ଶଳାଙ୍କୁ ଇଟାରେ ଛେଚି ହତ୍ୟା, ଭିଣୋଇ-ସମ୍ପର୍କୀୟ ମାମୁ କୋର୍ଟ ଚାଲାଣ

ଦେବଗଡ଼,୧୩।୧୨,(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣୀଆମୁଣ୍ଡା ଗ୍ରାମରେ ଭିଣୋଇ ଓ ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଶଳାର ମୃତ୍ୟୁ ଘଟଣାରେ ସୋମବାର ଦେବଗଡ଼ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଘଟଣାର ଟିକିନିଖି ତଥ୍ୟ ରଖିଛନ୍ତି ଦେବଗଡ଼ ଏସଡିପିଓ ଅନିଲ କୁମାର ବେଉରିଆ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡାଙ୍କ ଭଉଣୀ ଜେମା ମୁଣ୍ଡାକୁ ଉକ୍ତ ଗ୍ରାମରେ ରହୁଥିବା ସିଙ୍ଗରାଇ ମୁଣ୍ଡା ପ୍ରାୟ ତିନି ବର୍ଷ ପୂର୍ବେ ପ୍ରେମ ବିବାହ କରି ଦିତୀୟ ସ୍ତ୍ରୀ ଭାବେ ରଖିଥିଲେ  ସେମାନଙ୍କୁ ଏକ ଶିଶୁ ପୁତ୍ର ରହିଥିବା ବେଳେ କୌଣସି କାରଣକୁ ନେଇ ଜେମା ସିଙ୍ଗରାଇକୁ ଛାଡି ଅନ୍ୟ ଜଣେ ଯୁବକ ସହ ଅନ୍ୟତ୍ର ପଳାଇ ଯାଇଥିବା ବେଳେ ଶିଶୁ ପୁତ୍ରଟି ରମେଶ ଘରେ ରହିଥିଲା । ତେବେ ରମେଶ ସିଙ୍ଗରାଇକୁ ନିଜ ଶିଶୁ ପୁତ୍ରକୁ ନିଜ ପାଖକୁ ନେଇଯିବାକୁ କହିବାରୁ ଗତ ୩ ତାରିଖ ଦିନ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାସହ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସିଙ୍ଗରାଇ ଜଣେ ସମ୍ପର୍କୀୟ କାଇରା ଲୁହୁରାଙ୍କ ସହ ମିଶି ରମେଶଙ୍କୁ ଆକ୍ରମଣ କରିବା ସହ ଏକ ଇଟା ସାହାଯ୍ୟରେ ରମେଶଙ୍କ ମୁଣ୍ଡକୁ ଛେଚିଥିଲେ। ଘଟଣା ସ୍ଥଳରେ ରମେଶଙ୍କ ମୃତ୍ୟୁ ଘଟିଥିବା ଜାଣି ଉଭୟ ମୃତ ଶରୀରକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଚାଲି ଯାଇଥିଲେ। ରମେଶ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ପାଇବାରୁ ଏ ନେଇ ଦେବଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ନିଖୋଜ ମାମଲା ପଞ୍ଜିକୃତ କରି ଘଟଣାର ତଦନ୍ତ କରୁଥିବା ବେଳେ ଗତ ୧୧ତାରିଖ ଦିନ ଉତଟୁଣିଆମୁଣ୍ଡା ଜଙ୍ଗଲରେ ଏକ ମୃତଦେହ ପଡ଼ିଥିବା ସୂଚନା ପାଇଥିଲା l ଦେବଗଡ଼ ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଇଟାକୁ ଜବତ କରିଥିଲା। ପରେ ଦୁଇ ଅଭିଯୁକ୍ତ ସମ୍ପର୍କୀୟ ମାମୁ କାଇରା ଲୁହୁରା ଓ ଭିଣୋଇ ସିଙ୍ଗରାଇକୁ ଗିରଫ କରାଯାଇ ଅଧିକ ପଚରାଉଚୁରା ପରେ ସେମାନ ଦୋଷ ସ୍ବୀକାର କରିଥିଲେ। ସୋମବାର ସେମାନଙ୍କୁ ଷଡ଼ଯନ୍ତ୍ର ଓ ହତ୍ୟା ମାମଲାରେ ଦେବଗଡ଼ ଥାନା ପୋଲିସ କୋର୍ଟ ଚାଲାଣ କରିଛିl ଏହି ଖବରଦାତା ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାୟକ, ଅତିରିକ୍ତ ଆଇଆଇସି ସରୋଜ କୁମାର ସେଠୀ ଓ ତଦନ୍ତ ଅଧିକାରୀ ଦିବ୍ୟ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri