ଢେଙ୍କାନାଳରେ ଡିପୋ, ରାଜସ୍ଥାନ ଯାଏ ଚେର

ଢେଙ୍କାନାଳ ଅଫିସ,୧୪।୪: ବୌଦ୍ଧ, କନ୍ଧମାଳ ଜିଲାରୁ ଆସୁଥିଲା ଗଞ୍ଜେଇ। ଏହାକୁ ରଖିବା ଲାଗି ଢେଙ୍କାନାଳରେ କରାଯାଇଥିଲା ଡିପୋ। ସେଠାରୁ ପ୍ୟାକେଟ୍‌ କରାଯାଇ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା। ରାଜସ୍ଥାନ ସୀମାନ୍ତରେ ରହି ଏହାକୁ ଅପରେଟ କରୁଥିଲେ କିଙ୍ଗ୍‌ପିନ୍‌। ଗୁରୁବାର ଏଭଳି ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି ମଧ୍ୟପ୍ରଦେଶର ରାଜ୍ୟର ପାନ୍ନା ପୋଲିସ। ଏହି ଘଟଣାରେ ସଦରଥାନା ଗୋହିରାଖାଲ ଗ୍ରାମର ସୁଧାକର ଦାସ (୪୭) ଏବଂ ବିହାର ପାଟନା ଅଞ୍ଚଳର ବ୍ୟବସାୟୀ ନନ୍ଦଲାଲ୍‌ ମୁକେଶ (୨୩) ଗିରଫ ହୋଇଛନ୍ତି। ବାହାର ରାଜ୍ୟର ଅନ୍ୟ ୨ ବ୍ୟବସାୟୀ କୌଶଳକ୍ରମେ ଖସିଯିବାରେ ସକ୍ଷମ ହୋଇଛନ୍ତି। ଘଟଣାସ୍ଥଳରୁ ୨ କେ.ଜି. ୬୧୮ ଗ୍ରାମ ଗଞ୍ଜେଇ, ନଗଦ ୧ ଲକ୍ଷ ୧୭ ହଜାର ୧୫୦ ଟଙ୍କା, ଏକ କାର୍‌ (ନଂ. ଓଡ଼ି ୦୨ ବିଏମ୍‌ ୦୬୪୭), ୩ଟି ପାସ୍‌ବୁକ୍‌, ୫ କ୍ରେଡିଟ୍‌ କାର୍ଡ ଜବତ କରାଯାଇଛି। ଅନ୍ୟପଟେ ଟାଉନ ଥାନା ଅନ୍ତର୍ଗତ ମହିଷାପାଟ ଅଞ୍ଚଳର ଏକ ଭଡ଼ାଘରେ ଦୀର୍ଘ ୩ବର୍ଷ ଧରି ଏଭଳି କାରବାର ଚାଲିଥିବାବେଳେ ପୋଲିସ ସାମାନ୍ୟତମ ସୁରାକ ପାଇ ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ମଧ୍ୟପ୍ରଦେଶର ପାନ୍ନା ଥାନା ଅଞ୍ଚଳରୁ ୫୦ କେ.ଜି.ରୁ ଊର୍ଦ୍ଧ୍ୱ ଚୋରା ଗଞ୍ଜେଇ ସ୍ଥାନୀୟ ପୋଲିସ ଜବତ କରିଥିଲା। ଏହି ଘଟଣାରେ ୨ ଆନ୍ତଃରାଜ୍ୟ ବ୍ୟବସାୟୀ ଧରାପଡ଼ିଥିଲେ। ସେମାନଙ୍କୁ ପଚରାଉଚରା ବେଳେ ଏହାର ଲିଙ୍କ୍‌ ଢେଙ୍କାନାଳରୁ ମିଳିଥିଲା। ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ପାନ୍ନା ଥାନାର ଇନ୍ସପେକ୍ଟର ଅରବିନ୍ଦ କୁମାରଙ୍କ ନେତୃତ୍ୱରେ ୫ଜଣିଆ ପୋଲିସ ଟିମ୍‌ ଢେଙ୍କାନାଳରେ ପହଞ୍ଚତ୍ଥିଲା। ମହିଷାପାଟ ଅଞ୍ଚଳର ଏକ ଭଡ଼ା ଘରେ ଗଞ୍ଜେଇ ଡିପୋ ଚାଲିଥିବା ଜଣାପଡ଼ିବା ପରେ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ସହାୟତାରେ ଚଢ଼ାଉ କରାଯାଇଥିଲା। ପୋଲିସ ସୂଚନା ଅନୁଯାୟୀ, ବୌଦ୍ଧ ଏବଂ କନ୍ଧମାଳ ଜିଲାରୁ ଗଞ୍ଜେଇ ଅଣାଯାଇ ଢେଙ୍କାନାଳ ମହିଷାପାଟର ଉକ୍ତ ଭଡ଼ା ଘରେ ରଖାଯାଉଥିଲା। ସେଠାରୁ ପ୍ୟାକେଟ୍‌ କରାଯାଇ ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶକୁ ରାତାରାତି ଚାଲାଣ କରି ଦିଆଯାଉଥିଲା। ଏହି ର଼୍ୟାକେଟ୍‌କୁ ପରିଚାଳନା କରୁଥିବା ମୁଖ୍ୟ ଅଭିଯୁକ୍ତ ରାଜସ୍ଥାନ ଜୈସାଲମେର ସୀମାନ୍ତରେ ରହୁଥିବା ଜଣାପଡ଼ିଛି। ଫଳରେ ରାଜସ୍ଥାନ ସୀମାଦେଇ ଦେଶ ବାହାରକୁ ଗଞ୍ଜେଇ ଚାଲାଣ ଚେର ଲମ୍ବିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ଅଧିକ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।
ଗଞ୍ଜେଇ ଡିପୋ ସମ୍ପର୍କରେ ପୋଲିସ ନିକଟରେ ସୂଚନା ନ ଥିବା ସମ୍ପର୍କରେ ପଚାରିବାରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କୁହନ୍ତି, ବାହାରୁ ଗଞ୍ଜେଇ ଅଣାଯିବା ପରେ ଏହାକୁ ପ୍ୟାକେଟ କରି ଅନ୍ୟ ରାଜ୍ୟକୁ ଚାଲାଣ କରି ଦିଆଯାଉଥିଲା। ତେଣୁ ଏହା ଜଣାପଡ଼ି ନ ଥିଲା। ଏବେ ଏହା ସ୍ପଷ୍ଟ ହେବା ପରେ ଅଧିକ ତଦନ୍ତ କରାଯିବ। ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ସମ୍ପୂର୍ଣ୍ଣ ତଦନ୍ତ ସରିବା ପରେ ଏ ସମ୍ପର୍କରେ ଜଣାଇବେ। ଏଥିପୂର୍ବରୁ ପାନ୍ନା ପୋଲିସ ଢେଙ୍କାନାଳରେ ଚଢ଼ାଉ କରି ବର୍ଷକ ଭିତରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଢେଙ୍କାନାଳରେ ଗଞ୍ଜେଇ କାରବାରର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଧାକର ଦାସ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ମୋବାଇଲ ସିମ୍‌ ଅଦଳବଦଳ କରି ଯୋଗାଯୋଗ କରୁଥିବାବେଳେ ପୋଲିସ ଟ୍ରାକ୍‌ କରି ସେମାନଙ୍କ ବିଷୟରେ ସୂଚନା ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri