ଯୋଡ଼ାରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ

ଯୋଡ଼ା,୧୫ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଛି। ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏପରି କି ଡେଙ୍ଗୁରେ ଜୁରୁଡ଼ି ଅଞ୍ଚଳର ଜଣକର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ବିଭାଗ କୌଣସି ତଥ୍ୟ ଦେଉ ନ ଥିବା ବେଳେ ଜୁରୁଡ଼ି, ବାମେବାରି, ଖଣ୍ଡବନ୍ଧ, ଜଜାଙ୍ଗ, ଗୁରୁତୁଆଁ ପ୍ରଭୃତି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଛି। ଅଞ୍ଚଳରେ ଡେଙ୍ଗୁର ସ୍ଥିତି ଭୟାବହ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଯୋଡା ବିକାଶ ପରିଷଦ ସମ୍ପାଦକ ସୁଶାନ୍ତ କୁମାର ବାରିକ କହିଛନ୍ତି।
ବିଶେଷ ସୂତ୍ରରୁ ସୂଚନା ଅନୁଯାୟୀ, ଯୋଡ଼ା ଅଞ୍ଚଳରେ ୧୬୮ରୁ ଊର୍ଦ୍ଧ୍ୱ ଡେଙ୍ଗୁରେ ଆକ୍ରାନ୍ତ ହେଲେଣି। ସେଥି ମଧ୍ୟରୁ ୪୫ଙ୍କ ରକ୍ତରେ ପ୍ଲେଟ୍‌ଲେଟ୍‌ ହ୍ରାସ ସମସ୍ୟା ଦେଖାଯାଇଥିଲା। ଜିଲା ମୁଖ୍ୟ ଡାକ୍ତରଖାନାରେ ଏହା ଉପଲବ୍ଧ ହେଉ ନ ଥିବାରୁ ରୋଗୀମାନେ ବିଭିନ୍ନ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଯୋଡ଼ାରେ ଥିବା ଟାଟା କମ୍ପାନୀ ଡାକ୍ତରଖାନାରେ ସର୍ବାଧିକ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଯୋଡ଼ାରେ ଥିବା ଏକ ନର୍ସିଂହୋମକୁ ମଧ୍ୟ ଡେଙ୍ଗୁ ରୋଗୀ ବହୁ ସଂଖ୍ୟାରେ ଆସୁଥିବା ଡାକ୍ତର ଓମ୍‌ ପ୍ରକାଶ ମୋହତା କହିଛନ୍ତି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ପୌରପାଳିକା ପକ୍ଷରୁ କୌଣସି ପ୍ରତିଷେଧକମୂଳକ ବ୍ୟବସ୍ଥା କରାଯାଉ ନ ଥିବା ଯୋଡ଼ା ବିକାଶ ପରିଷଦ ସଭାପତି ନିରଞ୍ଜନ ବହିଦାର କହିଛନ୍ତି। ସ୍ଥାନୀୟ ଖଣି କମ୍ପାନୀଗୁଡ଼ିକ କେବଳ ଡେଙ୍ଗୁ ଟେଷ୍ଟ କରି ଦାୟିତ୍ୱ ସମ୍ପନ୍ନ କରି ଦେଉଛନ୍ତି। ଖଣିର ପାରିପାଶର୍‌ବିକ ଅଞ୍ଚଳରେ କୌଣସି ପ୍ରକାର ପରିମଳ ବ୍ୟବସ୍ଥା କରୁନାହାନ୍ତି। ଯୋଡ଼ା ବ୍ଲକ୍‌ ପକ୍ଷରୁ ମଧ୍ୟ ଗ୍ରାମାଞ୍ଚଳଗୁଡ଼ିକରେ ପ୍ରତିକାର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି। କେନ୍ଦୁଝର ସିଡିଏମ କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି, ଗୁରୁବାର ଯୋଡା ଗସ୍ତ କରିଥିଲେ। ଡେଙ୍ଗୁ ସମ୍ପର୍କରେ ପୌର ଅଧ୍ୟକ୍ଷ ଡ. ଜଗଦୀଶ ପ୍ରସାଦ ସାହୁ, ବାସୁଦେବପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଲକ୍ଷ୍ମୀକରନ୍ତ ସିଂ ଓ ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଅଞ୍ଚଳରେ ପରିଛନ୍ନତା, ମେଡିକାଲରେ ଆବଶ୍ୟକ କିଟ୍‌ ଉପଲବ୍ଧ କରିବାକୁ କୁହାଯାଇଛି। ଅଞ୍ଚଳରେ ମଶାରି ବଣ୍ଟନ କରାଯିବ ବୋଲି ସେ କହିଥିଲେ। ଡାକ୍ତର ଲକ୍ଷ୍ମୀକାନ୍ତ ସିଂ କହିଛନ୍ତି, ଡେଙ୍ଗୁ ନିରାକରଣ ପାଇଁ ବିଭାଗୀୟ ପଦକ୍ଷେପ ନିଆଯାଉଛି। ଜିଲାରେ ରୋଗୀଙ୍କୁ ପ୍ଲେଟ୍‌ଲେଟ ବ୍ୟବସ୍ଥା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ରହିଛି। ଅନୁମତି ମିଳିଲେ ତାହା ଯୋଗାଇ ଦିଆଯାଇପାରିବ ବୋଲି କହିଥିଲେ। ଯୋଡ଼ା ବ୍ଲକ୍‌ ଅଧ୍ୟକ୍ଷ କବିନ୍ଦ୍ର ନାଏକ କହିଛନ୍ତି, ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଭିନ୍ନ ସମୟରେ ବୈଠକ କରାଯାଇ ପଦକ୍ଷେପ ନିଆଯାଉଛି। ତଥାପି ଆକ୍ରାନ୍ତଙ୍କ ସଂଖ୍ୟା କମୁନି କାହିଁକି ଜାଣିହେଉନି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri