ବ୍ଲକ ପ୍ରଶାସନର ନିର୍ଦ୍ଦେଶ ପରେ ମଧ୍ୟ ଡିଏସସି ଫେରସ୍ତ କରୁନାହାନ୍ତି ପଦଚ୍ୟୁତ ସରପଞ୍ଚ:ଉନ୍ନୟନ ମୂଳକ କାର୍ଯ୍ୟରେ ବାଧାସୃଷ୍ଟି

ଥୁଆମୂଳ ରାମପୁର,୧୪।୪-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସମ୍ବାରୀ ମାଝୀ ଅନାସ୍ଥା ଭୋଟରେ ହାରି ଯାଇଥିବା ଯୋଗୁ ତାଙ୍କୁ ଗାଦଚ୍ୟୁତ କରାଯାଇଥିଲେ ମଧ୍ୟ ସେ ଆସନ ଛାଡ଼ିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଗତ ୭/୪/୨୦୨୫ରିଖ ଦିନ ବ୍ଲକ କାର୍ଯ୍ୟାଳୟରେ ଡିଏସସି ହସ୍ତାନ୍ତର କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ଚିଠି ନଂ ୯୩୦/୨୫ ଜରିଆରେ ଅବଗତ ନିମନ୍ତେ ଜଣାଇ ଦିଆଯାଇଥିଲା। ତେବେ ପୂର୍ବତନ ସରପଞ୍ଚ ସମ୍ବାରି ବିଡ଼ିଓଙ୍କ ଚିଠିକୁ ବେଖାତିର କରୁଥିବା ଜଣାପଡିଛି। ଘଟଣାକୁ ନେଇ GPOଙ୍କ ହସ୍ତକ୍ଷେପରେ ଏକ ଡୁପ୍ଲିକେଟ ଡିଏସସି ଯାହାକି ଅବଧି ସମାପ୍ତ ହୋଇଥିବା ଡିଏସସି ହସ୍ତାନ୍ତର କରିଛନ୍ତି l ଜଣେ ଲୋକ ପ୍ରତିନିଧି ପଦ ହରାଇଲା ପରେ ମଧ୍ୟ ନୂଆ ଡିଏସସି ବଦଳରେ ପୁରୁଣା ଡିଏସସି ଦାଖଲ କରି ନୂଆଁ ଡିଏସସିକୁ ଲୁଚାଇ ରଖିଥିବା ଘଟଣାକୁ ନେଇ ବ୍ଲକରେ ଏକପ୍ରକାର ଆଲୋଚନାର ବିଷୟ ପାଲଟିଥିଛନ୍ତି।

ଜଣେ ଆସନ ହରାଇ ଥିବା ସରପଞ୍ଚ ସରକାରୀ ଡିଏସସିକୁ ଲୁଚାଇ ରଖି କିଛି ଟଙ୍କା ପୁଣି ହଡ଼ପ କରିବା ଉଦ୍ୟମ କରୁଥିବା ରାଜନୀତିଜ୍ଞଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ପୋଡାପଦର ଗ୍ରାମପାୟତର ନିର୍ବାଚିତ ଲୋକ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଏକତ୍ରିତ ହୋଇ ତାଙ୍କୁ ଅନାସ୍ତା ପ୍ରସ୍ତାବ ଆଗତ କରାଯାଇ ତାଙ୍କ ବିରୋଧରେ ଭୋଟର ବ୍ୟବସ୍ଥା କରାଯାଇଥିଲା। ଏଥିରେ ଶ୍ରୀମାଝୀ ବିପୁଳ ଭୋଟ ବ୍ୟବଧାନରେ ପରାଜୟ ହୋଇ ପଦ ହରାଇବା ଫଳରେ କାମଚଳା ଭାବରେ ନାଏବ ସରପଞ୍ଚଙ୍କୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସରପଞ୍ଚ ଭାବରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ପରାଜିତ ସରପଞ୍ଚ ଡିଏସସି ଫେରାଇବା ନାଁ ଧରୁନାହାନ୍ତି। ଏହାଯୋଗୁ ଏପଟେ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଭାବରେ ବାଧାସୃଷ୍ଟି ହେଉଛି। ଉକ୍ତ ଘଟଣାକୁ କେନ୍ଦ୍ର କରି ମହୁଲ ପାଟଣା ଫାଣ୍ଡିରେ ଏକ ରିପୋର୍ଟ ଦାଖଲ ହୋଇଥିବା ଜଣାପଡିଛି।

ଏନେଇ ପାଡେପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ଜିପିଓ ତ୍ରିଲୋଚନ ନାଏକଙ୍କୁ ପଚାରିବାରୁ ଶ୍ରୀମତୀ ମାଝୀଙ୍କ ପାଖରେ ଯେଉଁ ସବୁ ଡିଏସସି ଥିଲା ସେ ଦେଇ ଦେଇଛନ୍ତି। ଏକଥା ସତ ଯେ, ସେ ପୁରୁଣା ଡିଏସସି ଦେଇଛନ୍ତି ହେଲେ କୌଣସି ଅସୁବିଧା ନାହିଁ ଆମେ ତାହା ଅଚଳ କରିଦେବୁ। ସେ ଆଗାମୀ ଦିନରେ କୌଣସି ମଧ୍ୟ ଭୁଲ କାମ ପାଇଁ ବ୍ୟବହାର କରିପାରିବେ ନାହିଁ l ଆମେ ଆଇଡି ଏବଂ ପାଶୱାର୍ଡ ପରିବର୍ତ୍ତନ କରିସାରିଛୁ ବୋଲି ଧରିତ୍ରୀକୁ ପ୍ରତିକ୍ରିୟା ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri