ଶଳାଙ୍କୁ ଇଟାରେ ଛେଚି ହତ୍ୟା, ଭିଣୋଇ-ସମ୍ପର୍କୀୟ ମାମୁ କୋର୍ଟ ଚାଲାଣ

ଦେବଗଡ଼,୧୩।୧୨,(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣୀଆମୁଣ୍ଡା ଗ୍ରାମରେ ଭିଣୋଇ ଓ ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଶଳାର ମୃତ୍ୟୁ ଘଟଣାରେ ସୋମବାର ଦେବଗଡ଼ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଘଟଣାର ଟିକିନିଖି ତଥ୍ୟ ରଖିଛନ୍ତି ଦେବଗଡ଼ ଏସଡିପିଓ ଅନିଲ କୁମାର ବେଉରିଆ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡାଙ୍କ ଭଉଣୀ ଜେମା ମୁଣ୍ଡାକୁ ଉକ୍ତ ଗ୍ରାମରେ ରହୁଥିବା ସିଙ୍ଗରାଇ ମୁଣ୍ଡା ପ୍ରାୟ ତିନି ବର୍ଷ ପୂର୍ବେ ପ୍ରେମ ବିବାହ କରି ଦିତୀୟ ସ୍ତ୍ରୀ ଭାବେ ରଖିଥିଲେ  ସେମାନଙ୍କୁ ଏକ ଶିଶୁ ପୁତ୍ର ରହିଥିବା ବେଳେ କୌଣସି କାରଣକୁ ନେଇ ଜେମା ସିଙ୍ଗରାଇକୁ ଛାଡି ଅନ୍ୟ ଜଣେ ଯୁବକ ସହ ଅନ୍ୟତ୍ର ପଳାଇ ଯାଇଥିବା ବେଳେ ଶିଶୁ ପୁତ୍ରଟି ରମେଶ ଘରେ ରହିଥିଲା । ତେବେ ରମେଶ ସିଙ୍ଗରାଇକୁ ନିଜ ଶିଶୁ ପୁତ୍ରକୁ ନିଜ ପାଖକୁ ନେଇଯିବାକୁ କହିବାରୁ ଗତ ୩ ତାରିଖ ଦିନ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାସହ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସିଙ୍ଗରାଇ ଜଣେ ସମ୍ପର୍କୀୟ କାଇରା ଲୁହୁରାଙ୍କ ସହ ମିଶି ରମେଶଙ୍କୁ ଆକ୍ରମଣ କରିବା ସହ ଏକ ଇଟା ସାହାଯ୍ୟରେ ରମେଶଙ୍କ ମୁଣ୍ଡକୁ ଛେଚିଥିଲେ। ଘଟଣା ସ୍ଥଳରେ ରମେଶଙ୍କ ମୃତ୍ୟୁ ଘଟିଥିବା ଜାଣି ଉଭୟ ମୃତ ଶରୀରକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଚାଲି ଯାଇଥିଲେ। ରମେଶ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ପାଇବାରୁ ଏ ନେଇ ଦେବଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ନିଖୋଜ ମାମଲା ପଞ୍ଜିକୃତ କରି ଘଟଣାର ତଦନ୍ତ କରୁଥିବା ବେଳେ ଗତ ୧୧ତାରିଖ ଦିନ ଉତଟୁଣିଆମୁଣ୍ଡା ଜଙ୍ଗଲରେ ଏକ ମୃତଦେହ ପଡ଼ିଥିବା ସୂଚନା ପାଇଥିଲା l ଦେବଗଡ଼ ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଇଟାକୁ ଜବତ କରିଥିଲା। ପରେ ଦୁଇ ଅଭିଯୁକ୍ତ ସମ୍ପର୍କୀୟ ମାମୁ କାଇରା ଲୁହୁରା ଓ ଭିଣୋଇ ସିଙ୍ଗରାଇକୁ ଗିରଫ କରାଯାଇ ଅଧିକ ପଚରାଉଚୁରା ପରେ ସେମାନ ଦୋଷ ସ୍ବୀକାର କରିଥିଲେ। ସୋମବାର ସେମାନଙ୍କୁ ଷଡ଼ଯନ୍ତ୍ର ଓ ହତ୍ୟା ମାମଲାରେ ଦେବଗଡ଼ ଥାନା ପୋଲିସ କୋର୍ଟ ଚାଲାଣ କରିଛିl ଏହି ଖବରଦାତା ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାୟକ, ଅତିରିକ୍ତ ଆଇଆଇସି ସରୋଜ କୁମାର ସେଠୀ ଓ ତଦନ୍ତ ଅଧିକାରୀ ଦିବ୍ୟ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri