ଡେଙ୍ଗୁକୁ ନେଇ ହଟୁନି ଭ୍ରାନ୍ତ ଧାରଣା

ଭୁବନେଶ୍ୱର, ୨୫ା୮ (ବନ୍ଦନା ସେଠୀ): ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ୨୪ଶହ ପାର୍‌ କରି ସାରିଥିବାବେଳେ ରାଜଧାନୀ ଭୁବନେଶ୍ୱର ହଟ୍‌ସ୍ପଟ୍‌ ପାଲଟିଛି। ତେବେ ସହରରେ ବଢୁଥିବା ସଂକ୍ରମଣକୁ ଦେଖି ଲୋକଙ୍କ ମଧ୍ୟରେ ଛନକା ପଶିଛି। ପ୍ରାୟ ପ୍ରତିଦିନ ଏକାଧିକ ରୋଗୀ ଚିହ୍ନଟ ହେଉଥିବାରୁ ଏବେ ଭୁବନେଶ୍ୱରରେ ରୋଗୀ ସଂଖ୍ୟା ୪୬୪ ପାର୍‌ କରିଛି। ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ବିଏମ୍‌ସି ପକ୍ଷରୁ ଯେଉଁଭଳି ମାଷ୍ଟର ପ୍ଲାନ୍‌ କରିବା କଥା ତାହା ହେଉନାହିଁ। ଏପଟେ ଲୋକେ ମଧ୍ୟ ସେପରି ସଚେତନ ହେଉ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଛି। ଡେଙ୍ଗୁର ନିୟନ୍ତ୍ରଣ ଭାର କେବଳ ବିଏମ୍‌ସି ଏବଂ ସ୍ବାସ୍ଥ୍ୟବିଭାଗ ଉପରେ ନ ଛାଡି ଲୋକମାନେ ନିଜେ ସଚେତନ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ମାତ୍ର ଅଧିକାଂଶ ଲୋକଙ୍କ ମନରେ ଡେଙ୍ଗୁକୁ ନେଇ ଅନ୍ଧବିଶ୍ୱାସ ବା ଭ୍ରାନ୍ତ ଧାରଣା ହଟୁନାହିଁ। ଫଳରେ ସଚେତନ କରିବାକୁ ଯାଉଥିବା ସ୍ବେଚ୍ଛାସେବୀଙ୍କୁ ଜନସାଧାରଣ ସହଯୋଗ କରୁ ନ ଥିବା ଦେଖାଦେଉଛି। କିଏ ଏମାନଙ୍କୁ ଦେଖି କବାଟ ବନ୍ଦ କରି ଦେଉଛି ତ ଆଉ କିଏ ଗେଟ୍‌ ଖୋଲୁନାହିଁ। ଏପରିକି ଘରେ ଡେଙ୍ଗୁରୋଗୀ ଥିବା ଖବର ପାଇ ସ୍ବେଚ୍ଛାସେବୀମାନେ ସେଠାକୁ ଗଲେ ପରିବାର ଲୋକେ ସିଧାସଳଖ ମନା କରି ଦେଉଛନ୍ତି। ତେଣୁ ଲୋକଙ୍କ ବିନା ସହଯୋଗରେ ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗ କେମିତି ଡେଙ୍ଗୁକୁ ଦମନ କରିବେ ତାହା ଏବେ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅପରପକ୍ଷେ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲାରୁ ୯୮୨ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୮୯, ବିଏମ୍‌ସି ଅଞ୍ଚଳରୁ ୪୬୪ ଏବଂ ଅନ୍ୟ ଜିଲାରୁ ୪୫ଜଣ ଚିହ୍ନଟ ହୋଇଛନ୍ତି। ଠିକ୍‌ ଠିକଣା ନ ଥିବାରୁ ବାକି ୨୮୪ଜଣ ରୋଗୀଙ୍କୁ ଟ୍ରେସିଂ କରାଯାଇ ପାରୁନାହିଁ, ଯାହା ଆଉଏକ ଚିନ୍ତାର ବିଷୟ ପାଲଟିଛି।
ଅମୃତଭଣ୍ଡା ପତ୍ର ପିଇଲେ ପ୍ଲେଟ୍‌ଲେଟ୍‌ ବଢେନାହିଁ
କ୍ୟାପିଟାଲ ହସ୍ପିଟାଲ ଉପଅଧୀକ୍ଷକ ଡା. ଧନଞ୍ଜୟ ଦାସ କହିଛନ୍ତି, ଏକବିଂଶ ଶତାବ୍ଦୀରେ ବି ଡେଙ୍ଗୁକୁ ନେଇ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି। ଡେଙ୍ଗୁ ହେଲାମାତ୍ରେ ପ୍ଲେଟ୍‌ଲେଟ୍‌ କମିଯିବ ବୋଲି ଲୋକେ ଡରୁଛନ୍ତି। କିନ୍ତୁ ଡେଙ୍ଗୁ ସହିତ କିଛି କମ୍ପ୍ଲିକେଶନ ହେଲେ ହିଁ ପ୍ଲେଟ୍‌ଲେଟ୍‌ କମିଥାଏ। ତେଣୁ ପ୍ଲେଟ୍‌ଲେଟ୍‌ ବଢାଇବା ପାଇଁ ଅନେକ ସ୍ଥାନରେ ଲୋକମାନେ ଅମୃତଭଣ୍ଡା ପତ୍ର ବାଟି ପିଉଛନ୍ତି। ଏହାଦ୍ୱାରା ପ୍ଲେଟ୍‌ଲେଟ୍‌ ବଢିଯିବ ବୋଲି ଭାବୁଛନ୍ତି। ସେହିପରି ବଜାରରେ ମିଳୁଥିବା ଡ୍ରାଗନ ଫ୍ରୁଟ୍‌ ଖାଇଲେ ମଧ୍ୟ ଡେଙ୍ଗୁ ହେବନି ବୋଲି ଭୁଲ୍‌ ପ୍ରଚାର ଚାଲୁଛି। ଡେଙ୍ଗୁରୋଗ କେବଳ ମଶାଦ୍ୱାରା ସଂକ୍ରମିତ ହୋଇଥାଏ। କିନ୍ତୁ ଡେଙ୍ଗୁ ରୋଗୀଙ୍କ ସହ ମିଶିଲେ, ସେମାନଙ୍କ ସହ ହାତ ମିଶାଇଲେ, ଲୁଗାପଟା ବ୍ୟବହାର କରିବା, ଅଇଁଠା ଖାଇଲେ ଏହି ରୋଗ ଡିଏଁନାହିଁ। ତେଣୁ ପରିବାରର କେହି ଡେଙ୍ଗୁରେ ସଂକ୍ରମିତ ହେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସେହିପରି ଆଖପାଖ ସାହିପଡିଶାଙ୍କୁ ନ ଲୁଚାଇ ଜଣାଇବା ଆବଶ୍ୟକ। ଫଳରେ ସେମାନେ ନିଜ ଅଞ୍ଚଳକୁ ପରିଷ୍କାର ରଖିବା ସହ ସଚେତନ ହୋଇପାରିବେ। ଏଥିସହ ମଶାବଂଶ ଉତ୍ସକୁ ନଷ୍ଟ କରାଯାଇ ପାରିବ। ଅଳିଆ ଆବର୍ଜନା ଜମିଲେ, ନର୍ଦ୍ଦମା ପାଣିରେ ଡେଙ୍ଗୁ ବାହକ ଏଡିସ୍‌ ମଶା ଜନ୍ମ ନିଅନ୍ତି ନାହିଁ। ଏମାନେ ସ୍ଥିର ଏବଂ ଜମି ରହିଥିବା ସ୍ବଚ୍ଛଜଳରେ ଜନ୍ମ ନିଅନ୍ତି। ଏହି ମଶା ବେଶି ଉଚ୍ଚା ଉଡିପାରେ ନାହିଁ ଏବଂ ଏହା କେବଳ ଦିନବେଳା କାମୁଡିଥାଏ। ତେଣୁ ଲୋକମାନେ ନିଜ ଆଖପାଖକୁ ପରିଷ୍କାର ରଖିବା ସହ ଫୁଲକୁଣ୍ଡ, ଟାୟାର, ଭଙ୍ଗା ସାମଗ୍ରୀରେ ଯେପରି ୭ଦିନରୁ ଅଧିକ ସମୟ ଧରି ପାଣି ଜମି ନ ରୁହେ ସେନେଇ ଧ୍ୟାନ ଦେବା ଆବଶ୍ୟକ। ସେହିପରି ସବୁବେଳେ ମଶାରି ଟାଣି ଶୋଇବା ଦରକାର ବୋଲି ଡା. ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri