Posted inଜାତୀୟ

ମିଳିଲାନି ଆଡମିସନ୍.. ହସ୍‌ପିଟାଲ୍‌ ବାହାରେ ପିଲା ଜନ୍ମ ଦେଲେ ମହିଳା, ତିନି ଡାକ୍ତର ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୫।୪: ଅସହ୍ୟ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ହେଲେ ହସ୍‌ପିଟାଲ୍‌ରେ ମିଳିଲାନି ଆଡ଼ମିସନ, ଫଳରେ ହସ୍‌ପିଟାଲ୍‌ ଗେଟ୍ ପାଖରେ ପ୍ରସବ କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ସରକାରୀ ହସ୍‌ପିଟାଲ୍‌ରେ। ଘଟଣା ପରେ ରାଜ୍ୟ ସରକାର ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ତିନି ଡାକ୍ତରଙ୍କୁ ସସ୍‌ପେଣ୍ଡ କରିଛନ୍ତି।

ମାମଲା ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ କରିବା ପାଇଁ ତୁରନ୍ତ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୌରଭ ସିଂ। କମିଟିର ରିପୋର୍ଟ ଆଧାରରେ ଘଟଣା ସମୟରେ କନୱାଟିଆ ହସ୍‌ପିଟାଲ୍‌ରେ ଉପସ୍ଥିତ ଥିବା ଡାକ୍ତର କୁସୁମ ସଇନି, ନେହା ରାଜୱତ ଏବଂ ମନୋଜଙ୍କୁ ମାମଲାରେ ଗମ୍ଭୀର ଅବହେଳା ଏବଂ ଅସମ୍ବେଦନଶୀଳ ପାଇଁ ସସ୍‌ପେଣ୍ଡ କରାଯାଇଛି।

ଏହା ସହିତ କନୱାଟିଆ ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ସିଂ ତନୱାରଙ୍କୁ ପରିଚାଳନାଗତ ତ୍ରୁଟି ପାଇଁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।

ଗତ ବୁଧବାର ମହିଳା ଜଣଙ୍କୁ ହସ୍‌ପିଟାଲ୍‌ରେ ଆଡମିସନ ନ ମିଳିବ ପରେ ଏହିଘଟଣା ଘଟିଥିଲା। ମହିଳା ଜଣକ ହସ୍‌ପିଟାଲ୍‌ରୁ ବାହାରକୁ ଯିବା ସମୟରେ ଅତ୍ୟଧିକ ପ୍ରସବ ଯନ୍ତ୍ରଣା ସହ୍ୟ କରି ନ ପାରି ଗେଟ୍ ନିକଟରେ ପ୍ରସବ କରିଥିବା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri