Posted inଜାତୀୟ

ମୋଦି ସରକାରଙ୍କ ବିରୋଧରେ ବିପକ୍ଷଙ୍କ ଶକ୍ତି ପ୍ରଦର୍ଶନ

ହାଇଦ୍ରାବାଦ୍‌,୧୮।୧: ତେଲେଙ୍ଗାନାରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଖମ୍ମମରେ ଏକ ସାଧାରଣ ସଭାର ଆୟୋଜନ କରିଥିଲେ। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ସାମିଲ ହୋଇଥିଲେ।
ସଭାକୁ ସମ୍ବୋଧିତ କରି ଅଖିଳେଶ ଯାଦବ କହିଛନ୍ତି, ଆଗାମୀ ନିର୍ବାଚନରେ ଭାଜପାର ପରାଜୟ ନିଶ୍ଚିତ। ଫାସିଷ୍ଟ ମନୋଭାବ ଉପରେ ପ୍ରଶ୍ନ କରୁଥିବା ନେତାମାନଙ୍କୁ ହଇରାଣ କରିବା କେନ୍ଦ୍ରର ଅଭ୍ୟାସରେ ପରିଣତ ହୋଇଛି। ଜାନୁଆରୀରୁ ସୂର୍ଯ୍ୟ ଉତ୍ତରାୟଣକୁ ଯାଇଛନ୍ତି। ଜାତୀୟ ରାଜନୀତି ଦକ୍ଷିଣାୟନକୁ ଆସୁଛି।
ତେଲେଙ୍ଗାନାରେ ବିଆରଏସ ବୈଠକରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି, କେନ୍ଦ୍ରରେ ଶାସକ ଭାଜପା ଗଣତନ୍ତ୍ରର ମୂଳଦୁଆକୁ ନଷ୍ଟ କରିବାକୁ ଚାହୁଁଛି। ଆଜି ଆମେ ଏକ ନୂତନ ପ୍ରତିରୋଧ ଆରମ୍ଭ କରୁଛୁ। ଆମର ସମସ୍ତ ମାତୃଭାଷାକୁ ପୃଥକ କରି ହିନ୍ଦୀକୁ ଜାତୀୟ ଭାଷା ଭାବରେ ଚିତ୍ରଣ କରିବାକୁ ପ୍ରୟାସ କରାଯାଉଛି। ଆମର ମାତୃଭାଷାକୁ ହଟାଇ ହିନ୍ଦୀ ପ୍ରୟୋଗ କଲେ ଜାତିର ଅଖଣ୍ଡତା ପ୍ରଭାବିତ ହେବ।
ଦିଲ୍ଲୀ ମୁଖ୍ୟମନ୍ତ୍ରର ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ପ୍ରଥମ ଥର ପାଇଁ ଏହି ଦେଶରେ ନେତାମାନେ ଏକାଠି ହେଉଛନ୍ତି। ଏହା ଏକ ଭଲ ଖବର। ବେରୋଜଗାର କିମ୍ବା ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ଦେଉ ନାହାଁନ୍ତି। ଅଣ-ଭାଜପା ସରକାରଗୁଡିକୁ କେମିତି ପତନ କରିବା କେନ୍ଦ୍ର ସରକାରଙ୍କୁ ଏହି ଗୋଟିଏ ଚିନ୍ତା ଘାରିଛି।
ସେହିପରି କେସିଆର କେନ୍ଦ୍ର ସରକାରଙ୍କ ବିରୋଧ କର୍ନାଟକ-ତାମିଲନାଡୁ ଏବଂ ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ମଧ୍ୟରେ ଜଳ ଯୁଦ୍ଧ ଆରମ୍ଭ କରିଥିବା ଅଭିଯୋଗ କରିଛି। ଭୁଲ ନୀତି ଯୋଗୁ ଦେଶରେ ବିଦ୍ୟୁତ ସଙ୍କଟ ପାଇଁ କେସିଆର କେନ୍ଦ୍ରକୁ ଦାୟୀ କରିଛି।
ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)କୁ ବିଆରଏସ୍‌ ଭାବରେ ନାମିତ କରାଯିବା ପରେ ଏହା ହେଉଛି ପ୍ରଥମ ସାଧାରଣ ସଭା। ରାଜନୈତିକ ଦୃଷ୍ଟିରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri