ଶୁଳ୍କ ହ୍ରାସ ସତ୍ତ୍ୱେ ୧୦୦ ଉପରେ ପେଟ୍ରୋଲ

ଭୁବନେଶ୍ୱର,୨୩।୫: ବର୍ତ୍ତମାନ ସାରା ଦେଶରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ବିଭିନ୍ନ ସ୍ତରରେ ଚର୍ଚ୍ଚା, ଆଲୋଚନା ଓ ଆନ୍ଦୋଳନ ଜାରି ରହିଛି। ଏପରିକି ବିରୋଧୀ ଦଳଗୁଡ଼ିକ ଦରବୃଦ୍ଧିକୁ ଅସ୍ତ୍ର କରି ସରକାରଙ୍କୁ ଅକଳରେ ପକାଇ ଆସୁଛନ୍ତି। ମେ ୨୧ରେ ହଠାତ କେନ୍ଦ୍ର ସରକାର ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ବିଶେଷ କରି ପେଟ୍ରୋଲ ଉପରୁ ୮ଟଙ୍କା ଓ ଡିଜେଲରୁ ୬ଟଙ୍କା ଶୁଳ୍କ କମାଇବା ଫଳରେ ପ୍ରାୟ ଦୁଇ ମାସ ହେବ ସ୍ଥିର ରହିଥିବା ତୈଳ ଦର ରବିବାର ପରିବର୍ତ୍ତନ ହୋଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୩.୧୯ ଟଙ୍କା ଥିବାବେଳେ ଡିଜେଲ ୯୪.୭୬ ଟଙ୍କାରେ ରହିଛି। ସେହିଭଳି ରାଜ୍ୟର ପ୍ରମୁଖ ସହର କଟକ ସହରାଞ୍ଚଳରେ ପେଟ୍ରୋଲ ଲିଟର ପିଛା ୧୦୩.୫୪ ଟଙ୍କା ଥିବାବେଳେ ଡିଜେଲ ୯୫.୧୦ ଟଙ୍କାରେ ପହଞ୍ଚତ୍ଛି। ସେହିପରି ବାଲେଶ୍ୱର, ଭଦ୍ରକ, ପୁରୀ, ଢେଙ୍କାନାଳ, ସମ୍ବଲପୁର, ରାଉଲକେଲା, ମାଲକାନଗିରି, ଗଜପତି ଏବଂ ବହ୍ମପୁର ଭଳି ସହରାଞ୍ଚଳରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୦୩.୧୮ ଟଙ୍କା, ୧୦୩.୭୫ ଟଙ୍କା, ୧୦୩.୧୧ ଟଙ୍କା, ୧୦୩.୯୮ ଟଙ୍କା, ୧୦୩.୭୮ ଟଙ୍କା, ୧୦୪.୬୦ ଟଙ୍କା, ୧୦୮.୯୩ ଟଙ୍କା, ୧୦୫.୬୬ ଟଙ୍କା, ୧୦୪. ୮୪ ଟଙ୍କା ଥିଲାବେଳେ ଡିଜେଲ ଦର ମଧ୍ୟ ୯୪.୭୬ ଟଙ୍କା, ୯୫.୩୧ ଟଙ୍କା, ୯୪.୬୮ଟଙ୍କା, ୯୫.୫୨ ଟଙ୍କା,୯୫.୩୫ ଟଙ୍କା, ୯୫.୯୩ ଟଙ୍କା,୧୦୦.୩୦ ଟଙ୍କା, ୯୭ .୧୩ ଟଙ୍କା, ୯୬ .୩୪ ଟଙ୍କାରେ ବିକ୍ରି ହେଉଛି ବୋଲି ଡିଲର ପଏଣ୍ଟଗୁଡିକରୁ ସୂଚନା ମିଳିଛି।
କେନ୍ଦ୍ର ସରକାର ତୈଳ ଦର ଉପରୁ ଟିକସ ହ୍ରାସ କରିବା ଫଳରେ ନୂଆଦିଲ୍ଲୀରେ ରବିବାର ଉଭୟ ପେଟ୍ରୋଲ ଓ ଡିଜେଲରୁ ୯.୫୦ ଟଙ୍କା ଓ ୭ ଟଙ୍କା କମିଥିବା ସୂଚନା ମିଳିଛି। ଫଳରେ ରବିବାର ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଦେଶର ପ୍ରମୁଖ ମହାନଗର କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦର ୧୦୬.୦୩ ଟଙ୍କା, ୧୧୧.୩୫ ଟଙ୍କା ଏବଂ ୧୦୨.୬୫ ଟଙ୍କାରେ ପହଞ୍ଚତ୍ଥିବାବେଳେ ଡିଜେଲ ଦର ମଧ୍ୟ ଯଥାକ୍ରମେ ଉପରୋକ୍ତ ମହାନଗରରେ ୯୨.୭୬ ଟଙ୍କା,୯୭.୨୮ ଟଙ୍କା ଏବଂ ୯୪.୨୫ ଟଙ୍କାରେ କାରବାର ହେଉଥିବା ଆଇଓସିଏଲ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri