ସଚେତନତାରେ ସୀମିତ ବିଇଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ

ବ୍ରହ୍ମପୁର,୧୬ା୬(ଅଶୋକ କୁମାର ସାହୁ)ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ ଚାରି ଥର ବର୍ଷା ବି ହୋଇସାରିଛି। ସେହି ସମୟରେ ଜମି ରହିଥିବା ପାଣିରେ ମଶା ବଂଶ ବଢ଼ିବା ଆଶଙ୍କା ଦେଖାଦେଇଥିଲା। ଗତବର୍ଷ ଏହି ସମୟରେ ୪୪ ଡେଙ୍ଗୁ ରୋଗୀ ସହରରେ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ବି ଡେଙ୍ଗୁ ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଯାଏଁ ତପତ୍ରତା ପ୍ରକାଶ ପାଇନାହିଁ। କେବଳ ସଚେତନତାରେ ଡେଙ୍ଗୁ ନିୟନ୍ତ୍ରଣକୁ ସୀମିତ ରଖାଯାଇଥିବା ନିଗମର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସହରରେ ବିଇଏମ୍‌ସିର ୮ଟି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୭ଟି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ରହିଛି। ଡେଙ୍ଗୁ ପାଇଁ ସମସ୍ତେ ସଜାଗ ରହିଛୁ ବୋଲି ବିଇଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ଓ ବାହ୍ୟ କ୍ଷେତ୍ର ଯାଞ୍ଚ ପାଇଁ ଦୁଇଟି ଟିମ ରହିଛି। ଆଭ୍ୟନ୍ତରିଣ ଯାଞ୍ଚ କ୍ଷେତ୍ରକୁ ତନଖି କରୁଥିବା ଅଧିକାରୀ କହିଛନ୍ତି ଯେ, ସମସ୍ତ କେନ୍ଦ୍ର ପକ୍ଷରୁ ଗତ ୫ ଓ ୬ ତାରିଖରେ ସଚେତନତା ରାଲି ବାହାରିଥିଲା। ଉକ୍ତ ରାଲି ସହରରେ ଥିବା ୪୨ ୱାର୍ଡ ବୁଲିଥିଲା। ଏଥି ସହିତ ଏଲ୍‌ଇଡି ଦ୍ୱାରା ମୁଖ୍ୟ ସ୍ଥାନରେ ଡେଙ୍ଗୁକୁ କିଭଳି ଦମନ କରାଯାଇପାରିବ ତା’ର ବାର୍ତ୍ତା ବି ଦିଆଯାଇଥିଲା। ଖାଲି ସେତିକି ନୁହେଁ ଭ୍ରାମ୍ୟମାଣ ଗାଡି ଦ୍ୱାରା ପ୍ରଚାର ବି ହୋଇଛି। ଏଥିସହିତ ସହରରେ ଥିବା ୧୮୦ ମହିଳା ଆରୋଗ୍ୟ ସମିତି ପକ୍ଷରୁ ବି ସଚେତନତା କାର୍ଯ୍ୟ କରାଯାଉଛି। ଏହି ଟିମରେ ଚଳିତବର୍ଷ ଜଣେ ମହିଳା ଏଏନଏମ, ଜଣେ ଅଙ୍ଗନୱାଡି କର୍ମୀ, ଜଣେ ଆଶାକର୍ମୀ ଓ ଜଣେ ମହିଳା ଆରୋଗ୍ୟ ସମିତିର ସ୍ବେଚ୍ଛାସେବୀ ରହିଛନ୍ତି। ଏମ୍‌କେସିଜି ନଚେତ ସିଟି ହସ୍‌ପିଟାଲରେ ପରୀକ୍ଷାରୁ ଡେଙ୍ଗୁ ବାହାରିଲେ ତାକୁ ହିଁ ପ୍ରାମାଣିକ ବୋଲି ଧରି ନିଆଯାଉଛି। ଯଦି ଡେଙ୍ଗୁ ଜଣାପଡେ ଏହି ଟିମ ଯାଇ ସେଠାକାର ପରିବେଶକୁ ଯାଞ୍ଚ କରି ଏଡିସ ମଶା କେଉଁଠି ଅଣ୍ଡା ଦେଇଛି, ଲାର୍ଭା କେଉଁଠି ରହିଛି ତାକୁ ନିପାତ କରିବାର ପଦକ୍ଷେପ ନେବା ବ୍ୟବସ୍ଥା କରାଯିବ। ଏଥିପାଇଁ ଏଭଳି ୪୨ ଟିମ ଗଠନ କରାଯାଇଛି। ଗତ ବର୍ଷ ସ୍ବଚ୍ଛ ସାଥୀମାନଙ୍କୁ ଏହି ଟିମରେ ନିଆଯାଇଥିଲା। ସେମାନଙ୍କୁ ଏବାବଦ ୩ଲକ୍ଷ ୧୦ ହଜାର ୮୦୦ ଟଙ୍କା ପ୍ରଦାନ କରାଯାଇଛି। ଯଦି ସେହି ପରିବେଶରେ କେଉଁଠି ଟାୟାର ଦୋକାନ ରହିଛି କିମ୍ବା କୌଣସି ସ୍ଥାନରେ ପାଣି ଜମି ରହିଛି ଏନଫୋର୍ସମେଣ୍ଟ ସ୍କ୍ବାର୍ଡର ସହାୟତା ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁରରେ ଡେଙ୍ଗୁର ପ୍ରାଦୁର୍ଭାବ କମ ରହିଛି। କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି। କେବଳ ସଚେତନତାରେ ଡେଙ୍ଗୁ ନିୟନ୍ତ୍ରଣ କରାଯାଉଛି। ଆଗାମୀ ଦିନରେ ଏନେଇ ପଦକ୍ଷେପ ନିଆଯିବ ବୋଲି ବିଇଏମସି ସ୍ବାସ୍ଥ୍ୟ ବିଭାଗର ସହରାଞ୍ଚଳ ପବ୍ଲିକ ହେଲ୍‌ଥ ଅଫିସର ଡା. ମନୋଜ କୁମାର ପଣ୍ଡା କହିଛନ୍ତି। ସେହିପରି ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଡା. ମାନସ ରଞ୍ଜନ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଯେ, ବାହ୍ୟ ପରିବେଶରେ ମଶା ବଂଶ ନ ବଢ଼ିବା ପାଇଁ ପ୍ରତ୍ୟହ ପଦକ୍ଷେପ ନିଆଯାଉଛି। ୨୩ଜଣ କ୍ଷେତ୍ର କର୍ମଚାରୀଙ୍କୁ ନେଇ ବିଭିନ୍ନ ୱାର୍ଡରେ ସପ୍ତାହକୁ ଦୁଇଥର ଲେଖାଏଁ ମଶା ତେଲ ସିଞ୍ଚନ କରାଯାଉଛି। ବିଭିନ୍ନ ନର୍ଦ୍ଦମାରେ ମଶାଙ୍କ ଲାର୍ଭାକୁ ନଷ୍ଟ କରିବା ପାଇଁ ଗମ୍ବୁଶିଆ, ଗଫି ଆଦି ମାଛ ବି ଛଡାଯାଉଛି। ତେବେ ପାଣି ଜମି ରହିବା ସ୍ଥାନକୁ ନଜର ଦିଆଯାଇ ମଶାଙ୍କ ପ୍ରଦୁର୍ଭାବ ଯେଭଳି ନ ବଢ଼ିବ ସେଥିପାଇଁ ବିଭାଗ ତପତ୍ର ରହିଛି ବୋଲି ସେ କହିଛନ୍ତି। ତେବେ ଆଗୁଆ ପଦକ୍ଷେପ ନ ନେଲେ ଗତବର୍ଷର ପରିସ୍ଥିତି ଉପୁଜିପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri