Posted inଫୁରସତ

ଗଣତନ୍ତ୍ର, ଲୋକମତ

ଲୋକଙ୍କ ବିଚାର ଓ ମତାମତ ଶାସନକୁ ନିୟନ୍ତ୍ରିତ କରିବା ଏକ ଦୈନନ୍ଦିନ ପ୍ରକ୍ରିୟା ଯଦି ସମସ୍ତେ ସରକାରଙ୍କ ସହ ସବୁକଥାରେ ଏକମତ ହୋଇଯିବେ ବା ହେବାକୁ ବାଧ୍ୟ ହେବେ ତେବେ ତାକୁ ଗଣତନ୍ତ୍ରର ଅପମୃତୁ୍ୟ ବୋଲି କୁହାଯିବ ସେଥିଲାଗି ଭିନ୍ନମତ ଗଣତନ୍ତ୍ରର ଏକ ବିଭବ ବୋଲି କୁହାଯାଏ ଯେତେବେଳେ ଭିନ୍ନମତକୁ ଶୁଣିବା ଅବା ସ୍ବୀକାର ପାଇଁ ଶାସନତନ୍ତ୍ର ନିଷ୍ଠାପର ହୁଏ ନାହିଁ, ସେତେବେଳେ ଶାସକ ଓ ସାଧାରଣ ଜନତା ଭିତରେ ଦୂରତା ବଢ଼େ

ଲୋକଙ୍କୁ ନେଇ ହିଁ ଗଣତନ୍ତ୍ର ପ୍ରତିଷ୍ଠା ହୁଏ ଆମର ନାଗରିକ କେବଳ ଗଣତନ୍ତ୍ରର ନିର୍ମାତା ଏବଂ ସଂରକ୍ଷକ ନୁହନ୍ତି ବରଂ ସେମାନେ ଏହାର ଆଧାର ସ୍ତମ୍ଭ ପ୍ରତିଟି ନାଗରିକ ଗଣତନ୍ତ୍ରକୁ ଶକ୍ତି ଦେଇଥାନ୍ତି ପ୍ରତ୍ୟେକ ସୈନିକ ଯିଏ ଆମର ଦେଶର ରକ୍ଷା କରିଥାଏ, ପ୍ରତ୍ୟେକ କୃଷକ ଯିଏ ଆମ ଦେଶବାସୀଙ୍କ କ୍ଷୁଧା ଦୂର କରିଥାଏ, ପ୍ରତ୍ୟେକ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଯିଏ ଆମ ଦେଶକୁ ସୁରକ୍ଷିତ ରଖତ୍ଥାଏ, ସମସ୍ତେ ଗଣତନ୍ତ୍ରର ଗୋଟିଏ ଗୋଟିଏ ଜୀବନତନ୍ତ୍ର
କୁହାଯାଏ ଗଣତନ୍ତ୍ର ଲୋକଙ୍କ ଶାସନ, କିନ୍ତୁ ଜନତାର ଦାୟିତ୍ୱ ଓ କର୍ତ୍ତବ୍ୟ କେବଳ ନିର୍ବାଚନରେ ଭାଗନେବା ନୁହେଁ ନିର୍ବାଚନରେ ଜନମତ ସଂଗ୍ରହ ଲୋକତନ୍ତ୍ର ପାଇଁ ଜରୁରୀ, କିନ୍ତୁ ନିରପେକ୍ଷ ନିର୍ବାଚନ ଗଣତନ୍ତ୍ରର ଏକମାତ୍ର ନିୟାମକ ନୁହେଁ ଥରେ ନିର୍ବାଚନ ଜିତିଯିବା ପରେ ଜନ-ପ୍ରତିନିଧିମାନେ ପରବର୍ତ୍ତୀ ନିର୍ବାଚନ ପଯର୍ୟନ୍ତ ଲୋକଙ୍କ ମତକୁ ବେଖାତିର କରିବାର ଏକ ଅପସଂସ୍କୃତି କ୍ରମଶଃ ଆମ ଗଣତନ୍ତ୍ରକୁ ଦୁର୍ବଳ କରିବାରେ ଲାଗିଛି, ଏହା ଏବେ ଚିନ୍ତାର ବିଷୟ ୧୯୫୦ ଜାନୁୟାରୀ ୨୬ରେ ଭାରତ ଗଣତନ୍ତ୍ରର ମାନ୍ୟତା ପାଇଥିଲା ରାଷ୍ଟ୍ର ନିର୍ମାଣ ଯାତ୍ରାରେ ଏହା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପଯର୍ୟାୟ ଥିଲା ସମସ୍ତ ନାଗରିକଙ୍କ ମଧ୍ୟରେ ସମାନତାର ଆଦର୍ଶ ପ୍ରତିଷ୍ଠା କରାଗଲା ଆମେ ଯେ କୌଣସି ଧର୍ମ, ଅଞ୍ଚଳ କିମ୍ବା ସମ୍ପ୍ରଦାୟ ହେଉ ପଛେ ସମତା ଏହି ସ୍ବାଧୀନତା ସହ ପ୍ରାପ୍ତ ହୋଇଥିବା ସ୍ବତନ୍ତ୍ରତାର ଆଦର୍ଶକୁ ପୂର୍ଣ୍ଣତା ପ୍ରଦାନ କରିଥିଲା କଠିନ ସଂଘର୍ଷ ପରେ ସ୍ବାଧୀନତା ମିଳିଥିଲା ଏଥିରେ ବହୁ ଲୋଗ ଭାଗ ନେଇଥିଲେ ଓ ଅନେକେ ପ୍ରାଣବଳି ଦେଇଥିଲେ ସେମାନଙ୍କ ଦୃଷ୍ଟିରେ ଆମ ସମ୍ବିଧାନ ଆମର ନୂଆ ଦେଶ ଲାଗି କେବଳ ଏକ ମୌଳିକ ଆଇନ ନ ଥିଲା, ବରଂ ଆମ ସାମାଜିକ ପରିବର୍ତ୍ତନର ଏକ ଦସ୍ତାବିଜ୍ ଥିଲା ହେଲେ ଦୀର୍ଘ ସତୁରି ବର୍ଷ ପରେ ଏହି ଗଣତାନ୍ତ୍ରିକ ପ୍ରକ୍ରିୟା କେତେ ସଫଳ ହୋଇଛି ତାହାର ସମୀକ୍ଷା ହେବା ବି ଜରୁରୀ
ଗଣତନ୍ତ୍ରରେ ଲୋକମତ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଲୋକମତର ପ୍ରତିଫଳନ, କିନ୍ତୁ ଗଣତନ୍ତ୍ରର ସାରମର୍ମ ସେତିକିରେ ସୀମିତ ନୁହେଁ ଲୋକଙ୍କ ବିଚାର ଓ ମତାମତ ଶାସନକୁ ନିୟନ୍ତ୍ରିତ କରିବା ଏକ ଦୈନନ୍ଦିନ ପ୍ରକ୍ରିୟା ଯଦି ସମସ୍ତେ ସରକାରଙ୍କ ସହ ସବୁକଥାରେ ଏକମତ ହୋଇଯିବେ ବା ହେବାକୁ ବାଧ୍ୟ ହେବେ ତେବେ ତାକୁ ଗଣତନ୍ତ୍ରର ଅପମୃତୁ୍ୟ ବୋଲି କୁହାଯିବ ସେଥିଲାଗି ଭିନ୍ନମତ ଗଣତନ୍ତ୍ରର ଏକ ବିଭବ ବୋଲି କୁହାଯାଏ ଯେତେବେଳେ ଭିନ୍ନମତକୁ ଶୁଣିବା ଅବା ସ୍ବୀକାର ପାଇଁ ଶାସନତନ୍ତ୍ର ନିଷ୍ଠାପର ହୁଏ ନାହିଁ, ସେତେବେଳେ ଶାସକ ଓ ସାଧାରଣ ଜନତା ଭିତରେ ଦୂରତା ବଢ଼େ ଏହାଦ୍ୱାରା କେବଳ ଯେ ଲୋକଙ୍କର କ୍ଷତି ହୁଏ ତାହା ନୁହେଁ, ଇତିହାସ ପୃଷ୍ଠାରେ ଅନେକ ଶକ୍ତିଶାଳୀ ଶାସନତନ୍ତ୍ର ଧୂଳିସାତ ହୋଇଯିବାର ନଜିର ରହିଛି ଲୋକଙ୍କୁ ବାଦ୍ ଦେଇ କୌଣସି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ କେବେ ମଜଭୁତ କରାଯାଇପାରିବ ନାହିଁ ଏଇଠି ପ୍ରଶ୍ନ ହେଉଛି ଲୋକମତ କିପରି ତିଆରି ହେବ ଏଥିପାଇଁ ଦାୟିତ୍ୱ କାହାର? ଖବରକାଗଜ, ସିଭିଲ ସୋସାଇଟି, ବୁଦ୍ଧିଜୀବୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସ୍ବାଧୀନ ମତ ନିର୍ମାଣ ପାଇଁ ଏକାନ୍ତ ଆବଶ୍ୟକ ଶାସନ ଉପରେ ଲୋକଙ୍କ କର୍ତ୍ତୃତ୍ୱ ଯେତେ ସୁଦୃଢ ଓ ପ୍ରତ୍ୟକ୍ଷ ହେବ, ଗଣତନ୍ତ୍ର ସେତେ ବ୍ୟାପକ ଓ ଗଭୀର ହେବ ଗଣତାନ୍ତ୍ରିକ ବ୍ୟବସ୍ଥା ଯେତେ ଉତ୍ତରଦାୟୀ, ନିରପେକ୍ଷ ଓ ସ୍ବଚ୍ଛ ହେବ, ଦେଶର ସାଧାରଣ ନାଗରିକର ସ୍ବାର୍ଥ ସେତେ ସୁରକ୍ଷିତ ହେବ ସମ୍ବିଧାନ ପ୍ରଦତ୍ତ ଅଧିକାର ଓ କର୍ତ୍ତବ୍ୟର ପରିସୀମା ଭିତରେ, ଆଇନ-ସମ୍ମତ ଉପାୟରେ ହିଁ ଗଣତାନ୍ତ୍ରିକ ଦେଶର ସମସ୍ତ ଅଙ୍ଗ କାମ କରିବା ଦରକାର ଅଗଣତାନ୍ତ୍ରିକ ଉପାୟରେ କୌଣସି ଗଣତନ୍ତ୍ର ସୁରକ୍ଷିତ ହୁଏ ନାହିଁ
ସମ୍ବିଧାନ ନିର୍ମାତା ଅତ୍ୟନ୍ତ ଦୂରଦୃଷ୍ଟିସମ୍ପନ୍ନ ଥିଲେ ସେମାନେ ଆଇନର ଶାସନ ଏବଂ ଆଇନ ଦ୍ୱାରା ଶାସନର ମହତ୍ତ୍ୱ ଓ ଗରିମାକୁ ଭଲଭାବେ ବୁଝିଥିଲେ ଆମ ସମ୍ବିଧାନର ସ୍ବରୂପ ଯେଉଁ ପ୍ରାରମ୍ଭିକ ସମୟରେ ନିର୍ଦ୍ଧାରଣ କରାଗଲା, ସେହି ସମୟରୁ ମିଳିଥିବା ଶିକ୍ଷା ଆମ ପାଇଁ ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି ରାଷ୍ଟ୍ର ନିର୍ମାଣ ଏକ ଭବ୍ୟ ଓ ବିଶାଳ ଅଭିଯାନ ଏଥିସହ ଲକ୍ଷ ଲକ୍ଷ ନୁହେଁ, ବରଂ କୋଟି କୋଟି ଛୋଟବଡ ଅଭିଯାନକୁ ଯୋଡି ନିର୍ମିତ ହୋଇଥିବା ଏକ ସମ୍ପୂର୍ଣ୍ଣ କ୍ରାନ୍ତି କହିଲେ ଭୁଲ୍ ହେବନି ଭବିଷ୍ୟତ ଚିନ୍ତା କରୁଥିବା ଯୁବକମାନେ ହିଁ ଏକ ଆତ୍ମବିଶ୍ୱାସପୂର୍ଣ୍ଣ ଓ ପ୍ରଗତିଶୀଳ ରାଷ୍ଟ୍ର ନିର୍ମାଣ କରିଥାନ୍ତି ଆମର ୬୦%ରୁ ଅଧିକ ଦେଶବାସୀ ୩୫ ବର୍ଷରୁ କମ୍ ଏମାନଙ୍କ ଉପରେ ହିଁ ଦେଶ ଗଠନର ଗୁରୁଦାୟିତ୍ୱ ରହିଛି ହେଲେ ଏହି ଯୁବସମାଜକୁ କିଏ ବାଟ ଦେଖାଇବ, ସେମାନଙ୍କ ମାର୍ଗଦର୍ଶକ ସାଜିବ ତାହା ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ପାଇଁ ଶିକ୍ଷା ଓ ଜ୍ଞାନର ପରିସର ବଢାଇବାକୁ ହେବ ଶିକ୍ଷା ବ୍ୟବସ୍ଥାରେ ବିଶେଷକରି ସ୍କୁଲରେ ମୁଖସ୍ତ କରି ମନେପକାଇବା ଏବଂ ଶୁଣିବା ବଦଳରେ ପିଲାମାନଙ୍କୁ ଚିନ୍ତା କରିବା ଏବଂ ଭିନ୍ନ ଭିନ୍ନ ପ୍ରୟୋଗ କରି ପ୍ରୋତ୍ସାହିତ କରୁଥିବା ଶିକ୍ଷାନୀତି ବର୍ତ୍ତମାନ ସମୟର ଆବଶ୍ୟକତା ପ୍ରତ୍ୟେକ ଶିଶୁ ଭୋଜନ ଥାଳିରେ ଜରୁରୀ ପୋଷକତତ୍ତ୍ୱ ଆଧାରିତ ଖାଦ୍ୟ ଉପଲବ୍ଧ କରାଇବା ବର୍ତ୍ତମାନ ସମୟର ଅନ୍ୟତମ ଆହ୍ବାନ
ଆମ ଗଣତନ୍ତ୍ରକୁ ୭୦ ବର୍ଷ ପୂରି ସାରିଛି ଏପରି ଏକ ଆଧୁନିକ ଭାରତର ଆବଶ୍ୟକତା ରହିଛି, ଯେଉଁଠି ପ୍ରତିଭାସମ୍ପନ୍ନ ଲୋକଙ୍କର ଏବଂ ସେମାନଙ୍କର ପ୍ରତିଭାର ଉପଯୋଗ ଲାଗି ଅସୀମ ସୁଯୋଗ ରହିବ ସମସ୍ତଙ୍କ ସ୍ବପ୍ନ ଭାରତ ଏକ ବିକଶିତ ରାଷ୍ଟ୍ର ହେଉ
-ସବ୍ୟସାଚୀ ଅମିତାଭ
ଭୁବନେଶ୍ବର,
ମୋ-୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri