ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ବିଧାନସଭାରେ ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା। କାହିଁକି ଆସିଲେ ନାହିଁ, କାହିଁକି ତାଙ୍କ ମତ ରଖିଲେ ନାହିଁ। ନବୀନ ଏମିତି କହିବା ଅର୍ଥ କେବଳ ରାଜନୀତି, ଆଉ କିଛି ନୁହେଁ ବୋଲି କେଭି ସିଂଦେଓ କହିଛନ୍ତି।
ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ୧୧ ହଜାର ଟଙ୍କା ଥିବାବେଳେ ସରକାର ଏହାକୁ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ତେବେ ଏହି ବର୍ଦ୍ଧିତ ଦରମା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ଏହି ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ନବୀନ ଏହାକୁ ଗରିବଙ୍କ କଲ୍ୟାଣରେ ଉପଯୋଗ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡିର ଅନ୍ୟ ବିଧାୟକମାନେ ନବୀନଙ୍କ ରାସ୍ତାରେ ଯିବେ ନାବ ନାହିଁ ଅର୍ଥାତ୍ ସେମାନଙ୍କ ବର୍ଦ୍ଧିତ ଦରମା ନେବେ କି ନାଇଁ ତାହାକୁ ନେଇ ଜୋର୍ଦାର ଚର୍ଚ୍ଚା ବଢ଼ିଛି।
Dharitri – Odisha’s No.1 Odia Daily


