ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୨ଶହ ଟପିଲା

ଭୁବନେଶ୍ୱର,୨୯।୭ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ କାୟା ମେଲାଉଛି ଡେଙ୍ଗୁ ସଂକ୍ରମଣ। ଏବେ ବର୍ଷାଋତୁ ଚାଲିଥିବାରୁ ସଂକ୍ରମଣ ବଢ଼ି ଚାଲିଛି। ଜୁଲାଇ ୧୬ ସୁଦ୍ଧା ସହରରୁ ୧୧୫ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏବେ ୨ଶହ ପାର୍‌ କରିଛି। ସେହିପରି ରାଜ୍ୟରୁ ପ୍ରାୟ ୧ହଜାର ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଏଥର ମଧ୍ୟ ଖୋର୍ଦ୍ଧା ଜିଲା ଭୁବନେଶ୍ୱର ପାଇଁ ହଟ୍‌ସ୍ପଟ୍‌ ପାଲଟିଛି। ମିଳିଥିବା ତଥ୍ୟ ମୁତାବକ, ଗତ ୨୭ ତାରିଖ ସୁଦ୍ଧା ସହରରୁ ମୋଟ୍‌ ୨୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଜୁଲାଇ ମାସରେ ୧୬୦ଜଣ ସଂକ୍ରମିତ ସହରରୁ ବାହାରିଥିବାବେଳେ ଶେଷ ୧୧ଦିନରେ ୯୬ଜଣ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜାଗମରା, ସାଲିଆସାହି, ପଟିଆ ଆଦି ସ୍ଥାନରୁ ବେଶି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖଣ୍ଡଗିରି ହଟ୍‌ସ୍ପଟ୍‌ ପାଲଟିଛି। ଏଠାରୁ ସର୍ବାଧିକ ୨୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପରିକି ଗତ ମାସେ ହବ ଏହି ଅଞ୍ଚଳରୁ ଦୈନିକ ଡେଙ୍ଗୁରୋଗୀ ବାହାରୁଥିବା ଜଣାପଡିଛି। ଜାନୁଆରୀରୁ ଜୁଲାଇ ୨୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମୋଟ୍‌ ୧୧ ହଜାର ୯୧୦ ଟେଷ୍ଟିଂ ହୋଇଛି। ଏଥିରୁ ୪୬୭ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ବିଏମ୍‌ସି ଅଞ୍ଚଳର ୨୧୧ ଜଣ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୮୩ଜଣ ରହିଛନ୍ତି। ବାକି ୧୭୩ଜଣ ସଂକ୍ରମିତଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରୁ ନାହିଁ। ଟେଷ୍ଟିଂ ସମୟରେ ଠିକ୍‌ ତଥ୍ୟ ଦେଇ ନ ଥିବାରୁ ସେମାନଙ୍କୁ ଟ୍ରେସିଂ କରିବା ସମ୍ଭବ ହୋଇପାରୁ ନ ଥିବା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।
ଡେଙ୍ଗୁ ରୋକିବା ପାଇଁ ବିଏମ୍‌ସି ପକ୍ଷରୁ ଯେଉଁଭଳି ଭାବେ ପଦକ୍ଷେପ ନିଆଯିବା କଥା ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ବର୍ଷାଦିନ ଆରମ୍ଭ ହୋଇଯାଇଥିଲେ ବି ଏ ଯାଏ ଅନେକ ଡ୍ରେନ୍‌ ସଫା ହୋଇପାରି ନାହିଁ। ଏହାବାଦ୍‌ ରାସ୍ତାକଡ଼ରେ ପଡି ରହୁଥିବା ଭଙ୍ଗା ଟିଣ, ଟାୟାର, ଫୁଲକୁଣ୍ଡ ଆଦିରେ ପାଣି ଜମା ହୋଇ ରହୁଛି। ଗତବର୍ଷ ବିଏମ୍‌ସି ପକ୍ଷରୁ ଯେଉଁଭଳି ଭାବେ ଡ୍ରାଏ ଡେ’ ପାଳନ କରାଯାଉଥିଲା ତାହା ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ। ଫଳରେ ସଂକ୍ରମଣ ବଢ଼ୁଥିବା କୁହାଯାଉଛି। ଏନେଇ ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ(ଏଡିୟୁପିଏଚ୍‌) ଡା. ନୀଳମଣୀ ସେନାପତି କହିଛନ୍ତି, ହଟସ୍ପଟ୍‌ ଭାବେ ଚିହ୍ନଟ ହୋଇଥିବା ସ୍ଥାନଗୁଡିକରେ ସଚେତନତା ବୃଦ୍ଧି କରିବା ପାଇଁ ୩୦ଜଣ ସ୍ବତନ୍ତ୍ର ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଏନେଇ ସେମାନଙ୍କୁ ତାଲିମ୍‌ ଦିଆଯିବା ସହ ୩ଟି ଦଳରେ ବିଭକ୍ତ କରାଯାଇଛି। ଏମାନେ ଘରଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ଉତ୍ପତ୍ତିସ୍ଥଳ ନଷ୍ଟ କରୁଛନ୍ତି। ଅପରପକ୍ଷେ ତାରିଣୀବସ୍ତି ଏବଂ ଧର୍ମବିହାର ଅଞ୍ଚଳରେ ବ୍ରିଡିଂ ସୋର୍ସ ଅଧିକ ରହିଛି। ସମ୍ପୃକ୍ତ ଅଞ୍ଚଳରେ ଅଧିକାଂଶ ଲୋକ ଗାଈଗୋରୁ ରଖିଥିବାବେଳେ ସେମାନଙ୍କୁ ଖାଦ୍ୟ ଦେଉଥିବା କୁଣ୍ଡକୁ ନିୟମିତ ଭାବେ ପରିଷ୍କାର କରୁ ନାହାନ୍ତି। ତେଣୁ ସମ୍ପୃକ୍ତ ସ୍ଥାନରେ ମଶା ବଂଶବୃଦ୍ଧି କରୁଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ୫ରୁ ୬ଥର ସଚେତନ କାର୍ଯ୍ୟ କରାଯିବା ସହ ମଶା ଲାର୍ଭା ନଷ୍ଟ କରାଯାଇଥିଲେ ମଧ୍ୟ ଲୋକମାନେ ସଚେତନ ହେଉ ନ ଥିବାରୁ ବଂଶ ବୃଦ୍ଧି ପାଉଥିବା ଡା. ସେନାପତି କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୩ ଜୁଲାଇ ୧୪ ବେଳକୁ ସହରରୁ ୧୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୩ ତାରିଖ ବେଳକୁ ଏହା ୨୫୦ ପାର୍‌ କରିଥିଲା। ମାତ୍ର ବିଏମ୍‌ସି ଏହାକୁ ଗୁରୁତ୍ୱର ସହ ନେଇ ନ ଥିବାରୁ ଜୁଲାଇ ୩୦ ବେଳକୁ ସହରରେ ସଂକ୍ରମଣ ୬ଶହ ମୁହଁା ଏବଂ ଅଗଷ୍ଟ ୧୧ବେଳକୁ ୧ହଜାର ପାର୍‌ କରିଥିଲା। ସେହିପରି ଚଳିତବର୍ଷ ମଧ୍ୟ ଧୀରେଧୀରେ ସଂକ୍ରମଣ ବଢି ଚାଲିଛି। ତେଣୁ ଏବେଠାରୁ ସ୍ଥିତିକୁ ଗୁରୁତର ସହ ନେଇ ପଦକ୍ଷେପ ନ ନେଲେ ଆଗକୁ ସ୍ଥିତି ଭୟାବହ ହେବାର ଯଥେଷ୍ଟ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri