ବ୍ଲକ ପ୍ରଶାସନର ନିର୍ଦ୍ଦେଶ ପରେ ମଧ୍ୟ ଡିଏସସି ଫେରସ୍ତ କରୁନାହାନ୍ତି ପଦଚ୍ୟୁତ ସରପଞ୍ଚ:ଉନ୍ନୟନ ମୂଳକ କାର୍ଯ୍ୟରେ ବାଧାସୃଷ୍ଟି

ଥୁଆମୂଳ ରାମପୁର,୧୪।୪-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସମ୍ବାରୀ ମାଝୀ ଅନାସ୍ଥା ଭୋଟରେ ହାରି ଯାଇଥିବା ଯୋଗୁ ତାଙ୍କୁ ଗାଦଚ୍ୟୁତ କରାଯାଇଥିଲେ ମଧ୍ୟ ସେ ଆସନ ଛାଡ଼ିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଗତ ୭/୪/୨୦୨୫ରିଖ ଦିନ ବ୍ଲକ କାର୍ଯ୍ୟାଳୟରେ ଡିଏସସି ହସ୍ତାନ୍ତର କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ଚିଠି ନଂ ୯୩୦/୨୫ ଜରିଆରେ ଅବଗତ ନିମନ୍ତେ ଜଣାଇ ଦିଆଯାଇଥିଲା। ତେବେ ପୂର୍ବତନ ସରପଞ୍ଚ ସମ୍ବାରି ବିଡ଼ିଓଙ୍କ ଚିଠିକୁ ବେଖାତିର କରୁଥିବା ଜଣାପଡିଛି। ଘଟଣାକୁ ନେଇ GPOଙ୍କ ହସ୍ତକ୍ଷେପରେ ଏକ ଡୁପ୍ଲିକେଟ ଡିଏସସି ଯାହାକି ଅବଧି ସମାପ୍ତ ହୋଇଥିବା ଡିଏସସି ହସ୍ତାନ୍ତର କରିଛନ୍ତି l ଜଣେ ଲୋକ ପ୍ରତିନିଧି ପଦ ହରାଇଲା ପରେ ମଧ୍ୟ ନୂଆ ଡିଏସସି ବଦଳରେ ପୁରୁଣା ଡିଏସସି ଦାଖଲ କରି ନୂଆଁ ଡିଏସସିକୁ ଲୁଚାଇ ରଖିଥିବା ଘଟଣାକୁ ନେଇ ବ୍ଲକରେ ଏକପ୍ରକାର ଆଲୋଚନାର ବିଷୟ ପାଲଟିଥିଛନ୍ତି।

ଜଣେ ଆସନ ହରାଇ ଥିବା ସରପଞ୍ଚ ସରକାରୀ ଡିଏସସିକୁ ଲୁଚାଇ ରଖି କିଛି ଟଙ୍କା ପୁଣି ହଡ଼ପ କରିବା ଉଦ୍ୟମ କରୁଥିବା ରାଜନୀତିଜ୍ଞଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ପୋଡାପଦର ଗ୍ରାମପାୟତର ନିର୍ବାଚିତ ଲୋକ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଏକତ୍ରିତ ହୋଇ ତାଙ୍କୁ ଅନାସ୍ତା ପ୍ରସ୍ତାବ ଆଗତ କରାଯାଇ ତାଙ୍କ ବିରୋଧରେ ଭୋଟର ବ୍ୟବସ୍ଥା କରାଯାଇଥିଲା। ଏଥିରେ ଶ୍ରୀମାଝୀ ବିପୁଳ ଭୋଟ ବ୍ୟବଧାନରେ ପରାଜୟ ହୋଇ ପଦ ହରାଇବା ଫଳରେ କାମଚଳା ଭାବରେ ନାଏବ ସରପଞ୍ଚଙ୍କୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସରପଞ୍ଚ ଭାବରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ପରାଜିତ ସରପଞ୍ଚ ଡିଏସସି ଫେରାଇବା ନାଁ ଧରୁନାହାନ୍ତି। ଏହାଯୋଗୁ ଏପଟେ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଭାବରେ ବାଧାସୃଷ୍ଟି ହେଉଛି। ଉକ୍ତ ଘଟଣାକୁ କେନ୍ଦ୍ର କରି ମହୁଲ ପାଟଣା ଫାଣ୍ଡିରେ ଏକ ରିପୋର୍ଟ ଦାଖଲ ହୋଇଥିବା ଜଣାପଡିଛି।

ଏନେଇ ପାଡେପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ଜିପିଓ ତ୍ରିଲୋଚନ ନାଏକଙ୍କୁ ପଚାରିବାରୁ ଶ୍ରୀମତୀ ମାଝୀଙ୍କ ପାଖରେ ଯେଉଁ ସବୁ ଡିଏସସି ଥିଲା ସେ ଦେଇ ଦେଇଛନ୍ତି। ଏକଥା ସତ ଯେ, ସେ ପୁରୁଣା ଡିଏସସି ଦେଇଛନ୍ତି ହେଲେ କୌଣସି ଅସୁବିଧା ନାହିଁ ଆମେ ତାହା ଅଚଳ କରିଦେବୁ। ସେ ଆଗାମୀ ଦିନରେ କୌଣସି ମଧ୍ୟ ଭୁଲ କାମ ପାଇଁ ବ୍ୟବହାର କରିପାରିବେ ନାହିଁ l ଆମେ ଆଇଡି ଏବଂ ପାଶୱାର୍ଡ ପରିବର୍ତ୍ତନ କରିସାରିଛୁ ବୋଲି ଧରିତ୍ରୀକୁ ପ୍ରତିକ୍ରିୟା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ଭୁବନେଶ୍ବର,୩୦।୧: ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଛନ୍ତି ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ଦୌଡ଼ରାଣୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଏବଂ ରାଜ୍ୟ ସଭା ସଦସ୍ୟ ପି.ଟି. ଉଷାଙ୍କ ସ୍ବାମୀ ଭି. ଶ୍ରୀନିବାସନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ…

T20 World Cup 2026: ICC-ବାଂଲାଦେଶ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୩୦।୧: ୨୦୨୬ ଟି୨୦ ବିଶ୍ୱକପ ନେଇ ଆଇସିସି ଏବଂ ବାଂଲାଦେଶ ମଧ୍ୟରେ ବିବାଦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଭାରତ, ପାକିସ୍ତାନ ଏବଂ ବାଂଲାଦେଶ…

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

ବଡ଼ ଖବର! କାକାଙ୍କ ସହ ଏକାଠି ହେବାକୁ ଯାଉଥିଲେ ଅଜିତ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା

ମୁମ୍ବାଇ,୩୦।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ଏହି ସମୟରେ, ସୂତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ କରୁଛନ୍ତି।…

ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ…

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri