ଆହୁରି ୫ଦିନ ଘନ କୁହଡ଼ି: ଆଗାମୀ ୨୪ ଘଣ୍ଟା ପାଇଁ…

ଭୁବନେଶ୍ୱର,୩ା୧(ବନ୍ଦନା ସେଠୀ): ଘନ କୁହୁଡ଼ି ବଳୟରେ ଅସ୍ତବ୍ୟସ୍ତ ଜୀବନ। ଫଳରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ତେବେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଯୋଗୁ ଶୀତର ମାତ୍ରା କିଛି ପରିମାଣରେ ହ୍ରାସ ପାଇଥିଲେ ହେଁ କୁହୁଡି ପାଇଁ ଖରାର ପ୍ରକୋପ କମ୍‌ ରହୁଛି। ଆସନ୍ତା ୨ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାପରେ ପୁନର୍ବାର ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ଖସିବ ଏବଂ ଥଣ୍ଡା ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘନ କୁହୁଡି ନେଇ ଉଭୟ ଅରେଞ୍ଜ ଓ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର କଟକ, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର ଜିଲାକୁ ଅତି ଘନକୁହୁଡି ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ସୁନ୍ଦରଗଡ଼, ବାଲେଶ୍ୱର, ଭ୍ରଦକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିପରି ରବିବାର ଯାଜପୁର, କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଜଗତ୍‌ସିଂହପୁରକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡିରେ ୭ଡିଗ୍ରୀ, ଫୁଲବାଣୀ ୭.୫ ଡିଗ୍ରୀ, କୋରାପୁଟ ୮.୧ ଡିଗ୍ରୀ, ଅନୁାଗୋଳ ୮.୯ ଡିଗ୍ରୀ, ରାଉରକେଲା ୯.୬ ଡିଗ୍ରୀ, ଝାରସୁଗୁଡା ଏବଂ ବୌଦ୍ଧରେ ୯.୮ ଡିଗ୍ରୀ ରହିଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ରୁ ତଳକୁ ଖସିଲା ବାଇକ୍‌, ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ମୋହନା,୪।୧( ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମହେନ୍ଦ୍ରଗଡ ଗାଁ ନିକଟରେ ଥିବା ବ୍ରିଜ ତଳ ନଈକୁ ଖସିଲା ବାଇକ। ବାଇକ୍‌ ଖସିବା ଫଳରେ ଜଣେ...

ଭାରତୀୟ ବଂଶୋଦ୍ଭବ ଡେମ୍‌ହୁଡ୍‌

ଣସି ଏକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ରିଟେନ୍‌ ପକ୍ଷରୁ ନାଇଟ୍‌ହୁଡ୍‌ ଉପାଧିରେ ଜଣଙ୍କୁ ଭୂଷିତ କରାଯାଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ସାମରିକ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ...

ଥୁଆମୂଳ ରାମପୁରରେ ବ୍ଲକ ସ୍ତରୀୟ ‘କଳାହାଣ୍ଡି ଉତ୍ସବ-ଘୁମୁରା’ର ଶୁଭାରମ୍ଭ

ଥୁଆମୂଳ ରାମପୁର, ୪।୧ (ଦୁର୍ଗା କୀର୍ତ୍ତି): ଆସନ୍ତା ୬ ଓ ୭ ତାରିଖରେ ସ୍ଥାନୀୟ ବାବା ଖଣ୍ଡୁଆଳ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି...

ବର୍ଷର ପ୍ରଥମ ପଥ ଉତ୍ସବ: ରାଜପଥରେ ଯାନବାହନ ଚଳାଚଳ ନିଷିଦ୍ଧ

ଭୁବନେଶ୍ୱର,୪।୧: ଆଜି ପଥ ଉତ୍ସବ। ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ ଆରମ୍ଭ ହୋଇଛି। ମାଷ୍ଟର୍‌ କ୍ୟାଣ୍ଟିନ ଛକଠାରୁ ରାମ ମନ୍ଦିର...

ପୁଣି ବଢିଯିବ ସୁନା ଦର! ଆମେରିକାର ଆକ୍ରମଣ ପରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୪।୧: ଦେଶରେ ସୁନା ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ପୂର୍ୱରୁ ଚିନ୍ତିତ ଅଛନ୍ତି। ଏହା ବ୍ୟତୀତ, ଆମେରିକା ଆକ୍ରମଣ ପରେ ଭେନେଜୁଏଲାରେ ସୃଷ୍ଟି ହେଉଥିବା ପରିସ୍ଥିତି...

୫ ବର୍ଷର ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ବୁଲନ୍ଦଶହର,୪।୧ : ଉତ୍ତରପ୍ରଦେଶରେ ୫ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଶନିବାର ଗିରଫ କରିଛି। ସେମାନେ ହେଲେ...

ବିତର୍କରେ ଆରାବଳୀ

ଶ୍ୱର ସର୍ୱ ପୁରାତନ ପର୍ୱତମାଳା ମଧ୍ୟରେ ଆରାବଳୀ ଅନ୍ୟତମ। ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ ଗୁଜରାଟ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ରାଜ୍ୟର ଭୌଗୋଳିକ ସୀମା ମଧ୍ୟରେ...

ଧୁମଧାମରେ ପାଳନହେଲା ପୁଷ୍‌ପୁନି

ନୂଆପଡ଼ା,୪ା୧(ମକାରୁ ବେମାଲ): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ପୁଷ୍‌ପୁନି ଶନିବାର ଜିଲାରେ ଧୁମଧାମରେ ପାଳିତ ହୋଇଯାଇଛି। ଏଥିପାଇଁ ସହରଠୁ ଗ୍ରାମ ଉତ୍ସବମୁଖର ହୋଇଉଠିଥିଲା। ଛୋଟ ପିଲାଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri