରେ ପହୁଡ ଦ୍ୱାର ଖୋଲାଯିବ। ରାତ୍ରି ୩ଟାରେ ମଙ୍ଗଳ ଆରତି, ଅବକାଶ ଇତ୍ୟାଦି ନୀତି ସମ୍ପନ୍ନ କରାଯିବ। ଭୋର ୪ରୁ ସକାଳ ୬ଟା ମଧ୍ୟରେ ଶ୍ରୀଲୋକନାଥ ଦେବଙ୍କ ସକାଳ ଧୂପ କରାଯିବ। ୬ରୁ ୭ଟା ମଧ୍ୟରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହେବ। ୭ରୁ ୮ଟା ମଧ୍ୟରେ ଏକାଦଶୀ ଦର୍ଶନ, ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଓ ମାଘସ୍ନାନ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ। ରାତ୍ର ୯ରୁ ୧୧ଟା ମଧ୍ୟରେ ଧୂପ, ଅନ୍ୟାନ୍ୟ ନୀତି ଓ ବଡ଼ସିଂହାର ନୀତି ସରି ରାତ୍ର ପହୁଡ଼ ହେବ। ସେହିପରି ଲୋକନାଥ ଦେବଙ୍କ ମହାଶିବରାତ୍ରୀ ବା ଜାଗର ଯାତ୍ରାର ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୧୨ଟା ୩୦ରେ ପହୁଡ଼ ଦ୍ୱାର ଖୋଲାଯିବ। ରାତ୍ର ୧ରୁ ଭୋର ୪ଟା ମଧ୍ୟରେ ମଙ୍ଗଳ ଆରତି, ଅବକାଶ ଓ ସୂର୍ଯ୍ୟ ପୂଜା ଇତ୍ୟାଦି ସମ୍ପନ୍ନ ହେବ। ଭୋର ୪ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ। ସେହିପରି ଶ୍ରୀଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ସ୍ଥାନରେ ପତି ଭୋଗ ସମ୍ପାଦନ କରି ରାତ୍ର ୧୧ଟା ୩୦ରେ ଶ୍ରୀଲୋକନାଥ ମନ୍ଦିରରେ ପହଞ୍ଚିବେ। ରାତ୍ରି ୧୦ରୁ ୨ଟା ମଧ୍ୟରେ ଶ୍ରୀଲୋକନାଥଙ୍କ ବିଭିନ୍ନ ନୀତି ହେବ। ରାତ୍ର ୨ଟାରୁ ୩ଟା ମଧ୍ୟରେ ହରିହର ପୂଜା ଓ ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ବେଶ ସରିବ। ରାତି ୩ଟା ପରେ ମହାଦୀପ ପ୍ରଜ୍ଜଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri