Posted inଖେଳ

ଆୟୋଜକ ନ୍ୟୁଜିଲାଣ୍ଡର ବିଦାୟ

ଡୁନେଡିନ୍‌/ସିଡ୍‌ନୀ, ୩୧ା୭ (ଏପି): ଚଳିତ ଫିଫା ମହିଳା ଫୁଟ୍‌ବଲ ବିଶ୍ୱକପ୍‌ର ଗ୍ରୁପ୍‌ ‘ଏ’ରେ ରବିବାର ନ୍ୟୁଜିଲାଣ୍ଡ ଓ ସୁଇଜରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଛି। ଏଥି ସହିତ ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଦଳ ଭାବେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ଅନ୍ୟପକ୍ଷରେ ସୁଇଜରଲାଣ୍ଡ ଗୋଟିଏ ବିଜୟ ଓ ୨ଟି ଡ୍ର ସହ ୫ ପଏଣ୍ଟ ଅର୍ଜନ କରି ଗ୍ରୁପ୍‌ ଏ’ର ଶୀର୍ଷରେ ରହିବା ସହ ପ୍ରି-କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି। ଦଳ ବର୍ତ୍ତମାନ ଗ୍ରୁପ୍‌ ସି’ର ସ୍ପେନ କିମ୍ବା ଜାପାନକୁ ଭେଟିବ।

ସିଡ୍‌ନୀ ଫୁଟବଲ ଷ୍ଟାଡିୟମରେ କଲମ୍ବିଆ ଶେଷ ମୁହୂର୍ତ୍ତରେ ଏକ ଗୋଲ ସ୍କୋର ୨ଥର ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୨-୧ ଗୋଲ୍‌ରେ ପରାସ୍ତ କରି ଟୁର୍ନାମେଣ୍ଟରେ ଏକ ବିପର୍ଯ୍ୟୟ ସୃଷ୍ଟି କରିଛି। କଲମ୍ବିଆ ପକ୍ଷରୁ ଲିଣ୍ଡା କାଲ୍‌ସେଡୋ ଖେଳର ୫୨ତମ ମିନିଟ୍‌ରେ ଗୋଲ ସ୍କୋର କରି ତାଙ୍କ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ମାତ୍ର ୮୯ତମ ମିନିଟ୍‌ରେ ଆଲେଜାଣ୍ଡ୍ରା ପପ୍‌ଙ୍କ ଜରିଆରେ ଏକ ଗୋଲ୍‌ ସ୍କୋର କରି ଜର୍ମାନୀ ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲା। ପରବର୍ତ୍ତୀ ସମୟରେ ଖେଳର ୯୦+୭ତମ ସମୟରେ ମାନୁଏଲା ଭେନେଗାସ୍‌ଙ୍କ ଗୋଲ୍‌ ଯୋଗୁ କଲମ୍ବିଆ ବିଜୟ ଲାଭ କରିଥିଲା।

ଏହି ବିଜୟ ଦ୍ୱାରା କଲମ୍ବିଆ ଗ୍ରୁପ୍‌ ‘ଏଚ୍‌’ରେ ଖେଳିଥିବା ଦୁଇଟି ମ୍ୟାଚର ୬ ପଏଣ୍ଟ ଅର୍ଜନ କରି ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନ ଅଧିକାର କରିଛି। ରବିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ନରଓ୍ବେ ୬-୦ ଗୋଲ୍‌ରେ ଫିଲିପାଇନ୍ସକୁ ପରାସ୍ତ କରି ନକ୍‌ଆଉଟରେ ପ୍ରବେଶ କରିଛି। ଦଳ ପକ୍ଷରୁ ସୋଫି ରୋମନ ହଗ୍‌ ୩ଟି ଗୋଲ୍‌ ସ୍କୋର କରିଥିବା ବେଳେ କାରୋଲିନ୍‌ ଗ୍ରାହାମ ହାନସେନ୍‌ ଓ ଗୁରୋ ରେଲ୍‌ଟନ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ତେବେ ଗ୍ରୁପ୍‌ ଏ’ରେ ଏହି ଦଳ ସୁଇଜରଲାଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଅନ୍ୟ ଏକ ମ୍ୟାଚରେ ମରକ୍କୋ ୧-୦ ଗୋଲ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଚଳିତ ବିଶ୍ୱକପ୍‌ରେ ଏହାର ପ୍ରଥମ ବିଜୟ ହାସଲ କରିଛି। ଦଳ ପକ୍ଷରୁ ବିଜୟସୂଚକ ଗୋଲ୍‌ଟିକୁ ଇବିତ୍‌ସାମ ଜ୍ରାଦି ଖେଳର ୬ଷ୍ଠ ମିନିଟ୍‌ରେ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri