Categories: ବାଣିଜ୍ୟ

ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କରିଛି ବିମୁଦ୍ରୀକରଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏଭଳି ପଦକ୍ଷେପ ଦେଶର ଅର୍ଥ ବ୍ୟବସ୍ଥାକୁ ବରବାଦ କରି ଦେଇଛି। ଏଭଳି ଏକ ଘୋଷଣା ଦେଶର ହିତ ସପକ୍ଷରେ କେବେ ଯାଇ ନ ପାରେ। ସରକାରଙ୍କ ଏଭଳି ଏକ ନିଷ୍ପତ୍ତି ଯୋଗୁ ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥାକୁ ସାମ୍ନା କରିବାକୁ ପଡୁଛି। ବାଲାଂଦେଶର ଜିଡିପି ଭାରତକୁ କିଭଳି ଟପିଗଲା ବୋଲି ରାହୁଲ ପ୍ରଶ୍ନ ଉଠାଇଛନ୍ତି। ସେ ପୁଣି କହିଛନ୍ତି, ସରକାର ପୁଞ୍ଜିପତିଙ୍କ ହାତରେ ଦେଶକୁ ଟେକି ଦେଇ ସାଧାରଣ ଲୋକଙ୍କୁ ହଇରାଣ କରିବା ଭଳି ଯୋଜନା ଉପରେ କାମ କରୁଛନ୍ତି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଏକ ଡିଜିଟାଲ କ୍ୟାମ୍ପେନ ସ୍ପିକ ଅପ୍‌ ଏଗେନ୍‌ଷ୍ଟ ଡେମୋ ଡିଜାଷ୍ଟର କ୍ୟାମ୍ପେନ ଆରମ୍ଭ କରାଯାଇଛି।

Share