Posted inଜାତୀୟ

ସ୍କୁଲ ୟୁନିଫର୍ମରେ ମଲ୍‌-ରେଷ୍ଟୁରାଣ୍ଟ୍‌-ସିନେମା ହଲ-ପାର୍କରେ ପ୍ରବେଶ ମନା…

ଲକ୍ଷ୍ନୌ, ୩୧।୭ : ସ୍କୁଲ ୟୁନିଫର୍ମରେ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପାଇଁ ଏବେ ମଲ୍‌,ରେଷ୍ଟୁରାଣ୍ଟ୍‌,ସିନେମା ହଲ, ପାର୍କରେ ପ୍ରବେଶ ମନା କରାଯାଇଛି। ଉତ୍ତରପ୍ରଦେଶର କୁଶୀନଗରର ଡିଆଇଓଏସ ଏନେଇ ମଲ, ରେଷ୍ଟୁରାଣ୍ଟ, ସିନେମା ହଲ ଏବଂ ପାର୍କ ସଞ୍ଚାଳକମାନଙ୍କୁ ନିବେଦନ କରିଛନ୍ତି। ଏହାକୁ ଉଲ୍ଲଂଘନ କରୁଥିବା ସଞ୍ଚାଳକମାନଙ୍କ ବିରୋଧରେ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି। ୟୁନିଫର୍ମରେ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପ୍ରବେଶ ଅନୁମତି ନଦେବାକୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।

ଜିଲା ବିଦ୍ୟାଳୟ ନୀରିକ୍ଷକ ରବିନ୍ଦ୍ର ସିଂ ସୂଚନା ଦେଇଛନ୍ତି ଯେ ଉତ୍ତରପ୍ରଦେଶ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଡକ୍ଟର ଶୁଚିତା ଚତୁର୍ବେଦୀ ସଦସ୍ୟ ଶିଶୁଙ୍କ ଅଧିକାରର ଉଲ୍ଲଂଘନ ତଥା ସୁରକ୍ଷା ଅଧିକାର ଆୟୋଗର ନିୟମ ଅନୁଯାୟୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ଅଧିକାର ଅଧିନିୟମ, ୨୦୦୫ ଅନ୍ତର୍ଗତ ଶିଶୁ ଅଧିକାରର ଉଲ୍ଲଂଘନର ଅନୁସନ୍ଧାନ କରିବାକୁ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

ଏହି କ୍ରମରେ ପାର୍କ, ମଲ, ରେଷ୍ଟୁରାଣ୍ଟ, ସିନେମା ହଲ ଇତ୍ୟାଦି ବିଭିନ୍ନ ସାର୍ବଜନୀନ ସ୍ଥାନଗୁଡିକର ସଞ୍ଚାଳକମାନଙ୍କୁ ବିଦ୍ୟାଳୟ ସମୟରେ ସ୍କୁଲ ୟୁନିଫର୍ମରେ କୌଣସି ଛାତ୍ରୀଛାତ୍ରଙ୍କୁ ପ୍ରବେଶ ଅନୁମତି ନଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଡିଆଇଓଏସ କହିଛି ଯେ ବିଦ୍ୟାଳୟରେ ପଢୁୁଥିବା ଛାତ୍ରୀଛାତ୍ରମାନେ ସ୍କୁଲ ସମୟରେ ବିଦ୍ୟାଳୟକୁ ନ ଯାଇ ପାର୍କ, ମଲ, ରେଷ୍ଟୁରାଣ୍ଟ ଇତ୍ୟାଦିକୁ ଯିବା ଯୋଗୁଁ ବିଭିନ୍ନ ଅପ୍ରୀତିକର ଘଟଣା ଘଟିବାର ଆଶଙ୍କା ରହିଛି।

ଏହାର ଉଲ୍ଲଂଘନ କଲେ ଏଥିପାଇଁ ଦାୟୀ ସମ୍ପୃକ୍ତ ସଂସ୍ଥାର ନିର୍ଦ୍ଦେଶକ ରହିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri