Posted inଜାତୀୟ

ଗଣତନ୍ତ୍ର ଦୁର୍ବଳ ହେଉଛି

ନୂଆଦିଲ୍ଲୀ,୨ା୧୧: ବର୍ତ୍ତମାନ ଯାଏ ଗଣତନ୍ତ୍ର ସୂଚକାଙ୍କରେ ଭାରତର ସ୍ଥାନ ତଳକୁ ଖସୁଥବା ନେଇ ରିପୋର୍ଟ ଆସୁଥିଲା। କିନ୍ତୁ ଏବେ ଭାରତ ଏକ ଗଣତନ୍ତ୍ର ଭାବେ ନିଜ ସ୍ଥିତି ହରାଇବା ଅବସ୍ଥାକୁ ଖସିଥିବା ନେଇ ଏକ ସଦ୍ୟ ସର୍ବେକ୍ଷଣରେ ଦର୍ଶାଯାଇଛି। ଭାରତରେ ଗଣମାଧ୍ୟମ, ନାଗରିକ ସମାଜ ଓ ବିରୋଧୀଙ୍କ ସ୍ଥାନ ସଙ୍କୁଚିତ ହେବାରେ ଲାଗିଥିବାରୁ ଏପରି ସ୍ଥିତି ଉପୁଜିଛି। ଫଳରେ ଦେଶ ଲଗାତର ଭାବେ ନିରଙ୍କୁଶତା ଆଡ଼କୁ ଅଗ୍ରସର ହେଉଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସ୍ବିଡେନସ୍ଥିତ ଗୋଥେନବର୍ଗ ୟୁନିଭର୍ସିଟିର ଭି-ଡେମ୍‌ (ଭେରାଇଟି ଅଫ୍‌ ଡେମୋକ୍ରାସି) ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ନିକଟରେ ଜାରି କରାଯାଇଥିବା ରିପୋର୍ଟର ଶୀର୍ଷକ ରହିଛି ‘ଅଟୋକ୍ରାଟାଇଜେଶନ ସର୍ଜେସ୍‌: ରେଜିଷ୍ଟାନ୍ସ ଗ୍ରୋଜ୍‌’। ଅର୍ଥାତ୍‌ ନିରଙ୍କୁଶତା ଉଛୁଳୁଥିବାବେଳେ ପ୍ରତିରୋଧ ବଢ଼ୁଛି। ଏହି ସ୍ବାଧୀନ ଗବେଷଣା ସଂସ୍ଥାର ରିପୋର୍ଟ ସାରା ବିଶ୍ୱର ଦେଶଗୁଡ଼ିକରେ ଗଣତାନ୍ତ୍ରିକ ସ୍ଥିତି ଉପରେ ପର୍ଯ୍ୟବସିତ। ଏଥିରେ ଭାରତୀୟ ଗଣତନ୍ତ୍ରର ସ୍ଥିତି ଦୟନୀୟ ବୋଲି ଦର୍ଶାଯାଇଛି। ଉକ୍ତ ରିପୋର୍ଟ ଏପରି ସମୟରେ ଆସିଛି, ଯେତେବେଳେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ହିନ୍ଦୁତ୍ୱବାଦୀ ବିଚାରଧାରା ଓ ନୀତିକୁ ନେଇ ଚାରିଆଡ଼େ ସମାଲୋଚନା କରାଯାଉଛି। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରଠୁ ଦେଶରେ ଗଣତନ୍ତ୍ର ଦୁର୍ବଳ ହେଉଥିବା ନେଇ ବିରୋଧୀ ଟାର୍ଗେଟ କରୁଥିବାବେଳେ ଦ୍ୱିତୀୟ ପାଳିର ବର୍ଷେ ପୂରଣ ହେଉ ହେଉ ଅବସ୍ଥା ଆହୁରି ଜଟିଳ ହୋଇଯାଇଛି। ଭି-ଡେମ୍‌ ‘ଡେମୋକ୍ରାସି ରିପୋର୍ଟ ୨୦୨୦‘ ସେହି ସମାଲୋଚନାର ପ୍ରାମାଣିକତାକୁ ସ୍ପଷ୍ଟ କରୁଛି।
ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୦୧ ପରେ ପ୍ରଥମ ଥର ପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଏତେ ପରିମାଣର ନିରଙ୍କୁଶତା ବୃଦ୍ଧି ପାଇଛି। ବିଗତ ୧୦ ବର୍ଷ ମଧ୍ୟରେ ଯେଉଁ ୧୦ ଦେଶ ସର୍ବାଧିକ ନିରଙ୍କୁଶତା ଆଡ଼କୁ ଢଳିଛନ୍ତି, ତନ୍ମଧ୍ୟରେ ହଙ୍ଗେରି, ତୁର୍କୀ, ପୋଲାଣ୍ଡ, ସର୍ବିୟା, ବ୍ରାଜିଲ ଓ ଭାରତ ଅନ୍ତର୍ଭୁକ୍ତ। ଏବେ ହଙ୍ଗେରି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ନୁହେଁ। ଭାରତ ଲଗାତର ନିମ୍ନଗାମୀ ହେବା ରାସ୍ତାରେ ଯାଇ ନିଜ ଗଣତାନ୍ତ୍ରିକ ସ୍ଥିତିକୁ ହରାଇବାରେ ବସିଛି। ଆମେରିକାର ଉଦାର ଲୋକତନ୍ତ୍ର ପଥଭ୍ରଷ୍ଟ ହୋଇଛି। ଏହି ଦେଶଗୁଡ଼ିକର ନିରଙ୍କୁଶ ସରକାରମାନେ ପ୍ରଥମେ ଗଣମାଧ୍ୟମ ଓ ନାଗରିକ ସମାଜ ପାଇଁ ସୁଯୋଗକୁ ସୀମିତ କରିଦେଇଛନ୍ତି। ମିଡିଆ ଓ ସିଭିଲ ସୋସାଇଟି ଉପରେ ନରୀକ୍ଷଣ କରୁଥିବା ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରାଯାଉଥିବାରୁ ନିର୍ବାଚନର ଗୁଣବତ୍ତା ହ୍ରାସ ପାଇବାରେ ଲାଗିଛି। ସଂସ୍ଥା ପକ୍ଷରୁ ୧୭୯ ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଉଦାର ଗଣତନ୍ତ୍ର ସୂଚକାଙ୍କ (ଏଲ୍‌ଡିଆଇ)ର ପ୍ରଥମ ସ୍ଥାନରେ ଡେନମାର୍କ ଥିବାବେଳେ ଭାରତକୁ ୯୦ତମ ସ୍ଥାନରେ ରଖାଯାଇଛି। ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ୭୦ତମ ସ୍ଥାନ ଅଧିକାର କରିଥିବାବେଳେ ନେପାଳ ୭୨, ପାକିସ୍ତାନ ୧୨୬ ଓ ବାଂଲାଦେଶ ୧୫୪ତମ ସ୍ଥାନରେ ରହିଛି।
ସେହିପରି ଜି-୨୦ ରାଷ୍ଟ୍ର ସମୂହ ଓ ବିଶ୍ୱର ଅନ୍ୟ ଅଞ୍ଚଳଗୁଡ଼ିକ ସମ୍ପ୍ରତି ‘ସ୍ବେଚ୍ଛାତାରିତାର ତୃତୀୟ ପ୍ରବାହ’ର ଅଂଶ, ଯାହାକି ଭାରତ, ବ୍ରାଜିଲ, ଆମେରିକା ଓ ତୁର୍କୀ ଭଳି ବୃହତ୍‌ ଜନସଂଖ୍ୟା ବିଶିଷ୍ଟ ବଡ଼ ଅର୍ଥନୀତିକୁ ପ୍ରଭାବିତ କରୁଛି। ଅଭିବ୍ୟକ୍ତି ଓ ଗଣମାଧ୍ୟମର ସ୍ବାଧୀନତା ଉପରେ ଆକ୍ରମଣ ଏବେ ୩୧ ରାଷ୍ଟ୍ରକୁ ପ୍ରଭାବିତ କରୁଛି, ଯାହାକି ଦୁଇବର୍ଷ ପୂର୍ବେ ୧୯ ଦେଶରେ ସୀମିତ ଥିଲା। ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସମେତ ଏହି ଦେଶଗୁଡ଼ିକରେ ଶୈକ୍ଷିକ ସ୍ବାଧୀନତା ୧୩% ହ୍ରାସ ପାଇଛି। ଶାନ୍ତିପୂର୍ଣ୍ଣ ସମାବେଶ ଓ ବିକ୍ଷୋଭ କରିବା ଅଧିକାର ହାରାହାରି ୧୪% କମିଛି।
ଉଦାର ଗଣତନ୍ତ୍ର ସୂଚକାଙ୍କ କ୍ଷେତ୍ରରେ ବିଗତ ୧୦ ବର୍ଷ ଧରି ନିମ୍ନଗାମୀ ହେଉଥିବା ଶୀର୍ଷ ୧୦ ଦେଶକୁ ନେଇ ଏଥିରେ ଅବତାରଣା କରାଯାଇଛି। ଭାରତ ଏକ ନିର୍ବାଚନଭିତ୍ତିକ ଗଣତନ୍ତ୍ର ଭାବେ ସୂଚୀବଦ୍ଧ ହୋଇଥିଲେ ସୁଦ୍ଧା ଦେଶରେ ଅବକ୍ଷୟମୁଖୀ ଗଣତାନ୍ତ୍ରିକ ମୂଲ୍ୟବୋଧର ସଙ୍କେତ ବାରିହୋଇ ପଡ଼ୁଛି ବୋଲି ରିପୋର୍ଟରେ ସତର୍କ କରାଯାଇଛି। ଇତିମଧ୍ୟରେ ବିଶ୍ୱ ପ୍ରେସ୍‌ ସ୍ବାଧୀନତା କ୍ଷେତ୍ରରେ ଭାରତର ବିପର୍ଯ୍ୟୟର କାରଣ ଖୋଜି ପ୍ରସ୍ତାବ ଦେବା ପାଇଁ ଏକ ସେଣ୍ଟ୍ରାଲ ଇଣ୍ଡେକ୍ସ ମନିଟରିଂ ସେଲ୍‌କୁ ଦାୟିତ୍ୱ ଦିଆଯାଇଥିବା ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?