ଧ୍ୱଂସ ପାଉଛି ଉଖୁଡ଼େଇ ପାହାଡ଼

ଭଞ୍ଜନଗର,୧୪ା୨(ଡି.ଏନ.ଏ): ବେଲଗୁଣ୍ଠା ବ୍ଲକ କଣ୍ଟେଇପଲ୍ଲୀ-ବଡ଼ପଡ଼ା ରାସ୍ତା ଉଖୁଡ଼େଇ ପାହାଡ଼ ଉପରେ ରହିଛି ମା ଉଖୁଡ଼େଇଙ୍କ ମନ୍ଦିର। ବର୍ଷ ବର୍ଷ ଧରି ପାହାଡ଼ ଉପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଅଞ୍ଚଳବାସୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ମା’ଙ୍କୁ ପ୍ରତ୍ୟକ୍ଷ ଦେବୀ ଭାବେ ପୂଜା କରୁଛନ୍ତି। ହେଲେ ମନ୍ଦିରର ଉନ୍ନତି ପାଇଁ ସେଭଳି କିଛି ସରକାରୀ ଯୋଜନା ପହଞ୍ଚି ପାରିନହିଁ। ଅନ୍ୟପଟେ ପାହାଡ଼ର ଚତୁଃପାର୍ଶ୍ୱରୁ ବେନିୟମ ଭାବେ ପଥର ଚୋରା ଚାଲାଣ ହେଉଛି । ରାଜସ୍ବ ବିଭାଗ ପକ୍ଷରୁ ମଧ୍ୟ ଉକ୍ତ ପାହାଡ଼ର ବିଭିନ୍ନ ପାର୍ଶ୍ୱରୁ ଲିଜ୍‌ ଦିଆଯାଉଛି। ଫଳରେ ଉଖୁଡ଼େଇ ପାହାଡ଼ ଧ୍ୱଂସ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଉଖୁଡ଼େଇ ମନ୍ଦିରକୁ ଇକୋ ଟୁରିଜମ୍‌ରେ ସାମିଲ କରାଗଲେ ପ୍ରକୃତିର ସୁରକ୍ଷା ହୋଇପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି ।
ମସିହାରେ ଉଖୁଡ଼େଇ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି । ଏଥିସହ ଗତ ଆର୍ଥିକ ବର୍ଷରେ ଉଖୁଡ଼େଇ ମନ୍ଦିର ପାର୍କ ଉନ୍ନତି କରଣ ପାଇଁ ୪ଲକ୍ଷ ୭୬ ହଜାର ୮୩୬ ଟଙ୍କା ଖର୍ଚ୍ଚ ହୋଇଛି। ୬ମାସ ପୂର୍ବେ ପାହାଡ ଶୀର୍ଷରେ ଦେବୀଙ୍କୁ ପୂଜା କରାଯାଉଥିବା ବେଳେ ଉପରକୁ ପର୍ଯ୍ୟଟକ ମାନେ ବୁଲି ଯିବା ପାଇଁ ପାହାଚ ଠିକ୍‌ ଭାବେ ନଥିଲା । କିଛି ମାସ ପୂର୍ବେ ଭଞ୍ଜନଗର ମେଡ଼ିକାଲର ପୂର୍ବତନ ଏସ୍‌ଡ଼ିଏମ୍‌ଓ .ବିଜୟ କୁମାର ପଣ୍ଡା କିଛି ସହାୟତା ଦେବାପରେ ପୁଣି କାମ ହୋଇଛି। ଏବେବି ଆହୁରି ଅନେକ କାମ କରିବାକୁ ବାକି ଅଛି । ଦେବୀଙ୍କ ସ୍ଥାୟୀ ମନ୍ଦିର ଗୃହ, ରୋଷେଇ ଶାଳ, ମଣ୍ଡପ ପ୍ରମୁଖ ସୁବିଧା ନାହିଁ। ବର୍ତ୍ତମାନ ଅଞ୍ଚଳବାସୀଙ୍କ ସହଯୋଗରେ ଦେବୀଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା ହେଉଛି। ପ୍ରାୟ ୮ମାସ ହେବ ଘରେ ସ୍ବତନ୍ତ୍ର ପୂଜା ହେଉଛି। ସଂକ୍ରାନ୍ତି ଦିନ ଦେବୀଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ମନ୍ଦିରରେ ଭିଡ଼ ହେଉଛି । ଭଗବାନ ନାୟକ, ବାବୁଲା ନାୟକ, ସୂର୍ଯ୍ୟ ନାୟକ, କରଜ ସ୍ବାଇଁ, ଜିତେନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଗତ କିଛିମାସ ହେବ ମନ୍ଦିରର ଉନ୍ନତି ପାଇଁ ଚେଷ୍ଟା ଚଳାଇଛନ୍ତି। ଉତ୍କଳ କଳାକାର ମହାସଂଘର ସମ୍ପାଦକ ଶିଶିରକାନ୍ତ ଦାସ ମା’ଙ୍କ ମହିମାକୁ ନେଇ ମା’ ଉଖୁଡ଼େଇଙ୍କ ମଙ୍ଗଳବାର ବ୍ରତ କଥା ବହି କିଛିମାସ ପୂର୍ବେ ଉନ୍ମୋଚିତ ହୋଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ମନ୍ଦିରର ଉନ୍ନତି କରଣ କରିବାର ଆବଶ୍ୟକତା ରହିଛି। ମନ୍ଦିରର ପୂଜକ ପଙ୍କଜ ନାୟକ କହିଛନ୍ତି, ତାଙ୍କ ପୂର୍ବପୁରୁଷ ମଧ୍ୟ ଏହି ମନ୍ଦିରରେ ପୂଜା କରିଛନ୍ତି। ଅଞ୍ଚଳବାସୀ ଏବଂ ମନ୍ଦିରର ଜମିରୁ ଆଦାୟ ଅର୍ଥରୁ ପୂଜା କାର୍ଯ୍ୟ ହେଉଛି। ପ୍ରଶାନ୍ତ କୁମାର ପାଣିଗ୍ରାହୀ ମନ୍ଦିରର ଉନ୍ନତିକରଣ ପାଇଁ ସରକାରୀ ସହାୟତା ମିଳିଲେ ଭଲ ହୁଅନ୍ତା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri