ଶ୍ରୀଲିଙ୍ଗରାଜଙ୍କ ପୀଠରେ ରାତି ୧୦, ଶ୍ରୀଲୋକନାଥଙ୍କ ପୀଠରେ ରାତି ୩

ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.)/ପୁରୀ ଅଫିସ,୨୪ା୨: ମାର୍ଚ୍ଚ ୧ରେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା। ଏ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ସମନ୍ବୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସର୍କିଟ ହାଉସ ସଭାକକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ନିଯୋଗ ପ୍ରମୁଖ ସେବାୟତ, ମନ୍ଦିର ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ସହମତିରେ ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସ୍ଥିର ହୋଇଥିଲା। ଗତ ୩ବର୍ଷ ଧରି ଶୃଙ୍ଖଳିତ ଭାବେ ଅର୍ଥାତ୍‌ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ମହାଦୀବ ଉଠିଥିବାରୁ ଚଳିତବର୍ଷ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେବାୟତମାନଙ୍କ ଅଧିକାରଗୁଡ଼ିକ ପୂର୍ବରୁ ସମାଧାନ ନ ହୋଇ କେବଳ ଜାନିଯାତ୍ରାରେ ଆଲୋଚନା ହେବା ଦ୍ୱାରା ତତ୍‌ ସମୟରେ ଅନୁଷ୍ଠିତ ଯାତ୍ରା ପୂଜା ବିବାଦ ସୃଷ୍ଟି ହେଉଛି। ତେଣୁ ଯାତ୍ରାଗୁଡ଼ିକୁ ଶୃଙ୍ଖଳିତ କରିବା ପାଇଁ ଏହି ସମ୍ବନ୍ଧୀୟ ବୈଠକ ଅନ୍ୟ ଦିନରେ ହେବା ପାଇଁ ସ୍ଥିର ହୋଇଛି। ଅପରପକ୍ଷେ ପୂର୍ବବର୍ଷ ଭଳି କୋଭିଡ୍‌ କଟକଣାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିପାରିବେ। ଆଡ଼କାଠ ନିକଟରେ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ସେଠାରେ ବେଶି ସମୟ ଠିଆ ନ ହେବା ଏବଂ ଆଡ଼କାଠ ପାଖରେ କୌଣସି ଭୋଗ ହେବ ନାହିଁ ବୋଲି ମଧ୍ୟ ସ୍ଥିର ହୋଇଛି। ପ୍ରତ୍ୟେକ ଶ୍ରଦ୍ଧାଳୁ ମୁଖ୍ୟଦ୍ୱାରରୁ ଧାଡ଼ିରେ ଯାଇ ଦର୍ଶନ ସାରି ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। କୌଣସି ସେବାୟତଙ୍କ ଦ୍ୱାରା ଭୋଗ, ସାମଗ୍ରୀ, ଫୁଲ, ଧୂପ, ଚନ୍ଦନ ଆଦିକୁ ମନ୍ଦିର ଗର୍ଭଗୃହ ମଧ୍ୟରେ ପୂଜା କରିପାରିବେ ନାହିଁ। ଏହି ଫୁଲଭୋଗ ସାମଗ୍ରୀ ନାଟ ମଣ୍ଡପରେ ଥିବା ହୁଣ୍ଡି ନିକଟରେ ଲିଙ୍ଗମୂର୍ତ୍ତି ପାଖରେ ଭୋଗ କରିପାରିବେ।
ପ୍ରତ୍ୟେକ ମହାଶିବରାତ୍ରି ପରେ ପଡୁଥିବା ପ୍ରଥମ ଶନିବାର କପିଳେଶ୍ୱର ମନ୍ଦିର ଯାତ୍ରା କରିଛନ୍ତି। ଯାହା ହାଣ୍ଡିଭଙ୍ଗା ଯାତ୍ରା ନାମରେ ନାମିତ। ତେବେ ୯ଶହ ବର୍ଷର ଏହି ହାଣ୍ଡିଭଙ୍ଗା ଯାତ୍ରାରେ ଗତ ୬ବର୍ଷ ଧରି ପୂର୍ଣ୍ଣଛେଦ ପଡ଼ିଛି। ଶ୍ରୀକପିଳେଶ୍ୱର ଦେବଙ୍କ ମନ୍ଦିର ସେବାୟତ ଖୁଣ୍ଟିଆ ଏବଂ ମଲିଆ ଦୁଇ ସେବାୟତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯୋଗୁ ଏହି ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି । ଏହି ପରମ୍ପରାକୁ ପୁନଃ ଫେରାଇ ଆଣିବାକୁ ସଭା ଅଧ୍ୟକ୍ଷଙ୍କ ଏକ ପ୍ରସ୍ତାବ ପରେ ସେବାୟତ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଏହି ବୈଠକରେ ବିଏମ୍‌ସି, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ସହ ଆଲୋଚନା କରାଯାଇ ଜାଗର ଦିନ ସେମାନଙ୍କର କାର୍ଯ୍ୟ ଏବଂ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା। ବୈଠକରେ ଅବନୀକାନ୍ତ ପଟ୍ଟନାୟକ, ଜୋନ୍‌ ଏସିପି -୨ ଅନିରୁଦ୍ଧ ରାଉତ, ଲିଙ୍ଗରାଜ ଥାନା ଆଇଆଇସି ଶରତଚନ୍ଦ୍ର ପାତ୍ର, ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ପଣ୍ଡା ନିଯୋଗ ସମ୍ପାଦକ ସଚୀକାନ୍ତ ପୂଜାପଣ୍ଡା, ମଣ୍ଟୁ ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ସଭାପତି ଶ୍ୟାମସୁନ୍ଦର ମହାପାତ୍ର ସେକ୍ରେଟାରି ବରଞ୍ଚତ୍ ନାରାୟଣ ପତି, ଟ୍ରଷ୍ଟି ହେମନ୍ତ ପଣ୍ଡା, ପ୍ରସନ୍ନ ପୂଜାପଣ୍ଡା, ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଡୁ ସମ୍ପାଦକ କମଳାକାନ୍ତ ବଡୁ, ସମର୍ଥା ନିଯୋଗ ସଭାପତି ମାଗା ସମର୍ଥା, ସମ୍ପାଦକ -ପାପୁନି ସମର୍ଥା, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀରେ ବିଭିନ୍ନ ଶୈବପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି ପାଳନ କରାଯିବ। ସେହିପରି ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ବା ଜାଗର ଯାତ୍ରା ପାଳନ କରାଯିବ। ତିଥି ଅନୁଯାୟୀ, ଆସନ୍ତା ୨୭ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ମାର୍ଚ୍ଚ ୧ରେ ମହାଶିବରାତ୍ରୀ ବା ଜାଗର ପାଳନ କରାଯିବ। ବୁଧବାର ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ଏବଂ ମହାଶିବରାତ୍ରୀ ନୀତି ନିିର୍ଘଣ୍ଟ ଜାରି କରାଯାଇଛି। ପଙ୍କୋଦ୍ଧାର ଏକାଦଶୀରେ ରାତ୍ରି ୨ଟାରେ ପହୁଡ ଦ୍ୱାର ଖୋଲାଯିବ। ରାତ୍ରି ୩ଟାରେ ମଙ୍ଗଳ ଆରତି, ଅବକାଶ ଇତ୍ୟାଦି ନୀତି ସମ୍ପନ୍ନ କରାଯିବ। ଭୋର ୪ରୁ ସକାଳ ୬ଟା ମଧ୍ୟରେ ଶ୍ରୀଲୋକନାଥ ଦେବଙ୍କ ସକାଳ ଧୂପ କରାଯିବ। ୬ରୁ ୭ଟା ମଧ୍ୟରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହେବ। ୭ରୁ ୮ଟା ମଧ୍ୟରେ ଏକାଦଶୀ ଦର୍ଶନ, ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଓ ମାଘସ୍ନାନ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ। ରାତ୍ର ୯ରୁ ୧୧ଟା ମଧ୍ୟରେ ଧୂପ, ଅନ୍ୟାନ୍ୟ ନୀତି ଓ ବଡ଼ସିଂହାର ନୀତି ସରି ରାତ୍ର ପହୁଡ଼ ହେବ। ସେହିପରି ଲୋକନାଥ ଦେବଙ୍କ ମହାଶିବରାତ୍ରୀ ବା ଜାଗର ଯାତ୍ରାର ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୧୨ଟା ୩୦ରେ ପହୁଡ଼ ଦ୍ୱାର ଖୋଲାଯିବ। ରାତ୍ର ୧ରୁ ଭୋର ୪ଟା ମଧ୍ୟରେ ମଙ୍ଗଳ ଆରତି, ଅବକାଶ ଓ ସୂର୍ଯ୍ୟ ପୂଜା ଇତ୍ୟାଦି ସମ୍ପନ୍ନ ହେବ। ଭୋର ୪ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ। ସେହିପରି ଶ୍ରୀଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ସ୍ଥାନରେ ପତି ଭୋଗ ସମ୍ପାଦନ କରି ରାତ୍ର ୧୧ଟା ୩୦ରେ ଶ୍ରୀଲୋକନାଥ ମନ୍ଦିରରେ ପହଞ୍ଚିବେ। ରାତ୍ରି ୧୦ରୁ ୨ଟା ମଧ୍ୟରେ ଶ୍ରୀଲୋକନାଥଙ୍କ ବିଭିନ୍ନ ନୀତି ହେବ। ରାତ୍ର ୨ଟାରୁ ୩ଟା ମଧ୍ୟରେ ହରିହର ପୂଜା ଓ ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ବେଶ ସରିବ। ରାତି ୩ଟା ପରେ ମହାଦୀପ ପ୍ରଜ୍ଜଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri