ବିଳମ୍ବ ସତ୍ତ୍ୱେ ଜମୁଛି ବାଣ ବେପାର

ଅନୁଗୋଳ ଅଫିସ, ୨୪ା୧୦:ଦୀପାବଳିକୁ ନେଇ ଏଥର ବିପୁଳ ଉତ୍ସାହ। କରୋନା ପାଇଁ ଗତ ୨ ବର୍ଷ ଧରି କଟକଣା ମଧ୍ୟରେ ଏହି ଆଲୋକର ପର୍ବ ପାଳନ ହୋଇଥିବା ବେଳେ ଚଳିତବର୍ଷ ମହାମାରୀକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ସୋମବାର ଲୋକେ ଦୀପାବଳି ପାଳନ କରିବାକୁ ଯାଉଥିବାରୁ ଦୀପଠାରୁ ଆରମ୍ଭ କରି ବାଣ କିଣିବା ପାଇଁ ବଜାରରେ ଲାଗିଲାଣି ଗହଳି। ଅନୁଗୋଳ ସହରରେ ବିଳମ୍ବରେ ବାଣ ଦୋକାନ ଖୋଲିଥିଲେ ବି ଜମୁଛି ବେପାର। ଏପରି କି ରବିବାର ଗୋଟିଏ ଦିନରେ ସହରବାସୀ ୩୦ ଲକ୍ଷ ଟଙ୍କାର ବାଣ କିଣି ନେଇଥିବା ସୂଚନା ମିଳିଛି। ତେବେ ଏହି ବ୍ୟବସାୟ ପାଇଁ ଆଉ ମାତ୍ର କିଛି ଘଣ୍ଟା ହାତରେ ଥିବାରୁ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବାଣ ଦୋକାନୀମାନେ। ପ୍ରଶାସନ ଠିକ୍‌ ସମୟରେ ଅନୁମତି ପ୍ରଦାନ କରିଥିଲେ ଆହୁରି ଦିନଟିଏ ବେପାର ପାଇଁ ମିଳିଥାନ୍ତା ବୋଲି କେତେଜଣ ବାଣ ବ୍ୟବସାୟୀ ପ୍ରକାଶ କରିଛନ୍ତି।
କେତେଜଣ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବାଣ ଦୋକାନ ଖୋଲିବା ପାଇଁ ବହୁ ପୂର୍ବରୁ ଜିଲା ପ୍ରଶାସନଠାରୁ ଅନୁମତି ଲୋଡ଼ାଯାଇଥିଲା। ହେଲେ ପ୍ରଭାବଶାଳୀ ବ୍ୟବସାୟୀଙ୍କ ପତିଆରା ଯୋଗୁ ପ୍ରଶାସନ ନିଷ୍ପତ୍ତି ନେବାରେ ବହୁ ବିଳମ୍ବ କରିଦେଲା। ଲାଇସେନ୍ସ ମିଳିବା ତ ଦୂରର କଥା କେଉଁ ସ୍ଥାନରେ ବଜାର ବସିବ ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବାରୁ ଟେଣ୍ଟ ମଧ୍ୟ ବନ୍ଧାଯାଇପାରି ନ ଥିଲା। ତେବେ ଡେରି ହେଉ ପଛେ ପ୍ରଶାସନ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ରବିବାର ସକାଳ ୮ ସୁଦ୍ଧା ବାଣ ବେପାରୀମାନଙ୍କୁ ଆଶ୍ୱସ୍ତି ମିଳିଥିଲା। ଏହାପରେ ବ୍ୟବସାୟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରାଯାଇଥିଲା। ଅନୁଗୋଳ ଷ୍ଟାଡିୟମ ସମ୍ମୁଖ ପଡ଼ିଆରେ ୬୫ ଦୋକାନ ଖୋଲିବା ମାତ୍ରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ପୂର୍ବାହ୍ନ ୧୧ଟାରୁ ସହରବାସୀ ବାଣ ବଜାରକୁ ଆସି କିଣାକିଣି ଆରମ୍ଭ କରିଦେଇଥିଲେ। ଅପରାହ୍ନରୁ ରାତି ୧୦ଟା ଯାଏ ପ୍ରବଳ ଗହଳି ହୋଇଥିଲା। ଲୋକଙ୍କ ଆଗ୍ରହକୁ ନଜରରେ ରଖି ଏଥର ଭଲ କମ୍ପାନୀର ଆତସବାଜି ସାମଗ୍ରୀ ଅଣାଯାଇଛି। ୫ ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ଯାଏ ବାଣ ମୂଲ୍ୟ ରହିଛି। ଲୋକେ ପିଲାଙ୍କୁ ଧରି ଆସୁଥିବାରୁ ପ୍ରଥମ ଦିନରେ ଚକ୍ରି, ଝୁରୁଝୁରି, କୁମ୍ପି, ଧପଧପି, ରଶି, ଚଡ଼ଚଡ଼ି, ଦିଆସିଲି, ସାପ ଓ ରସୁଣ ବାଣ ଆଦି ବହୁ ପରିମାଣର ବିକ୍ରି ହୋଇଛି। ସେହିପରି ଯୁବପିଢ଼ି ସ୍କାଏ ଶର୍ଟ, ଆକାଶ ଦୀପକୁ ଅଧିକ ପସନ୍ଦ କରୁଥିବାରୁ ତାହା କିଣି ନେଉଛନ୍ତି। ସୋମବାର ଲୋକେ ଦୀପାବଳି ପାଳନ କରିବାକୁ ଥିବାରୁ ସନ୍ଧ୍ୟା ଯାଏ ବିକ୍ରି ଚାଲିବ। ତେବେ ଅନ୍ୟ ସହର ପରି ଅନୁଗୋଳରେ ଆଉ ଦିନକ ଆଗରୁ ବାଣ ବ୍ୟବସାୟ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଥିଲେ ବ୍ୟବସାୟୀଙ୍କ ସହ ସହରବାସୀ ଅଧିକ ଉପକୃତ ହୋଇପାରିଥାନ୍ତେ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri