Categories: ଫୁରସତ

ଡେନିମ୍‌ ଫୁଟ୍‌ଓ୍ବେର୍‌

ଡେନିମ୍‌ ଫ୍ୟାଶନ କେବେ ବି ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଏହାର ଟ୍ରେଣ୍ଡ ସବୁବେଳେ ରହିଥାଏ। ତେବେ ଡେନିମ୍‌ କହିଲେ ସାଧାରଣତଃ ମନରେ ଆସେ ଡେନିମ୍‌ ଜ୍ୟାକେଟ୍‌, ଡେନିମ୍‌ ଡ୍ରେସ୍‌ କିମ୍ବା ଜିନ୍ସ କଥା। କିନ୍ତୁ ଏବେ ଡେନିମ୍‌ର କେବଳ ଆଉଟ୍‌ଫିଟ୍‌ ନୁହେଁ, ଏହାର ଫୁଟ୍‌ଓ୍ବେର୍‌ ବି ମାର୍କେଟ୍‌କୁ ଆସିଲାଣି, ଯାହାର ଚାହିଦା ମଧ୍ୟ ଖୁବ୍‌ ରହୁଛି। କାରଣ ଏହା ଦେଖିବାକୁ ଯେମିତି ଟ୍ରେଣ୍ଡି ହୋଇଥାଏ ପିନ୍ଧିବାକୁ ସେମିତି କମ୍ଫର୍ଟେବଲ୍‌ ଲାଗିଥାଏ। ତା’ହେଲେ ଆସନ୍ତୁ ଜାଣିବା କୁଲ୍‌ ଲୁକ୍‌ ଦେଉଥିବା ସେମିତି କେତୋଟି ଟ୍ରେଣ୍ଡି ଡେନିମ୍‌ ଫୁଟ୍‌ଓ୍ବେର୍‌ ସମ୍ପର୍କରେ…

* ଡେନିମ୍‌ ଆଙ୍କେଲ୍‌ ଶୁ: ଆଙ୍କେଲ୍‌ ଶୁ ପିନ୍ଧିବାକୁ ପସନ୍ଦ କରୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଏବେ ଡେନିମ୍‌ର ବି ଆଙ୍କେଲ୍‌ ଶୁ ଆସିଲାଣି। ଏହାକୁ ଜିନ୍ସ ପ୍ୟାଣ୍ଟ ହେଉ ଅବା ଶର୍ଟ ଲେଙ୍ଗ୍‌ଥ ସ୍କର୍ଟ ସହ ପେୟାର୍‌ କରି ପିନ୍ଧିଲେ ଲୁକ୍‌ ଷ୍ଟାଇଲିଶ୍‌ ଲାଗିଥାଏ।

* ଡେନିମ୍‌ ବୁଟ୍ସ: ଶୀତଦିନ ପାଇଁ ଡେନିମ୍‌ର ଏହି ଫୁଟ୍‌ଓ୍ବେର୍‌ ଏକ ଭଲ ଅପ୍ସନ। କାରଣ ଏହାକୁ ପିନ୍ଧିବା ଦ୍ୱାରା ପାଦକୁ ଶୀତରୁ ରକ୍ଷା ମିଳିବା ସହ ଟିକେ ଡିଫରେଣ୍ଟ ଲୁକ୍‌ ବି ମିଳିଥାଏ। ତେବେ ଏହାର ମଧ୍ୟ ଅନେକ ଭେରାଇଟି ଦେଖିବାକୁ ମିଳିଥାଏ, ଯଥା: ଥାଇ ହାଇ ଡେନିମ୍‌ ବୁଟ୍‌, ଆଙ୍କେଲ୍‌ ହିଲ୍‌ ବୁଟ୍‌, ଜିପ୍‌ ଷ୍ଟାଇଲ୍‌ ବୁଟ୍‌, ଲେସ୍‌ ଅପ୍‌ ବୁଟ୍‌, କଟ୍‌ ଆଉଟ୍‌ ଆଙ୍କେଲ୍‌ ବୁଟ୍‌ ଇତ୍ୟାଦି।

* ଡେନିମ୍‌ ଫ୍ଲାଟ୍‌ ଓ ହିଲ୍ସ : ଯେଉଁମାନଙ୍କୁ ଓପନ୍‌ ଫୁଟଓ୍ବେର ପିନ୍ଧିବା ପସନ୍ଦ, ସେମାନେ ଚାହିଁଲେ ଡେନିମ୍‌ର ଫ୍ଲାଟ୍‌ କିମ୍ବା ହିଲ୍‌ ଫୁଟଓ୍ବେର୍‌କୁ ଟ୍ରାଏ କରିପାରିବେ। ଏହାକୁ ଜିନ୍ସ-ଟି ଶାର୍ଟ ହେଉ ଅବା ଶଟର୍‌ସ କିମ୍ବା ଅନ୍ୟ କୌଣସି ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ପେୟାର୍‌ କରି ପିନ୍ଧାଯାଇପାରେ। ଏହି ଦୁଇ ଫୁଟଓ୍ବେର୍‌ର ଅନେକ ସୁନ୍ଦର ସୁନ୍ଦର ଡିଜାଇନ୍‌ ଏବେ ମାର୍କେଟ୍‌ରେ ମିଳିଲାଣି, ଯାହାକୁ ପିନ୍ଧି ଆରାମରେ ସ୍ମାର୍ଟ ଲୁକ୍‌ ପାଇହେବ।

* ଡେନିମ୍‌ ଓ୍ବେଜେଜ୍‌: ଏହି ଷ୍ଟାଇଲ୍‌ର ଫୁଟଓ୍ବେର୍‌ ଯୁବତୀଙ୍କୁ ଏଲିଗାଣ୍ଟ ଲୁକ୍‌ ଦେଇଥାଏ। ଯେଉଁମାନେ ହିଲ୍‌ରେ କମ୍ଫର୍ଟେବଲ୍‌ ନୁହଁ କିନ୍ତୁ ପିନ୍ଧିବାକୁ ଇଚ୍ଛା ରଖିଥାନ୍ତି, ସେମାନଙ୍କ ପାଇଁ ଏହି ଫୁଟଓ୍ବେର୍‌ ଏକ ଭଲ ବିକଳ୍ପ ହୋଇଥାଏ। ଶଟର୍‌ସ ହେଉ ଅବା ଆଙ୍କେଲ୍‌ ଲେଙ୍ଗ୍‌ଥ ଜିନ୍ସ କିମ୍ବା ନି ଲେଙ୍ଗ୍‌ଥ ଫ୍ରକ୍‌ ସହ ମ୍ୟାଚିଂ କରି ଡେନିମ୍‌ ଓ୍ବେଜେଜ୍‌ ପିନ୍ଧିଲେ ମଡର୍ନ ଲୁକ୍‌ ମିଳିଥାଏ।

* ଡେନିମ୍‌ ସ୍ନିକର୍ସ: ଅଲ୍‌ ଟାଇମ୍‌ କମ୍ଫର୍ଟେବଲ୍‌ ଲୁକ୍‌ ଦେଇଥାଏ ସ୍ନିକର୍ସ। ଆଉ ଡେନିମ୍‌ ସ୍ନିକର୍ସର କଥା ହିଁ ଅଲଗା। ଏହାକୁ କଲେଜ ହେଉ ଅବା ଅଫିସ୍‌ କିମ୍ବା ଆଉଟିଂରେ ଗଲାବେଳେ ଆରାମରେ ପିନ୍ଧାଯାଇପାରେ।

Share