Posted inଖେଳ

ବ୍ରାଜିଲ, ଇଟାଲୀର ବିଦାୟ

ହାମିଲଟନ୍‌,୩ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ ବିଶ୍ୱକପରେ ବୁଧବାର କିଛି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବ୍ରାଜିଲ ଓ ଇଟାଲୀ ପରି ଶକ୍ତିଶାଳୀ ଦଳ ଟୁର୍ନାମେଣ୍ଟରୁ ବାଦ ପଡିଥିବା ବେଳେ ପ୍ରଥମ ଥର ପାଇଁ ନକ୍‌ଆଉଟରେ ପ୍ରବେଶ କରି ଇତିହାସ ରଚିଛନ୍ତି ଦକ୍ଷିଣ ଆଫ୍ରିକା ଓ ଜାମାଇକା। ଆର୍ଜେଣ୍ଟିନାକୁ ପରାସ୍ତ କରିଥିବା ସୁଇଡେନ୍‌ ଆମେରିକା ସହିତ ଏହାର ରାଉଣ୍ଡ ଅଫ୍‌-୧୬ ମୁକାବିଲା ଖେଳିବ।
ରାଉଣ୍ଡ ଅଫ୍‌-୧୬ରେ ଦକ୍ଷିଣ ଆଫ୍ରିକା, ଜାମାଇକା: ପ୍ରଥମ ଥର ପାଇଁ ବିଶ୍ୱକପର ରାଉଣ୍ଡ ଅପ୍‌ ୧୬(ନକ୍‌ଆଉଟ୍‌)ରେ ପ୍ରବେଶ କରିଛନ୍ତି ଦକ୍ଷିଣ ଆଫ୍ରିକା ଓ ଜାମାଇକା। ଦକ୍ଷିଣ ଆଫ୍ରିକା ୩-୨ରେ ଇଟାଲୀକୁ ପରାସ୍ତ କରିଥିବା ବେଳେ ବ୍ରାଜିଲ ସହିତ ୦-୦ରେ ମ୍ୟାଚ୍‌ ଅମୀମାଂସିତ ରଖି ନକ୍‌ଆଉଟକୁ ଉନ୍ନୀତ ହୋଇଛି ଜାମାଇକା। ୪ଥର ବିଶ୍ୱକପ୍‌ ଖେଳି ସାରିଥିବା ଇଟାଲୀକୁ ଅନ୍ତିମ ଗ୍ରୁପ ମ୍ୟାଚ୍‌ରେ ୩-୨ରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା। ଇଞ୍ଜୁରୀ ଟାଇମରେ ଥେମ୍ବି କେଗ୍ଲାଟାନା ଦକ୍ଷିଣ ଆଫ୍ରିକା ପକ୍ଷରୁ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଇଟାଲୀ ପକ୍ଷରୁ ଆରିଆନା କାରୁସୋ (୧୧ ଓ ୭୪ ମିନିଟ) ଡବଲ୍‌ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ର ୧୧ତମ ମିନିଟରେ ଆରିଆନା ପ୍ରଥମ ଗୋଲ ସ୍କୋର କରି ଇଟାଲୀକୁ ୧-୦ରେ ଆଗୁଆ କରିଥିଲେ। ୩୨ ତମ ମିନିଟରେ ଡିଫେଣ୍ଡର ବେନେଡେଟ୍ଟା ଓର୍ସିଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ମ୍ୟାଚ୍‌ ସମାନ୍ତର ସ୍ଥିତିକୁ ଆସିଥିଲା। ଦ୍ୱିତୀୟାର୍ଦ୍ଧରେ ହିଲଦା ମାଗାୟା୬୭ ତମ ମିନିଟରେ ଗୋଲ ଦେଇ ଦକ୍ଷିଣ ଆଫ୍ରିକାକୁ ଆଗୁଆ କରିଥିଲେ। ତେବେ ଏହାର ୭ ମିନିଟ ପରେ ଇଟାଲୀ ପକ୍ଷରୁ ଆରିଆନା ଆଉ ଏକ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ ଡ୍ର ଆଡକୁ ଯାଉଥିବା ବେଳେ ଥେମ୍ବି କେଗ୍ଲାଟାନା ଗୋଲ ସ୍କୋର କରିବା ସହିତ ଦକ୍ଷିଣ ଆଫ୍ରିକାକୁ ନକ୍‌ ଆଉଟରେ ପହଞ୍ଚାଇ ଥିଲେ। ଅନ୍ୟ ପକ୍ଷରେ ବ୍ରାଜିଲ ସହିତ ମ୍ୟାଚ୍‌କୁ ୦-୦ରେ ଡ୍ର ରଖି ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଛି ଜାମାଇକା। ୩ ମ୍ୟାଚ୍‌ରୁ ୧ ବିଜୟ ଓ ୨ ଡ୍ର ସହିତ ୫ ପଏଣ୍ଟ ଅର୍ଜନ କରି ଜାମାଇକା ଯୋଗ୍ୟତା ଅର୍ଜନ କରିଛି।
ସୁଇଡେନ୍‌ ନକ୍‌ଆଉଟରେ: ଗ୍ରୁପ୍‌ ଜିରେ ଥିବା ସୁଇଡେନ୍‌ ଏହାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୨-୦ରେ ପରାସ୍ତ କରି ନକ୍‌ଆଉଟରେ ପ୍ରବେଶ କରିଛି। ୩ଟି ଯାକ ମ୍ୟାଚରେ ବିଜୟ ହାସଲ କରିବା ସହିତ ଦଳ ଆମେରିକା ସହିତ ଏହାର ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବ। ବର୍ଷା ହୋଇଥିବା ମ୍ୟାଚ୍‌ରେ ସୁଇଡେନ୍‌ ପକ୍ଷରୁ ଉଭୟ ଗୋଲ ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ସ୍କୋର ହୋଇଥିଲା। ରେବେକା ବ୍ଲୋମକୋଭିଷ୍ଟ ୬୬ ମିନିଟରେ ଓ ଏଲିନ୍‌ ରବେନ୍‌ସନ୍‌ ୯୦ ମିନିଟରେ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ।
ଡିଆନିଙ୍କ ହ୍ୟାଟ୍ରିକ୍‌: ଚଳିତ ବିଶ୍ୱକପର ଦ୍ୱିତୀୟ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି ଫ୍ରାନ୍ସର କାଡିଡିଆଟୋଉ ଡିଆନି। ଫ୍ରାନ୍ସ ୬-୩ ଗୋଲରେ ପାନାମାକୁ ପରାସ୍ତ କରିବା ସହିତ ଗ୍ରୁପ୍‌ ଏଫ୍‌ର ଏକ ନମ୍ବର ସ୍ଥାନରେ ରହି ନକ୍‌ଆଉଟରେ ପ୍ରବେଶ କରିଛି। ଡଆନି(୨୮, ୩୭ ଓ ୫୨ ମିନିଟ)ରେ ୩ ଗୋଲ୍‌ ସ୍କୋର କରିଥିବା ବେଳେ ମାଏଲେ ଲାର୍କର(୨୧ ମିନିଟ), ଲି ଲେ ଗାରେକ୍‌(୪୫+୫ ମିନିଟ) ଓ ଭିକି ବେକୋ(୯୦+୧୦ ମିନିଟ)ରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟପକ୍ଷରେ ପାନାମ ପକ୍ଷରୁ ମାର୍ଟା କକ୍ସ(୨ ମିନିଟ), ୟୋମିରା ପିଞ୍ଜନ(୬୪ ମିନିଟ) ଓ ଲିନେଥ୍‌ ସେଡେନୋ(୮୭ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମାର୍ଟା କକ୍ସ ମ୍ୟାଚର ଦ୍ୱିତୀୟ ମିନିଟରେ ସ୍କୋର କରିବା ସହିତ ଟୁର୍ନାମେଣ୍ଟର ଦ୍ରୁତତମ ଗୋଲ ରେକର୍ଡ ନିଜ ନାମରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri