ଡେଙ୍ଗୁକୁ ନେଇ ହଟୁନି ଭ୍ରାନ୍ତ ଧାରଣା

ଭୁବନେଶ୍ୱର, ୨୫ା୮ (ବନ୍ଦନା ସେଠୀ): ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ୨୪ଶହ ପାର୍‌ କରି ସାରିଥିବାବେଳେ ରାଜଧାନୀ ଭୁବନେଶ୍ୱର ହଟ୍‌ସ୍ପଟ୍‌ ପାଲଟିଛି। ତେବେ ସହରରେ ବଢୁଥିବା ସଂକ୍ରମଣକୁ ଦେଖି ଲୋକଙ୍କ ମଧ୍ୟରେ ଛନକା ପଶିଛି। ପ୍ରାୟ ପ୍ରତିଦିନ ଏକାଧିକ ରୋଗୀ ଚିହ୍ନଟ ହେଉଥିବାରୁ ଏବେ ଭୁବନେଶ୍ୱରରେ ରୋଗୀ ସଂଖ୍ୟା ୪୬୪ ପାର୍‌ କରିଛି। ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ବିଏମ୍‌ସି ପକ୍ଷରୁ ଯେଉଁଭଳି ମାଷ୍ଟର ପ୍ଲାନ୍‌ କରିବା କଥା ତାହା ହେଉନାହିଁ। ଏପଟେ ଲୋକେ ମଧ୍ୟ ସେପରି ସଚେତନ ହେଉ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଛି। ଡେଙ୍ଗୁର ନିୟନ୍ତ୍ରଣ ଭାର କେବଳ ବିଏମ୍‌ସି ଏବଂ ସ୍ବାସ୍ଥ୍ୟବିଭାଗ ଉପରେ ନ ଛାଡି ଲୋକମାନେ ନିଜେ ସଚେତନ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ମାତ୍ର ଅଧିକାଂଶ ଲୋକଙ୍କ ମନରେ ଡେଙ୍ଗୁକୁ ନେଇ ଅନ୍ଧବିଶ୍ୱାସ ବା ଭ୍ରାନ୍ତ ଧାରଣା ହଟୁନାହିଁ। ଫଳରେ ସଚେତନ କରିବାକୁ ଯାଉଥିବା ସ୍ବେଚ୍ଛାସେବୀଙ୍କୁ ଜନସାଧାରଣ ସହଯୋଗ କରୁ ନ ଥିବା ଦେଖାଦେଉଛି। କିଏ ଏମାନଙ୍କୁ ଦେଖି କବାଟ ବନ୍ଦ କରି ଦେଉଛି ତ ଆଉ କିଏ ଗେଟ୍‌ ଖୋଲୁନାହିଁ। ଏପରିକି ଘରେ ଡେଙ୍ଗୁରୋଗୀ ଥିବା ଖବର ପାଇ ସ୍ବେଚ୍ଛାସେବୀମାନେ ସେଠାକୁ ଗଲେ ପରିବାର ଲୋକେ ସିଧାସଳଖ ମନା କରି ଦେଉଛନ୍ତି। ତେଣୁ ଲୋକଙ୍କ ବିନା ସହଯୋଗରେ ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗ କେମିତି ଡେଙ୍ଗୁକୁ ଦମନ କରିବେ ତାହା ଏବେ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅପରପକ୍ଷେ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲାରୁ ୯୮୨ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୮୯, ବିଏମ୍‌ସି ଅଞ୍ଚଳରୁ ୪୬୪ ଏବଂ ଅନ୍ୟ ଜିଲାରୁ ୪୫ଜଣ ଚିହ୍ନଟ ହୋଇଛନ୍ତି। ଠିକ୍‌ ଠିକଣା ନ ଥିବାରୁ ବାକି ୨୮୪ଜଣ ରୋଗୀଙ୍କୁ ଟ୍ରେସିଂ କରାଯାଇ ପାରୁନାହିଁ, ଯାହା ଆଉଏକ ଚିନ୍ତାର ବିଷୟ ପାଲଟିଛି।
ଅମୃତଭଣ୍ଡା ପତ୍ର ପିଇଲେ ପ୍ଲେଟ୍‌ଲେଟ୍‌ ବଢେନାହିଁ
କ୍ୟାପିଟାଲ ହସ୍ପିଟାଲ ଉପଅଧୀକ୍ଷକ ଡା. ଧନଞ୍ଜୟ ଦାସ କହିଛନ୍ତି, ଏକବିଂଶ ଶତାବ୍ଦୀରେ ବି ଡେଙ୍ଗୁକୁ ନେଇ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି। ଡେଙ୍ଗୁ ହେଲାମାତ୍ରେ ପ୍ଲେଟ୍‌ଲେଟ୍‌ କମିଯିବ ବୋଲି ଲୋକେ ଡରୁଛନ୍ତି। କିନ୍ତୁ ଡେଙ୍ଗୁ ସହିତ କିଛି କମ୍ପ୍ଲିକେଶନ ହେଲେ ହିଁ ପ୍ଲେଟ୍‌ଲେଟ୍‌ କମିଥାଏ। ତେଣୁ ପ୍ଲେଟ୍‌ଲେଟ୍‌ ବଢାଇବା ପାଇଁ ଅନେକ ସ୍ଥାନରେ ଲୋକମାନେ ଅମୃତଭଣ୍ଡା ପତ୍ର ବାଟି ପିଉଛନ୍ତି। ଏହାଦ୍ୱାରା ପ୍ଲେଟ୍‌ଲେଟ୍‌ ବଢିଯିବ ବୋଲି ଭାବୁଛନ୍ତି। ସେହିପରି ବଜାରରେ ମିଳୁଥିବା ଡ୍ରାଗନ ଫ୍ରୁଟ୍‌ ଖାଇଲେ ମଧ୍ୟ ଡେଙ୍ଗୁ ହେବନି ବୋଲି ଭୁଲ୍‌ ପ୍ରଚାର ଚାଲୁଛି। ଡେଙ୍ଗୁରୋଗ କେବଳ ମଶାଦ୍ୱାରା ସଂକ୍ରମିତ ହୋଇଥାଏ। କିନ୍ତୁ ଡେଙ୍ଗୁ ରୋଗୀଙ୍କ ସହ ମିଶିଲେ, ସେମାନଙ୍କ ସହ ହାତ ମିଶାଇଲେ, ଲୁଗାପଟା ବ୍ୟବହାର କରିବା, ଅଇଁଠା ଖାଇଲେ ଏହି ରୋଗ ଡିଏଁନାହିଁ। ତେଣୁ ପରିବାରର କେହି ଡେଙ୍ଗୁରେ ସଂକ୍ରମିତ ହେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସେହିପରି ଆଖପାଖ ସାହିପଡିଶାଙ୍କୁ ନ ଲୁଚାଇ ଜଣାଇବା ଆବଶ୍ୟକ। ଫଳରେ ସେମାନେ ନିଜ ଅଞ୍ଚଳକୁ ପରିଷ୍କାର ରଖିବା ସହ ସଚେତନ ହୋଇପାରିବେ। ଏଥିସହ ମଶାବଂଶ ଉତ୍ସକୁ ନଷ୍ଟ କରାଯାଇ ପାରିବ। ଅଳିଆ ଆବର୍ଜନା ଜମିଲେ, ନର୍ଦ୍ଦମା ପାଣିରେ ଡେଙ୍ଗୁ ବାହକ ଏଡିସ୍‌ ମଶା ଜନ୍ମ ନିଅନ୍ତି ନାହିଁ। ଏମାନେ ସ୍ଥିର ଏବଂ ଜମି ରହିଥିବା ସ୍ବଚ୍ଛଜଳରେ ଜନ୍ମ ନିଅନ୍ତି। ଏହି ମଶା ବେଶି ଉଚ୍ଚା ଉଡିପାରେ ନାହିଁ ଏବଂ ଏହା କେବଳ ଦିନବେଳା କାମୁଡିଥାଏ। ତେଣୁ ଲୋକମାନେ ନିଜ ଆଖପାଖକୁ ପରିଷ୍କାର ରଖିବା ସହ ଫୁଲକୁଣ୍ଡ, ଟାୟାର, ଭଙ୍ଗା ସାମଗ୍ରୀରେ ଯେପରି ୭ଦିନରୁ ଅଧିକ ସମୟ ଧରି ପାଣି ଜମି ନ ରୁହେ ସେନେଇ ଧ୍ୟାନ ଦେବା ଆବଶ୍ୟକ। ସେହିପରି ସବୁବେଳେ ମଶାରି ଟାଣି ଶୋଇବା ଦରକାର ବୋଲି ଡା. ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ମାର୍ଚ୍ଚରୁ ବନ୍ଦ ହୋଇଯିବ ଏମାନଙ୍କର ହ୍ବାଟ୍ସଆପ! ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ନୂଆ ନିୟମ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୭।୨: SIM-Binding ନିୟମ ସମ୍ପର୍କରେ ଚିତ୍ର ଏବେ ସ୍ପଷ୍ଟ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ମେସେଜିଂ ଆପ…

ବାପାଙ୍କ ମୃତ୍ୟୁ ପରେ ରିଙ୍କୁ ସିଂ ପରବର୍ତ୍ତୀ ମ୍ୟାଚ ଖେଳିବେ ନା ନାହିଁ? BCCI ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ,୨୭।୨: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କ ପିତା ଖାନଚାନ୍ଦ ସିଂଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।…

ଆକ୍ସନରେ ପ୍ରଶାସନ: ଇଟା ଭାଟିରେ ଚଢ଼ିଲା ବୁଲ୍‌ଡୋଜର

ଆସିକା,୨୭।୨: ଗଞ୍ଜାମ ଜିଲା ଋଷିପୁର ନିକଟରେ ଥିବା ବେଆଇନ ଇଟା ଭାଟିରେ ଶୁକ୍ରବାର ବୁଲ୍‌ଡୋଜର ଚଢିଛି। ତହସିଲଦାରଙ୍କ ସହ ସ୍ଥାନୀୟ ପୋଲିସ ଉପସ୍ଥିତରେ କଟାଯାଇଥିବା ହଜାର ହଜାର…

ଜିମ୍ବାଓ୍ବେ ବିପକ୍ଷର ବିଜୟ ପଡିଲା ଫିକା? ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ,୨୭।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୨ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିବାର ଆଶାକୁ ପୁନର୍ଜୀବିତ କରିଛି। ଏହି…

ବିବାହ ପରେ ପ୍ରଥମଥର ଏକାଠି ନଜର ଆସିଲେ ରଶ୍ମିକା-ବିଜୟ, ବିମାନବନ୍ଦରରେ ଗ୍ରାଣ୍ଡ ଓ୍ବେଲକମ୍‌ କଲେ ପ୍ରଶଂସକ

ମୁମ୍ବାଇ: ଦକ୍ଷିଣ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ ୨୬ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ…

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

ଚତୁର୍ଥୀ କରିବାକୁ ରାଜି ହେଲେନି ନବବଧୂ, ଶାଶୁ କଲେ ଏମିତି କାମ, ଭିଡିଓ ଦେଖିଲେ…

ଲକ୍ଷ୍ନୌ,୨୭।୨: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି। କିଛି ଲୋକଙ୍କୁ ହସାଇଥାଏ, ଆଉ କିଛି ସେମାନଙ୍କୁ ଚକିତ କରିଦିଏ। କେତେବେଳେ ଏପରି ଭିଡିଓ ସାମ୍ନାକୁ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ୪ଟି ଆସନରେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଶୁକ୍ରବାର ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri