ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ ସୋମବାର ଦାରିଙ୍ଗବାଡିରେ ପହଞ୍ଚି ଇକୋ ରିଟ୍ରିଟରେ ପହଞ୍ଚି ରାତ୍ରିଯାପନ କରିଥିବାବେଳେ ମଙ୍ଗଳବାର ସକାଳ ୧୦ଟାରେ ସେ ଦାରିଙ୍ଗବାଡିର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିଥିଲେ। ପ୍ରଥମେ ସାଂଜାସରୁ ଉନ୍ନୟନ ଟ୍ରଷ୍ଟ ଅଧୀନରେ ରହିଥିବା ହିଲଭିୟୁ ପାର୍କ ବୁଲିଥିଲେ। ସେଠାକାର ଭିୟୁ ଓ ପାର୍କରେ ନୂତନ ୱାଚ ଟାୱାରକୁ ଯାଇ ସେଠାରୁ ଇକୋ ରିଟ୍ରିଟ ସମେତ ପାହାଡ଼ ଜଙ୍ଗଲକୁ ଦେଖି ଖୁସି ହେବା ସହ ସେଲ୍ଫି ପଏଣ୍ଟ ଓ ତାର ଉନ୍ନତି ପାଇଁ ଜିଲାପାଳ ବେଦ ଭୂଷଣ, ଟ୍ରଷ୍ଟର ଅଧ୍ୟକ୍ଷା ତଥା ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ସହ ଆଲୋଚନା କରିଥିଲେ।

ପରେ ସେଠାରୁ କଫି ବଗିଚା ଓ ଡ଼ୁଲୁରୀ ପାଇନ ବଣ ବୁଲି ଦେଖିଥିଲେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ସମସ୍ତ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ବିକାଶ ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ନେଇ ଖବରଦାତା ସମ୍ମିଳନୀରେ କହିବି ବୋଲି କହିଛନ୍ତି। ସେ ପର୍ଯ୍ୟଟନ କ୍ଷେତ୍ର ବୁଲିବା ପରେ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାଠାରେ ଷ୍ଟ୍ରବେରୀ ଚାଷ ଦେଖିବା ପାଇଁ ଯାଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡିଥାନ୍ତା ହାତଗଣ୍ଡି, ଆଜି ଚାଲିଗଲା ଜୀବନ: ଗଛ କାଟିବାବେଳେ…

ରାଜଗାଙ୍ଗପୁର,୧୦।୨: ଆସନ୍ତାକାଲି ଥିଲା ବାହାଘର, ଆଜି ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲାଞ୍ଜିବନା ଗାଁରେ। ଗଛ କାଟିବା ବେଳେ ୩୩ କେଭି ତାରରେ…

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଘଟଣା: ବଡ଼ ନିଷ୍ପତ୍ତି ନେଲେ ନିଶା, କୋର୍ଟରେ କରିବେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ଧର୍ମଘଟକୁ ମଧ୍ୟାହ୍ନଭୋଜନ ପାଚିକା, ସହାୟିକାଙ୍କ ସମର୍ଥନ

ଭୁବନେଶ୍ୱର,୧୦ା୨: ଆସନ୍ତା ୧୨ ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ନାମ ପରିବର୍ତ୍ତନକୁ ବିରୋଧ କରିବା ସହ ଶ୍ରମିକ ବିରୋଧୀ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

ବର୍ଷସାରା ମାଗଣା ପିଜ୍ଜା: ଡୋମିନୋଜ୍‌ ଆଣିଲା ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ,୧୦।୨: ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍‌ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା…

ଗୁରୁବାର ଭାରତ ବନ୍ଦ: ଓଡ଼ିଶାରେ ପଡିବ ବନ୍ଦର ପ୍ରଭାବ, ଏହି ସବୁ ସେବା ହେବ ପ୍ରଭାବିତ!

ଭୁବନେଶ୍ୱର,୧୦।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri