ଜଗନ୍ନାଥଙ୍କୁ ସାହା ଦଦରା ରଥ: ଆଶା-ଆଶଙ୍କାରେ ଦେବଗଡ଼ ରଥଯାତ୍ରା

ଦେବଗଡ଼,୨୭ା୬(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଭାବେ ପରିଚିତ ଦେବଗଡ଼ ରଥଯାତ୍ରା ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆୟୋଜକ ରାଜ ପରିବାରର ଚରମ ଅବହେଳା ଏବଂ ପରିଚାଳନାଗତ ତ୍ରୁଟି ଯୋଗୁ ଏପରି ହୋଇଥିବା କୁହାଯାଉଛି।
ରଥଯାତ୍ରା ପୂର୍ବରୁ ପ୍ରତ୍ୟେକ ବର୍ଷ ବନ ବିଭାଗ ସହାୟତାରେ ରଥକାଠ ସଂଗ୍ରହ କରାଯିବା ସହ ଏହାଦ୍ୱାରା ରଥର ପୁନଃନିର୍ମାଣ କିମ୍ବା ମରାମତି କରାଯାଇଥାଏ। ମାତ୍ର ପ୍ରାୟ ତିନିବର୍ଷ ହେଲା ଏଥିରେ ବ୍ୟତିକ୍ରମ ଦେଖାଦେବା ସହ ନୂଆକାଠ ସଂଗ୍ରହ କରାଯାଇନାହିଁ। ଯଦ୍ୱାରା ରଥର ପୁନଃ ନିର୍ମାଣ କିମ୍ବା ଏହାର ପୁରୁଣା ରଥର ଉପଯୁକ୍ତ ମରାମତି କରାଯାଇନାହିଁ। ଫଳରେ ରଥର ଅବସ୍ଥା ଅସୁରକ୍ଷିତ ହୋଇପଡ଼ିବା ସହ ଏହି ଦଦରା ରଥ ଗଡ଼ିବା ଦ୍ୱାରା କୋଣସି ସମୟରେ କୌଣସି ପ୍ରକାର ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି। ଏପରିକି ଏନେଇ ଦେବଗଡ଼ ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)ର ଅଧିକ୍ଷଣ ଯନ୍ତ୍ରୀ ଏନେଇ ଉପଜିଲାପାଳଙ୍କୁ ଷ୍ଟାଟସ ରିପୋର୍ଟ (ଚିଠି ନଂ-୧୬୭୯ ତା-୨୪-୦୬-୨୦୨୫) ମାଧ୍ୟମରେ ସତର୍କ କରାଇଥିବା ଜଣାପଡ଼ିଛି।

ବିଧି ଅନୁଯାୟୀ ରଥଯାତ୍ରା ପୂର୍ବରୁ ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)କର୍ତ୍ତୃପକ୍ଷଙ୍କ ଦ୍ୱାରା ରଥର ସ୍ଥିତିକୁ ପରଖାଯାଇଥାଏ । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏହାର ବିଭିନ୍ନ ଅଂଶକୁ ଯାଞ୍ଚ କରାଯିବା ସହ ଏନେଇ ଜିଲା ପ୍ରଶାସନକୁ ଷ୍ଟାଟସ୍‌ ରିପୋର୍ଟ ପ୍ରଦାନ କରାଯାଇଥାଏ। ଏହି କ୍ରମରେ ଦେବଗଡ଼ ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)ର ଅଧିକ୍ଷଣ ଯନ୍ତ୍ରୀ ଇତିମଧ୍ୟରେ ରଥଯାତ୍ରା ନିମନ୍ତେ ରାଜପରିବାର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରଥର ସ୍ଥିତିକୁ ଅନୁଧ୍ୟାନ ଓ ନିରୀକ୍ଷଣ କରିବା ପରେ ଉକ୍ତ ରଥରେ ଲାଗିଥିବା ଗୁରୁତ୍ୱପୂର୍ଣ୍ଣ କାଠ ଖଣ୍ଡଗୁଡ଼ିକ ନଷ୍ଟ ହେବା ସହ ବ୍ୟବହାର ଅନୁପଯୋଗୀ ହୋଇଥିବା, ରଥକୁ ଉଠିବା ଓ ଓହ୍ଲାଇବା ପାଇଁ ଉଦ୍ଦିଷ୍ଟ ଶିଡ଼ିର ଉଚ୍ଚତା ଏହାର ଢାଞ୍ଚା ତ୍ରୁଟି ରହିଥିବା ଦର୍ଶାଇବା ସହ ଏଥିରେ ସୁଧାର ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତ।

ସେହିପରି ଶିଡ଼ିରେ ଲାଗିଥିବା ଚକର ଅବସ୍ଥା ବିପଜ୍ଜନକ ରହିଥିବା ଏବଂ ରଥଯାତ୍ରା ସମୟରେ ଏହା ଭାଙ୍ଗିଯାଇପାରେ ବୋଲି ମଧ୍ୟ ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)ର ଅଧିକ୍ଷଣ ଯନ୍ତ୍ରୀ ଉପଜିଲାପାଳଙ୍କୁ ପ୍ରଦାନ କରିଥିବା ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରି ଏଥିପ୍ରତି ଧ୍ୟାନ ଦେବାସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାଟସ୍‌ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)ର ଅଧିକ୍ଷଣ ଯନ୍ତ୍ରୀଙ୍କ ଏହି ରିପୋର୍ଟ ଅଧାରରେ ଉପଜିଲାପାଳ ଶ୍ରୀଜଗନ୍ନାଥ ମନ୍ଦିର, ଦେବଗଡ଼ର ମନ୍ଦିର ପରିଚାଳକଙ୍କୁ ପତ୍ର ଲେଖି ରଥରେ ରହିଥିବା ଉପରୋକ୍ତ ତ୍ରୁଟି ବିଚ୍ୟୁତିକୁ ପୂର୍ତ୍ତବିଭାଗ (ରାସ୍ତା ଓ ସୌଧ)ର ଅଧିକ୍ଷଣ ଯନ୍ତ୍ରୀ କିମ୍ବା ତାଙ୍କ ଦ୍ୱାରା ପ୍ରେରିତ କର୍ମଚାରୀଙ୍କ ଉପସ୍ଥିତିରେ ସୁଧାରିବା ସହିତ ଜରୁରୀ ପ୍ରତିକାର ମୂଳକ ଗ୍ରହଣ କରିବାକୁ ଚିଠି ନଂ- ୨୪୨୧ତା- ୨୪-୦୬-୨୫ ରିଖରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏନେଇ ମତାମତ ନିମନ୍ତେ ଦେବଗଡ଼ ରାଜପରିବାରର ମୁଖ୍ୟ ନିତେଶ ଗଙ୍ଗଦେବଙ୍କୁ ଫୋନ୍‌ କରାଯାଇଥିଲେ ମଧ୍ୟ ମାତ୍ର ସେ କଲ୍‌ ରିସିଭ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri