Posted inଖେଳ

ଡୋପିଂରେ ବିଫଳ ସତ୍ତ୍ୱେ ବାସନ୍ଦ ହେଲେନି

ମାଞ୍ଚେଷ୍ଟର,୨୨ା୮(ପି.ଟି.): ଇଟାଲୀର ଟେନିସ୍‌ ଖେଳାଳି ଜାନିକ ସିନର ଦୁଇ ଥର ଡୋପ ଟେଷ୍ଟରେ ବିଫଳ ହୋଇଥିଲେ ହେଁ ତାଙ୍କୁ ବାସନ୍ଦ କରାଯାଇ ନାହିଁ। ଏହାକୁ ନେଇ ସମଗ୍ର ବିଶ୍ୱର ଖେଳାଳି ମାନଙ୍କ ମଧ୍ୟରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇଥର ଡୋପ ଟେଷ୍ଟରେ ବିଫଳ ହୋଇଥିଲେ ହେଁ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ୟୁଏସ୍‌ ଓପନରେ ତାଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳୁଛି। ସିନର ଆନାବଲିକ ଷ୍ଟେରଏଡ ସେବନ କରିଥିବା ନେଇ ପ୍ରଥମ ଥର ମାର୍ଚ୍ଚ ମାସରେ ଜଣା ପଡିଥିଲା। ମଙ୍ଗଳବାର ସିନର ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ଧରା ପଡିବା ପରେ ଅନେକ ଖେଳାଳି ଏହା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଡେନିସ୍‌ ଶାପୋଭାଲୋଭ ଏକ୍ସରେ ପୋଷ୍ଟ କରିବା ସହ ଭିନ୍ନ ଖେଳାଳିଙ୍କ ପାଇଁ କାହିଁକି ଭିନ୍ନ ନିୟମ ବୋଲି ପ୍ରଶ୍ନ ଉଠାଇଥିଲେ। ପରେ ନିକ୍‌ କିର୍ଗିଓସ୍‌, ଲିଆମ ବ୍ରୋଡି ଓ ଜନ୍‌ ମିଲମ୍ୟାନ୍‌ ଏହି ଧାରାରେ ସାମିଲ ହୋଇଥିଲେ। କିର୍ଗିଓସ ଲେଖିଥିଲେ ‘ଏହା ଯୋଜନା ବଦ୍ଧ କି ଦୁର୍ଘଟଣା ତାହା ଜଣାନାହିଁ। ମାତ୍ର ଜଣେ ଖେଳାଳି ୨ ଥର ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି ମାନେ ୨ ବର୍ଷ ବାସନ୍ଦ ହେବା ଉଚିତ୍‌। ପ୍ରଦର୍ଶନ ବୃଦ୍ଧିର ଷ୍ଟେରଏଡ୍‌ ଶରୀରରେ ମିଳିଥିବା କାରଣରୁ ଏପରି କରାଯିବା ଉଚିତ୍‌। ଯେଉଁଭଳି ମସାଜ କ୍ରିମ୍‌ର ବାହାନା ଦିଆଯାଉଛି ତାହା ଗ୍ରହଣୀୟ ନୁହେଁ। ଅନ୍ୟତମ ଖେଳାଳି ଲିଆମ୍‌ ବ୍ରୋଡି ଏହାକୁ ଅଭାବନୀୟ ବୋଲି କହିଛନ୍ତି। ଅନେକ ଖେଳାଳିଙ୍କୁ ପୂର୍ବରୁ ସମାନ କାରଣ ପାଇଁ ବ୍ୟାନ କରାଯାଇଛି। ସିନର ଡୋପିଂ କରୁଥିଲେ କି ନାହିଁ ତାହା ଭିନ୍ନ ମାମଲା। ମାତ୍ର ବ୍ୟାନ କରାଯିବା ଉଚିତ୍‌ ଥିଲା ବୋଲି ବ୍ରୋଡି ପୋଷ୍ଟ କରିଛନ୍ତି। ଜନ୍‌ ମିଲମ୍ୟାନ୍‌ ମଧ୍ୟ ପୋଷ୍ଟ କରିବା ସହ ସିନରଙ୍କୁ ସମାଲୋଚନା କରିଛନ୍ତି। ମସାଜ କ୍ରିମରେ ଶରୀର ମଧ୍ୟକୁ ୧ ଗ୍ରାମରୁ ଅଧିକ ଷ୍ଟେରଏଡ କିଭଳି ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ବିଶ୍ୱ ମାନ୍ୟତାର ଏକ ନମ୍ବର ଟେନିସ ଖେଳାଳି ଜାନିକ ସିନର ଷ୍ଟେରଏଡ ପାଇଁ ଦୁଇଥର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ ହେ ଏକ ସ୍ବାଧୀନ ଟ୍ରିବ୍ୟୁନାଲ ଏହି ମାମଲାର ବିଚାର କରି ମଙ୍ଗଳବାର ତାଙ୍କୁ ଦୋଷମୁକ୍ତ କରିଥିଲା। ମାର୍ଚ୍ଚରେ ଇଣ୍ଡିଆନ ଓ୍ବେଲ୍ସ ହାର୍ଡକୋର୍ଟ ଇଭେଣ୍ଟ ବେଳେ ସିନରଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସମ୍ପଲରୁ ନିଷିଦ୍ଧ ଆନାବୋଲି ଷ୍ଟେରଏଡ୍‌ର ମାତ୍ରା ଠାବ କରାଯାଇଥିଲା। ଏହି ଡ୍ରଗ୍‌ ପାଇଁ ସାନ ଡିଏଗୋ ପାଡ୍ରେସ ବେସ୍‌ବଲ ଷ୍ଟାର ଫର୍ନାଣ୍ଡୋ ଟାଟିସ ଜୁନିୟର ମେଜର ବେସ୍‌ବଲ ଲିଗ୍‌ ଦ୍ୱାରା ସସ୍‌ପେଣ୍ଡ ହୋଇଥିଲେ। ପୁଣି ୮ଦିନ ପରେ ପ୍ରତିଯୋଗିତା ବାହାରେ ସିନରଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ଏହିଥିରେ ପଜିଟିଭ ଆସିବାରୁ ତାଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରାଯାଇଥିଲା। କିନ୍ତୁ ସେ ଏହି ଦଣ୍ଡ ବିରୋଧରେ ଅପିଲ କରି ସଫଳ ହୋଇଥିଲେ। ଟୁର୍‌ରେ ଖେଳ ଜାରି ରଖିବା ଲାଗି ତାଙ୍କୁ ଅନୁମତି ମିଳିଥିଲା। ସିନର ଯୁକ୍ତି ଦର୍ଶାଇଥିଲେ ତାଙ୍କ ଶରରରେ ଏକ ଛୋଟ କ୍ଷତର ଚିକିତ୍ସା ପାଇଁ ତାଙ୍କର ଜଣେ ସପୋର୍ଟ ଟିମ୍‌ ଷ୍ଟାଫ୍‌ କ୍ଲୋଷ୍ଟେବଲ ଉପାଦାନ ଥିବା ଏକ ସ୍ପ୍ରେ ବ୍ୟବହାର କରିଥିଲେ। ଏହାଛଡ଼ା ସେ ସିନରଙ୍କ କ୍ଷତ ସ୍ଥାନରେ ମାଲିସ କରିଥିଲେ। ସିନରଙ୍କ ସଫେଇକୁ ଟ୍ରିବ୍ୟୁନାଲ ଗ୍ରହଣ କରିଥିଲା ଓ ସେ ଉଦ୍ଦେଶ୍ୟମୂଳକ ଭାବେ ନିୟମ ଉଲ୍ଲଂଘନ କରି ନାହାନ୍ତି ବୋଲି ଆଇଟିଏ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri