ଡେଙ୍ଗୁ ସତର୍କତା

ବର୍ତ୍ତମାନ ଚାରିଆଡ଼େ ଡେଙ୍ଗୁ ଜ୍ୱର ବ୍ୟାପୁଥିବାର ଦେଖିବାକୁ ମିଳୁଛି। ମଶା ଦ୍ୱାରା ବ୍ୟାପୁଥିବା ଏହି ମାରାତ୍ମକ ରୋଗର ଚିକିତ୍ସା ବି କଷ୍ଟକର। ଏମିତିରେ ଏହି ରୋଗଠୁ ଦୂରେଇ ରହିବା ଲାଗି କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ନିହାତି ଆବଶ୍ୟକ…

ରୋଗର ବାହକ ହେଉଛି ଏଡିସ୍‌ ମଶା। ତେଣୁ ପ୍ରଥମେ ଏହି ମଶାର ବଂଶବୃଦ୍ଧି ରୋକିବାକୁ ଚେଷ୍ଟା କରନ୍ତୁ। ଅଧିକାଂଶ ଯୁବପିଢ଼ି ପ୍ଲାଷ୍ଟିକ୍‌ ବୋତଲ, ଆଇସ୍‌କ୍ରିମ୍‌ କପ୍‌, ଚିପ୍ସ ଜରି, ପଲିଥିନ୍‌, ଫୁଡ୍‌ କଣ୍ଟେନର୍‌ ଆଦି ଏଣେତେଣେ ଫିଙ୍ଗି ଦିଅନ୍ତି, ଯେଉଁଥିରେ ବର୍ଷାପାଣି ଜମି ରହିବା ସହ ମଶା ହୋଇଥାଏ। ତେଣୁ ଘର ଭିତରେ କିମ୍ବା ବାହାରେ ପାଣି ଜମି ରହୁଥିବା ସ୍ଥାନକୁ ଭଲଭାବେ ସଫା କରିଦିଅନ୍ତୁ।
ଝରକା ଖୋଲାରଖି ପ୍ରାକୃତିକ ପବନର ମଜା ନେବାକୁ ସମସ୍ତେ ଭଲ ପାଆନ୍ତି, ହେଲେ ବର୍ଷାଦିନେ ଅଧିକ ମଶା ହେଉଥିବାରୁ ଝରକା ବନ୍ଦ ରଖନ୍ତୁ କିମ୍ବା ଘରକାରେ ନେଟ୍‌ ନିଶ୍ଚୟ ଲଗାନ୍ତୁ ଯେପରି ମଶା ଘର ଭିତରକୁ ଆସିବେ ନାହିଁ।
ଯୁବପିଢ଼ି ଶର୍ଟ ଏବଂ ସ୍ଲିଭ୍‌ଲେସ୍‌ ଟ୍ରେଣ୍ଡି ଡ୍ରେସ୍‌ ଅଧିକ ପସନ୍ଦ କରନ୍ତି। ହେଲେ ମଶା କାମୁଡ଼ାରୁ ରକ୍ଷା ପାଇବା ଲାଗି ଯଥାସମ୍ଭବ ଫୁଲ ହ୍ୟାଣ୍ଡ ଶାର୍ଟ ଏବଂ ଫୁଲ୍‌ ପ୍ୟାଣ୍ଟ ପିନ୍ଧନ୍ତୁ। କଲେଜ, କୋଚିଂ କିମ୍ବା ଅଫିସ୍‌ରେ ମଶା ହେଉଥିଲେ ଫୁଲ୍‌ ଜୋତା ମଧ୍ୟ ବ୍ୟବହାର କରନ୍ତୁ, ଯେପରି ପାଦକୁ ମଶା କାମୁଡ଼ିପାରିବେ ନାହିଁ।
ମଶାରି ଭିତରେ ଶୋଇବା ଆଦୌ ପସନ୍ଦ ନୁହେଁ । ହେଲେ ବ୍ୟାପୁଥିବା ଡେଙ୍ଗୁ ରୋଗର ଭୟାବହତାକୁ ଆଖିଆଗରେ ରଖି ଘରେ ଶୋଇବା ବେଳେ ମଶାରି ବ୍ୟବହାର କରିବାକୁ ଆଦୌ ଭୁଲନ୍ତୁ ନାହିଁ।
ଘରକୁ ସନ୍ତସନ୍ତିଆ ଏବଂ ଅନ୍ଧାରିଆ ନ ରଖିବାକୁ ଚେଷ୍ଟା କରନ୍ତୁ। ଦିନବେଳା ଘରେ ସୂର୍ଯ୍ୟକିରଣ ପଡ଼ିଲେ ଖୁବ୍‌ ଭଲ। ସେହିପରି ପବନ ଚଳାଚଳ ହୋଇ ସମସ୍ତ ଜିନିଷପତ୍ର ଶୁଖିଲା ରହିବା ବି ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ମଶା ହେବେ ନାହିଁ।
ସ୍ଥଳେ ମସ୍କ୍ବିଟୋ ରିପେଲେଣ୍ଟ ନିଶ୍ଚୟ ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ମଶା କାମୁଡ଼ାରୁ ସୁରକ୍ଷା ଦେଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri