ଜଗନ୍ନାଥଙ୍କୁ ସାହା ଦଦରା ରଥ: ଆଶା-ଆଶଙ୍କାରେ ଦେବଗଡ଼ ରଥଯାତ୍ରା

ଦେବଗଡ଼,୨୭ା୬(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଭାବେ ପରିଚିତ ଦେବଗଡ଼ ରଥଯାତ୍ରା ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆୟୋଜକ ରାଜ ପରିବାରର ଚରମ ଅବହେଳା ଏବଂ ପରିଚାଳନାଗତ ତ୍ରୁଟି ଯୋଗୁ ଏପରି ହୋଇଥିବା କୁହାଯାଉଛି।
ରଥଯାତ୍ରା ପୂର୍ବରୁ ପ୍ରତ୍ୟେକ ବର୍ଷ ବନ ବିଭାଗ ସହାୟତାରେ ରଥକାଠ ସଂଗ୍ରହ କରାଯିବା ସହ ଏହାଦ୍ୱାରା ରଥର ପୁନଃନିର୍ମାଣ କିମ୍ବା ମରାମତି କରାଯାଇଥାଏ। ମାତ୍ର ପ୍ରାୟ ତିନିବର୍ଷ ହେଲା ଏଥିରେ ବ୍ୟତିକ୍ରମ ଦେଖାଦେବା ସହ ନୂଆକାଠ ସଂଗ୍ରହ କରାଯାଇନାହିଁ। ଯଦ୍ୱାରା ରଥର ପୁନଃ ନିର୍ମାଣ କିମ୍ବା ଏହାର ପୁରୁଣା ରଥର ଉପଯୁକ୍ତ ମରାମତି କରାଯାଇନାହିଁ। ଫଳରେ ରଥର ଅବସ୍ଥା ଅସୁରକ୍ଷିତ ହୋଇପଡ଼ିବା ସହ ଏହି ଦଦରା ରଥ ଗଡ଼ିବା ଦ୍ୱାରା କୋଣସି ସମୟରେ କୌଣସି ପ୍ରକାର ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି। ଏପରିକି ଏନେଇ ଦେବଗଡ଼ ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)ର ଅଧିକ୍ଷଣ ଯନ୍ତ୍ରୀ ଏନେଇ ଉପଜିଲାପାଳଙ୍କୁ ଷ୍ଟାଟସ ରିପୋର୍ଟ (ଚିଠି ନଂ-୧୬୭୯ ତା-୨୪-୦୬-୨୦୨୫) ମାଧ୍ୟମରେ ସତର୍କ କରାଇଥିବା ଜଣାପଡ଼ିଛି।

ବିଧି ଅନୁଯାୟୀ ରଥଯାତ୍ରା ପୂର୍ବରୁ ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)କର୍ତ୍ତୃପକ୍ଷଙ୍କ ଦ୍ୱାରା ରଥର ସ୍ଥିତିକୁ ପରଖାଯାଇଥାଏ । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏହାର ବିଭିନ୍ନ ଅଂଶକୁ ଯାଞ୍ଚ କରାଯିବା ସହ ଏନେଇ ଜିଲା ପ୍ରଶାସନକୁ ଷ୍ଟାଟସ୍‌ ରିପୋର୍ଟ ପ୍ରଦାନ କରାଯାଇଥାଏ। ଏହି କ୍ରମରେ ଦେବଗଡ଼ ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)ର ଅଧିକ୍ଷଣ ଯନ୍ତ୍ରୀ ଇତିମଧ୍ୟରେ ରଥଯାତ୍ରା ନିମନ୍ତେ ରାଜପରିବାର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରଥର ସ୍ଥିତିକୁ ଅନୁଧ୍ୟାନ ଓ ନିରୀକ୍ଷଣ କରିବା ପରେ ଉକ୍ତ ରଥରେ ଲାଗିଥିବା ଗୁରୁତ୍ୱପୂର୍ଣ୍ଣ କାଠ ଖଣ୍ଡଗୁଡ଼ିକ ନଷ୍ଟ ହେବା ସହ ବ୍ୟବହାର ଅନୁପଯୋଗୀ ହୋଇଥିବା, ରଥକୁ ଉଠିବା ଓ ଓହ୍ଲାଇବା ପାଇଁ ଉଦ୍ଦିଷ୍ଟ ଶିଡ଼ିର ଉଚ୍ଚତା ଏହାର ଢାଞ୍ଚା ତ୍ରୁଟି ରହିଥିବା ଦର୍ଶାଇବା ସହ ଏଥିରେ ସୁଧାର ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତ।

ସେହିପରି ଶିଡ଼ିରେ ଲାଗିଥିବା ଚକର ଅବସ୍ଥା ବିପଜ୍ଜନକ ରହିଥିବା ଏବଂ ରଥଯାତ୍ରା ସମୟରେ ଏହା ଭାଙ୍ଗିଯାଇପାରେ ବୋଲି ମଧ୍ୟ ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)ର ଅଧିକ୍ଷଣ ଯନ୍ତ୍ରୀ ଉପଜିଲାପାଳଙ୍କୁ ପ୍ରଦାନ କରିଥିବା ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରି ଏଥିପ୍ରତି ଧ୍ୟାନ ଦେବାସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାଟସ୍‌ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)ର ଅଧିକ୍ଷଣ ଯନ୍ତ୍ରୀଙ୍କ ଏହି ରିପୋର୍ଟ ଅଧାରରେ ଉପଜିଲାପାଳ ଶ୍ରୀଜଗନ୍ନାଥ ମନ୍ଦିର, ଦେବଗଡ଼ର ମନ୍ଦିର ପରିଚାଳକଙ୍କୁ ପତ୍ର ଲେଖି ରଥରେ ରହିଥିବା ଉପରୋକ୍ତ ତ୍ରୁଟି ବିଚ୍ୟୁତିକୁ ପୂର୍ତ୍ତବିଭାଗ (ରାସ୍ତା ଓ ସୌଧ)ର ଅଧିକ୍ଷଣ ଯନ୍ତ୍ରୀ କିମ୍ବା ତାଙ୍କ ଦ୍ୱାରା ପ୍ରେରିତ କର୍ମଚାରୀଙ୍କ ଉପସ୍ଥିତିରେ ସୁଧାରିବା ସହିତ ଜରୁରୀ ପ୍ରତିକାର ମୂଳକ ଗ୍ରହଣ କରିବାକୁ ଚିଠି ନଂ- ୨୪୨୧ତା- ୨୪-୦୬-୨୫ ରିଖରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏନେଇ ମତାମତ ନିମନ୍ତେ ଦେବଗଡ଼ ରାଜପରିବାରର ମୁଖ୍ୟ ନିତେଶ ଗଙ୍ଗଦେବଙ୍କୁ ଫୋନ୍‌ କରାଯାଇଥିଲେ ମଧ୍ୟ ମାତ୍ର ସେ କଲ୍‌ ରିସିଭ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri