Posted inଫୁରସତ

ଗଣତନ୍ତ୍ର, ଲୋକମତ

ଲୋକଙ୍କ ବିଚାର ଓ ମତାମତ ଶାସନକୁ ନିୟନ୍ତ୍ରିତ କରିବା ଏକ ଦୈନନ୍ଦିନ ପ୍ରକ୍ରିୟା ଯଦି ସମସ୍ତେ ସରକାରଙ୍କ ସହ ସବୁକଥାରେ ଏକମତ ହୋଇଯିବେ ବା ହେବାକୁ ବାଧ୍ୟ ହେବେ ତେବେ ତାକୁ ଗଣତନ୍ତ୍ରର ଅପମୃତୁ୍ୟ ବୋଲି କୁହାଯିବ ସେଥିଲାଗି ଭିନ୍ନମତ ଗଣତନ୍ତ୍ରର ଏକ ବିଭବ ବୋଲି କୁହାଯାଏ ଯେତେବେଳେ ଭିନ୍ନମତକୁ ଶୁଣିବା ଅବା ସ୍ବୀକାର ପାଇଁ ଶାସନତନ୍ତ୍ର ନିଷ୍ଠାପର ହୁଏ ନାହିଁ, ସେତେବେଳେ ଶାସକ ଓ ସାଧାରଣ ଜନତା ଭିତରେ ଦୂରତା ବଢ଼େ

ଲୋକଙ୍କୁ ନେଇ ହିଁ ଗଣତନ୍ତ୍ର ପ୍ରତିଷ୍ଠା ହୁଏ ଆମର ନାଗରିକ କେବଳ ଗଣତନ୍ତ୍ରର ନିର୍ମାତା ଏବଂ ସଂରକ୍ଷକ ନୁହନ୍ତି ବରଂ ସେମାନେ ଏହାର ଆଧାର ସ୍ତମ୍ଭ ପ୍ରତିଟି ନାଗରିକ ଗଣତନ୍ତ୍ରକୁ ଶକ୍ତି ଦେଇଥାନ୍ତି ପ୍ରତ୍ୟେକ ସୈନିକ ଯିଏ ଆମର ଦେଶର ରକ୍ଷା କରିଥାଏ, ପ୍ରତ୍ୟେକ କୃଷକ ଯିଏ ଆମ ଦେଶବାସୀଙ୍କ କ୍ଷୁଧା ଦୂର କରିଥାଏ, ପ୍ରତ୍ୟେକ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଯିଏ ଆମ ଦେଶକୁ ସୁରକ୍ଷିତ ରଖତ୍ଥାଏ, ସମସ୍ତେ ଗଣତନ୍ତ୍ରର ଗୋଟିଏ ଗୋଟିଏ ଜୀବନତନ୍ତ୍ର
କୁହାଯାଏ ଗଣତନ୍ତ୍ର ଲୋକଙ୍କ ଶାସନ, କିନ୍ତୁ ଜନତାର ଦାୟିତ୍ୱ ଓ କର୍ତ୍ତବ୍ୟ କେବଳ ନିର୍ବାଚନରେ ଭାଗନେବା ନୁହେଁ ନିର୍ବାଚନରେ ଜନମତ ସଂଗ୍ରହ ଲୋକତନ୍ତ୍ର ପାଇଁ ଜରୁରୀ, କିନ୍ତୁ ନିରପେକ୍ଷ ନିର୍ବାଚନ ଗଣତନ୍ତ୍ରର ଏକମାତ୍ର ନିୟାମକ ନୁହେଁ ଥରେ ନିର୍ବାଚନ ଜିତିଯିବା ପରେ ଜନ-ପ୍ରତିନିଧିମାନେ ପରବର୍ତ୍ତୀ ନିର୍ବାଚନ ପଯର୍ୟନ୍ତ ଲୋକଙ୍କ ମତକୁ ବେଖାତିର କରିବାର ଏକ ଅପସଂସ୍କୃତି କ୍ରମଶଃ ଆମ ଗଣତନ୍ତ୍ରକୁ ଦୁର୍ବଳ କରିବାରେ ଲାଗିଛି, ଏହା ଏବେ ଚିନ୍ତାର ବିଷୟ ୧୯୫୦ ଜାନୁୟାରୀ ୨୬ରେ ଭାରତ ଗଣତନ୍ତ୍ରର ମାନ୍ୟତା ପାଇଥିଲା ରାଷ୍ଟ୍ର ନିର୍ମାଣ ଯାତ୍ରାରେ ଏହା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପଯର୍ୟାୟ ଥିଲା ସମସ୍ତ ନାଗରିକଙ୍କ ମଧ୍ୟରେ ସମାନତାର ଆଦର୍ଶ ପ୍ରତିଷ୍ଠା କରାଗଲା ଆମେ ଯେ କୌଣସି ଧର୍ମ, ଅଞ୍ଚଳ କିମ୍ବା ସମ୍ପ୍ରଦାୟ ହେଉ ପଛେ ସମତା ଏହି ସ୍ବାଧୀନତା ସହ ପ୍ରାପ୍ତ ହୋଇଥିବା ସ୍ବତନ୍ତ୍ରତାର ଆଦର୍ଶକୁ ପୂର୍ଣ୍ଣତା ପ୍ରଦାନ କରିଥିଲା କଠିନ ସଂଘର୍ଷ ପରେ ସ୍ବାଧୀନତା ମିଳିଥିଲା ଏଥିରେ ବହୁ ଲୋଗ ଭାଗ ନେଇଥିଲେ ଓ ଅନେକେ ପ୍ରାଣବଳି ଦେଇଥିଲେ ସେମାନଙ୍କ ଦୃଷ୍ଟିରେ ଆମ ସମ୍ବିଧାନ ଆମର ନୂଆ ଦେଶ ଲାଗି କେବଳ ଏକ ମୌଳିକ ଆଇନ ନ ଥିଲା, ବରଂ ଆମ ସାମାଜିକ ପରିବର୍ତ୍ତନର ଏକ ଦସ୍ତାବିଜ୍ ଥିଲା ହେଲେ ଦୀର୍ଘ ସତୁରି ବର୍ଷ ପରେ ଏହି ଗଣତାନ୍ତ୍ରିକ ପ୍ରକ୍ରିୟା କେତେ ସଫଳ ହୋଇଛି ତାହାର ସମୀକ୍ଷା ହେବା ବି ଜରୁରୀ
ଗଣତନ୍ତ୍ରରେ ଲୋକମତ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଲୋକମତର ପ୍ରତିଫଳନ, କିନ୍ତୁ ଗଣତନ୍ତ୍ରର ସାରମର୍ମ ସେତିକିରେ ସୀମିତ ନୁହେଁ ଲୋକଙ୍କ ବିଚାର ଓ ମତାମତ ଶାସନକୁ ନିୟନ୍ତ୍ରିତ କରିବା ଏକ ଦୈନନ୍ଦିନ ପ୍ରକ୍ରିୟା ଯଦି ସମସ୍ତେ ସରକାରଙ୍କ ସହ ସବୁକଥାରେ ଏକମତ ହୋଇଯିବେ ବା ହେବାକୁ ବାଧ୍ୟ ହେବେ ତେବେ ତାକୁ ଗଣତନ୍ତ୍ରର ଅପମୃତୁ୍ୟ ବୋଲି କୁହାଯିବ ସେଥିଲାଗି ଭିନ୍ନମତ ଗଣତନ୍ତ୍ରର ଏକ ବିଭବ ବୋଲି କୁହାଯାଏ ଯେତେବେଳେ ଭିନ୍ନମତକୁ ଶୁଣିବା ଅବା ସ୍ବୀକାର ପାଇଁ ଶାସନତନ୍ତ୍ର ନିଷ୍ଠାପର ହୁଏ ନାହିଁ, ସେତେବେଳେ ଶାସକ ଓ ସାଧାରଣ ଜନତା ଭିତରେ ଦୂରତା ବଢ଼େ ଏହାଦ୍ୱାରା କେବଳ ଯେ ଲୋକଙ୍କର କ୍ଷତି ହୁଏ ତାହା ନୁହେଁ, ଇତିହାସ ପୃଷ୍ଠାରେ ଅନେକ ଶକ୍ତିଶାଳୀ ଶାସନତନ୍ତ୍ର ଧୂଳିସାତ ହୋଇଯିବାର ନଜିର ରହିଛି ଲୋକଙ୍କୁ ବାଦ୍ ଦେଇ କୌଣସି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ କେବେ ମଜଭୁତ କରାଯାଇପାରିବ ନାହିଁ ଏଇଠି ପ୍ରଶ୍ନ ହେଉଛି ଲୋକମତ କିପରି ତିଆରି ହେବ ଏଥିପାଇଁ ଦାୟିତ୍ୱ କାହାର? ଖବରକାଗଜ, ସିଭିଲ ସୋସାଇଟି, ବୁଦ୍ଧିଜୀବୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସ୍ବାଧୀନ ମତ ନିର୍ମାଣ ପାଇଁ ଏକାନ୍ତ ଆବଶ୍ୟକ ଶାସନ ଉପରେ ଲୋକଙ୍କ କର୍ତ୍ତୃତ୍ୱ ଯେତେ ସୁଦୃଢ ଓ ପ୍ରତ୍ୟକ୍ଷ ହେବ, ଗଣତନ୍ତ୍ର ସେତେ ବ୍ୟାପକ ଓ ଗଭୀର ହେବ ଗଣତାନ୍ତ୍ରିକ ବ୍ୟବସ୍ଥା ଯେତେ ଉତ୍ତରଦାୟୀ, ନିରପେକ୍ଷ ଓ ସ୍ବଚ୍ଛ ହେବ, ଦେଶର ସାଧାରଣ ନାଗରିକର ସ୍ବାର୍ଥ ସେତେ ସୁରକ୍ଷିତ ହେବ ସମ୍ବିଧାନ ପ୍ରଦତ୍ତ ଅଧିକାର ଓ କର୍ତ୍ତବ୍ୟର ପରିସୀମା ଭିତରେ, ଆଇନ-ସମ୍ମତ ଉପାୟରେ ହିଁ ଗଣତାନ୍ତ୍ରିକ ଦେଶର ସମସ୍ତ ଅଙ୍ଗ କାମ କରିବା ଦରକାର ଅଗଣତାନ୍ତ୍ରିକ ଉପାୟରେ କୌଣସି ଗଣତନ୍ତ୍ର ସୁରକ୍ଷିତ ହୁଏ ନାହିଁ
ସମ୍ବିଧାନ ନିର୍ମାତା ଅତ୍ୟନ୍ତ ଦୂରଦୃଷ୍ଟିସମ୍ପନ୍ନ ଥିଲେ ସେମାନେ ଆଇନର ଶାସନ ଏବଂ ଆଇନ ଦ୍ୱାରା ଶାସନର ମହତ୍ତ୍ୱ ଓ ଗରିମାକୁ ଭଲଭାବେ ବୁଝିଥିଲେ ଆମ ସମ୍ବିଧାନର ସ୍ବରୂପ ଯେଉଁ ପ୍ରାରମ୍ଭିକ ସମୟରେ ନିର୍ଦ୍ଧାରଣ କରାଗଲା, ସେହି ସମୟରୁ ମିଳିଥିବା ଶିକ୍ଷା ଆମ ପାଇଁ ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି ରାଷ୍ଟ୍ର ନିର୍ମାଣ ଏକ ଭବ୍ୟ ଓ ବିଶାଳ ଅଭିଯାନ ଏଥିସହ ଲକ୍ଷ ଲକ୍ଷ ନୁହେଁ, ବରଂ କୋଟି କୋଟି ଛୋଟବଡ ଅଭିଯାନକୁ ଯୋଡି ନିର୍ମିତ ହୋଇଥିବା ଏକ ସମ୍ପୂର୍ଣ୍ଣ କ୍ରାନ୍ତି କହିଲେ ଭୁଲ୍ ହେବନି ଭବିଷ୍ୟତ ଚିନ୍ତା କରୁଥିବା ଯୁବକମାନେ ହିଁ ଏକ ଆତ୍ମବିଶ୍ୱାସପୂର୍ଣ୍ଣ ଓ ପ୍ରଗତିଶୀଳ ରାଷ୍ଟ୍ର ନିର୍ମାଣ କରିଥାନ୍ତି ଆମର ୬୦%ରୁ ଅଧିକ ଦେଶବାସୀ ୩୫ ବର୍ଷରୁ କମ୍ ଏମାନଙ୍କ ଉପରେ ହିଁ ଦେଶ ଗଠନର ଗୁରୁଦାୟିତ୍ୱ ରହିଛି ହେଲେ ଏହି ଯୁବସମାଜକୁ କିଏ ବାଟ ଦେଖାଇବ, ସେମାନଙ୍କ ମାର୍ଗଦର୍ଶକ ସାଜିବ ତାହା ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ପାଇଁ ଶିକ୍ଷା ଓ ଜ୍ଞାନର ପରିସର ବଢାଇବାକୁ ହେବ ଶିକ୍ଷା ବ୍ୟବସ୍ଥାରେ ବିଶେଷକରି ସ୍କୁଲରେ ମୁଖସ୍ତ କରି ମନେପକାଇବା ଏବଂ ଶୁଣିବା ବଦଳରେ ପିଲାମାନଙ୍କୁ ଚିନ୍ତା କରିବା ଏବଂ ଭିନ୍ନ ଭିନ୍ନ ପ୍ରୟୋଗ କରି ପ୍ରୋତ୍ସାହିତ କରୁଥିବା ଶିକ୍ଷାନୀତି ବର୍ତ୍ତମାନ ସମୟର ଆବଶ୍ୟକତା ପ୍ରତ୍ୟେକ ଶିଶୁ ଭୋଜନ ଥାଳିରେ ଜରୁରୀ ପୋଷକତତ୍ତ୍ୱ ଆଧାରିତ ଖାଦ୍ୟ ଉପଲବ୍ଧ କରାଇବା ବର୍ତ୍ତମାନ ସମୟର ଅନ୍ୟତମ ଆହ୍ବାନ
ଆମ ଗଣତନ୍ତ୍ରକୁ ୭୦ ବର୍ଷ ପୂରି ସାରିଛି ଏପରି ଏକ ଆଧୁନିକ ଭାରତର ଆବଶ୍ୟକତା ରହିଛି, ଯେଉଁଠି ପ୍ରତିଭାସମ୍ପନ୍ନ ଲୋକଙ୍କର ଏବଂ ସେମାନଙ୍କର ପ୍ରତିଭାର ଉପଯୋଗ ଲାଗି ଅସୀମ ସୁଯୋଗ ରହିବ ସମସ୍ତଙ୍କ ସ୍ବପ୍ନ ଭାରତ ଏକ ବିକଶିତ ରାଷ୍ଟ୍ର ହେଉ
-ସବ୍ୟସାଚୀ ଅମିତାଭ
ଭୁବନେଶ୍ବର,
ମୋ-୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri