ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ଜିଲାରେ ଖୋଲିବ ମିଶନ ଶକ୍ତି ଭବନ

ଭୁବନେଶ୍ୱର,୨୯ା୩(ସୁନିତ୍‌ ମିଶ୍ର):ପୂର୍ବ ସରକାରଗୁଡ଼ିକ ମହିଳାଙ୍କୁ ନିରୀହ ଭାବି ଭୁଅଁା ବୁଲାଉଥିଲେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ପରେ ଗୃହରେ ଉତ୍ତର ରଖି ପ୍ରଭାତୀ କହିଛନ୍ତି,ସୁଭଦ୍ରା ଟଙ୍କା ପାଇବା ପରେ ମହିଳାମାନେ ସଚେତନ ହୋଇଛନ୍ତି। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ଏବେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଭାଜପା ସରକାର ଆସିବା ପୂର୍ବରୁ ରାଜ୍ୟରେ ୨ ଲକ୍ଷ ଲକ୍ଷପତି ଦିଦି ଥିଲେ, ଏବେ ୧୦ ଲକ୍ଷ ଲକ୍ଷପତି ଦିଦି। ମିଶନ ଶକ୍ତି ବିଭାଗକୁ ରାଜ୍ୟର ଭାଜପା ସରକାର ପୋଲିଓମୁକ୍ତ କରି ଦୌଡ଼ାଇବେ ବୋଲି ପ୍ରଭାତୀ କହିଛନ୍ତି।

ସେ କହିଛନ୍ତି, ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ବୟସର ପିଲା, ଗର୍ଭବତୀ, ସ୍ତନ୍ୟପାନ କରାଯାଉଥିବା ମହିଳା ଏବଂ କିଶୋରୀମାନଙ୍କ ଉନ୍ନତ ସ୍ବାସ୍ଥ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା କାର୍ଯ୍ୟକାରୀ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସୁଭଦ୍ରା ସମ୍ବେଦନତା ନାମରେ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ। ଆଦିବାସୀ ପିଲାମାନଙ୍କ ଶିକ୍ଷାଗତ ବିକାଶ, ସାଂସ୍କୃତିକ ସଂରକ୍ଷଣ, ସାମାଜିକ ଅନ୍ତର୍ଭୁକ୍ତି ଏବଂ ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସୁଭଦ୍ରା ପ୍ଲସ୍‌ ନାମରେ ଏକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ମିଶନ ଶକ୍ତି ସ୍କୁଟର ଯୋଜନା ଆରମ୍ଭ କରାଯିବ। ମିଶନ ଶକ୍ତି ବିଭାଗ ଅଧୀନ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌, ବିଜ୍‌ନେସ୍‌ କରେସ୍‌ପଣ୍ଡେଣ୍ଟ ଏଜେଣ୍ଟ ଏବଂ ଏକ୍‌ଜିକ୍ୟୁଟିଭ କମ୍ୟୁନିଟି ସଦସ୍ୟମାନଙ୍କ କ୍ଷେତ୍ରରେ ତଦାରଖରେ ସୁବିଧା ଲାଗି ଏହି ଯୋଜନା ଆରମ୍ଭ ହୋଇଛି। ୩୦ ଜିଲାରେ ଜିଲାସ୍ତରୀୟ ମିଶନ ଶକ୍ତି ଭବନ କରାଯିବ। ପ୍ରତ୍ୟେକ ଭବନ ଲାଗି ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପଞ୍ଚାୟତ ସ୍ତରରେ ୧,୮୮୮ଟି ମହାସଂଘ କାର୍ଯ୍ୟାଳୟ ନିର୍ମାଣ କରାଯିବ। ପ୍ରତ୍ୟେକ କାର୍ଯ୍ୟାଳୟ ପିଛା ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଓଡ଼ିଶାରେ ପର୍ଯ୍ୟଟନର ପ୍ରଚାରପ୍ରସାର ଲାଗି ୨୦୨୫-୨୬ ଆର୍ଥିକ ବର୍ଷରେ ୧୭୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ବିଭାଗ ଅଧୀନରେ ଆସୁଥିବା ବିଭିନ୍ନ ଆବାସିକ କେନ୍ଦ୍ରର ଉନ୍ନତୀକରଣ କରାଯିବ ବୋଲି ପ୍ରଭାତୀ କହିଛନ୍ତି। ଗୃହରେ ଉପରୋକ୍ତ ଏହି ୩ ବିଭାଗର ଖର୍ଚ୍ଚଦାବି ଅନୁମୋଦିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri