ଅବଧି ଶେଷ ସତ୍ତ୍ୱେ କାମ ସରୁନାହିଁ

ପାରାଦୀପ,୮।୮(ଶରତ ରାଉତ): ଜଗତ୍‌ସିଂହପୁର ଜିଲା ପାରାଦୀପର ବେଳାଭୂମି ରାସ୍ତା ପାଖରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ଚାଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଷ୍ଟାଡିୟମ ନିର୍ମାଣ ହେଉଛି। ଏଥିରେ ଜିଲାର ସମସ୍ତ ଛାତ୍ରୀଛାତ୍ର ବିଭିନ୍ନ କ୍ରୀଡ଼ାରେ ଭାଗ ନେଇପାରିବେ। ପ୍ରାୟ ୭ ଏକର ଜାଗାରେ ଏହା ନିର୍ମାଣ ହେଉଛି। ୨୦୨୧ରୁ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ୨୦୨୩ ଜୁଲାଇ ୩୧ ସୁଦ୍ଧା ଶେଷ ହେବ ବୋଲି ଫଳକରେ ଦର୍ଶାଯାଇଛି। କିନ୍ତୁ ଧାର୍ଯ୍ୟ ସମୟ ଶେଷ ହୋଇଯାଇଥିଲେ ମଧ୍ୟ କାର୍ଯ୍ୟ ସରିନାହିଁ। କେବେ ପୂର୍ଣ୍ଣାଙ୍ଗ ହେବ ତାହା ମଧ୍ୟ ଅସ୍ପଷ୍ଟ ରହିଛି। ଅପରପକ୍ଷେ ଏହି ଷ୍ଟାଡିୟମ ନିର୍ମାଣ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି ବୋଲି ଆର ଆଣ୍ଡ ବି(ରାସ୍ତା ଓ କୋଠାବାଡି)ବିଭାଗ ପକ୍ଷରୁ ସୂଚନା ମିଳିଛି।
ସେପ୍ଟେମ୍ବର ୯ରେ ଜନସୂଚନା ତଥ୍ୟ(ଚିଠି ନଂ ୩୩୬୩)ରେ ଦର୍ଶାଯାଇଛି, ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରକଳ୍ପ ପାଇଁ ସମୁଦାୟ ୭ କୋଟି ୧୨ଲକ୍ଷ ୮ହଜାର ୩୮୮ ଟଙ୍କା ଖର୍ଚ୍ଚ ହେବ। ଏବେ ଇଣ୍ଡୋର ଷ୍ଟାଡିୟମ ସମ୍ମୁଖରେ ସରକାରଙ୍କ ପକ୍ଷରୁ ଲାଗିଥିବା ହୋର୍ଡିଂରେ ଲେଖାଯାଇଛି ପ୍ରକଳ୍ପର ଆକଳିତ ମୂଲ୍ୟ ୧୦.୩୭ କୋଟି ଟଙ୍କା। ଅର୍ଥାତ ବର୍ଷକ ମଧ୍ୟରେ ୩ କୋଟିରୁ ଅଧିକ ଟଙ୍କା ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହୋଇସାରିଲାଣି। ଏ ସମ୍ପର୍କରେ ଆର ଆଣ୍ଡ ବି ବିଭାଗର ନିର୍ବାହୀ ଯନ୍ତ୍ରୀ ନିମାଇଁ ଦାସଙ୍କୁ ପଚାରିବାରେ, ୨୦୨୨ ସେପ୍ଟେମ୍ବର ସୁଦ୍ଧା ଯେଉଁ ପରିମାଣର ତଥ୍ୟ ଦିଆଯାଇଥିଲା। ସେଥିରେ ଜିଏସ୍‌ଟି ସାମିଲ ହୋଇ ନ ଥିଲା। ଏବେ ହୋର୍ଡିଂରେ ଯେଉଁ ତଥ୍ୟ ଦର୍ଶାଯାଇଛି, ସେଥିରେ ଜିଏସ୍‌ଟି ମିଶିକି ରହିଛି। ପ୍ରକଳ୍ପ ଧାର୍ଯ୍ୟ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ ନ ହେବା ସମ୍ପର୍କରେ କହିଥିଲେ କାମ ବିଳମ୍ବ ହୋଇଛି। କେବେ ସରିବ ତାହା କହିହେବ ନାହିଁ। ଅପରପକ୍ଷେ କାମ ଶେଷ ନ ହେବା ପୂର୍ବରୁ ହୋର୍ଡିଂ ଲାଗି ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri