Posted inଜାତୀୟ

ଗଣତନ୍ତ୍ର ଦୁର୍ବଳ ହେଉଛି

ନୂଆଦିଲ୍ଲୀ,୨ା୧୧: ବର୍ତ୍ତମାନ ଯାଏ ଗଣତନ୍ତ୍ର ସୂଚକାଙ୍କରେ ଭାରତର ସ୍ଥାନ ତଳକୁ ଖସୁଥବା ନେଇ ରିପୋର୍ଟ ଆସୁଥିଲା। କିନ୍ତୁ ଏବେ ଭାରତ ଏକ ଗଣତନ୍ତ୍ର ଭାବେ ନିଜ ସ୍ଥିତି ହରାଇବା ଅବସ୍ଥାକୁ ଖସିଥିବା ନେଇ ଏକ ସଦ୍ୟ ସର୍ବେକ୍ଷଣରେ ଦର୍ଶାଯାଇଛି। ଭାରତରେ ଗଣମାଧ୍ୟମ, ନାଗରିକ ସମାଜ ଓ ବିରୋଧୀଙ୍କ ସ୍ଥାନ ସଙ୍କୁଚିତ ହେବାରେ ଲାଗିଥିବାରୁ ଏପରି ସ୍ଥିତି ଉପୁଜିଛି। ଫଳରେ ଦେଶ ଲଗାତର ଭାବେ ନିରଙ୍କୁଶତା ଆଡ଼କୁ ଅଗ୍ରସର ହେଉଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସ୍ବିଡେନସ୍ଥିତ ଗୋଥେନବର୍ଗ ୟୁନିଭର୍ସିଟିର ଭି-ଡେମ୍‌ (ଭେରାଇଟି ଅଫ୍‌ ଡେମୋକ୍ରାସି) ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ନିକଟରେ ଜାରି କରାଯାଇଥିବା ରିପୋର୍ଟର ଶୀର୍ଷକ ରହିଛି ‘ଅଟୋକ୍ରାଟାଇଜେଶନ ସର୍ଜେସ୍‌: ରେଜିଷ୍ଟାନ୍ସ ଗ୍ରୋଜ୍‌’। ଅର୍ଥାତ୍‌ ନିରଙ୍କୁଶତା ଉଛୁଳୁଥିବାବେଳେ ପ୍ରତିରୋଧ ବଢ଼ୁଛି। ଏହି ସ୍ବାଧୀନ ଗବେଷଣା ସଂସ୍ଥାର ରିପୋର୍ଟ ସାରା ବିଶ୍ୱର ଦେଶଗୁଡ଼ିକରେ ଗଣତାନ୍ତ୍ରିକ ସ୍ଥିତି ଉପରେ ପର୍ଯ୍ୟବସିତ। ଏଥିରେ ଭାରତୀୟ ଗଣତନ୍ତ୍ରର ସ୍ଥିତି ଦୟନୀୟ ବୋଲି ଦର୍ଶାଯାଇଛି। ଉକ୍ତ ରିପୋର୍ଟ ଏପରି ସମୟରେ ଆସିଛି, ଯେତେବେଳେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ହିନ୍ଦୁତ୍ୱବାଦୀ ବିଚାରଧାରା ଓ ନୀତିକୁ ନେଇ ଚାରିଆଡ଼େ ସମାଲୋଚନା କରାଯାଉଛି। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରଠୁ ଦେଶରେ ଗଣତନ୍ତ୍ର ଦୁର୍ବଳ ହେଉଥିବା ନେଇ ବିରୋଧୀ ଟାର୍ଗେଟ କରୁଥିବାବେଳେ ଦ୍ୱିତୀୟ ପାଳିର ବର୍ଷେ ପୂରଣ ହେଉ ହେଉ ଅବସ୍ଥା ଆହୁରି ଜଟିଳ ହୋଇଯାଇଛି। ଭି-ଡେମ୍‌ ‘ଡେମୋକ୍ରାସି ରିପୋର୍ଟ ୨୦୨୦‘ ସେହି ସମାଲୋଚନାର ପ୍ରାମାଣିକତାକୁ ସ୍ପଷ୍ଟ କରୁଛି।
ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୦୧ ପରେ ପ୍ରଥମ ଥର ପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଏତେ ପରିମାଣର ନିରଙ୍କୁଶତା ବୃଦ୍ଧି ପାଇଛି। ବିଗତ ୧୦ ବର୍ଷ ମଧ୍ୟରେ ଯେଉଁ ୧୦ ଦେଶ ସର୍ବାଧିକ ନିରଙ୍କୁଶତା ଆଡ଼କୁ ଢଳିଛନ୍ତି, ତନ୍ମଧ୍ୟରେ ହଙ୍ଗେରି, ତୁର୍କୀ, ପୋଲାଣ୍ଡ, ସର୍ବିୟା, ବ୍ରାଜିଲ ଓ ଭାରତ ଅନ୍ତର୍ଭୁକ୍ତ। ଏବେ ହଙ୍ଗେରି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ନୁହେଁ। ଭାରତ ଲଗାତର ନିମ୍ନଗାମୀ ହେବା ରାସ୍ତାରେ ଯାଇ ନିଜ ଗଣତାନ୍ତ୍ରିକ ସ୍ଥିତିକୁ ହରାଇବାରେ ବସିଛି। ଆମେରିକାର ଉଦାର ଲୋକତନ୍ତ୍ର ପଥଭ୍ରଷ୍ଟ ହୋଇଛି। ଏହି ଦେଶଗୁଡ଼ିକର ନିରଙ୍କୁଶ ସରକାରମାନେ ପ୍ରଥମେ ଗଣମାଧ୍ୟମ ଓ ନାଗରିକ ସମାଜ ପାଇଁ ସୁଯୋଗକୁ ସୀମିତ କରିଦେଇଛନ୍ତି। ମିଡିଆ ଓ ସିଭିଲ ସୋସାଇଟି ଉପରେ ନରୀକ୍ଷଣ କରୁଥିବା ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରାଯାଉଥିବାରୁ ନିର୍ବାଚନର ଗୁଣବତ୍ତା ହ୍ରାସ ପାଇବାରେ ଲାଗିଛି। ସଂସ୍ଥା ପକ୍ଷରୁ ୧୭୯ ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଉଦାର ଗଣତନ୍ତ୍ର ସୂଚକାଙ୍କ (ଏଲ୍‌ଡିଆଇ)ର ପ୍ରଥମ ସ୍ଥାନରେ ଡେନମାର୍କ ଥିବାବେଳେ ଭାରତକୁ ୯୦ତମ ସ୍ଥାନରେ ରଖାଯାଇଛି। ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ୭୦ତମ ସ୍ଥାନ ଅଧିକାର କରିଥିବାବେଳେ ନେପାଳ ୭୨, ପାକିସ୍ତାନ ୧୨୬ ଓ ବାଂଲାଦେଶ ୧୫୪ତମ ସ୍ଥାନରେ ରହିଛି।
ସେହିପରି ଜି-୨୦ ରାଷ୍ଟ୍ର ସମୂହ ଓ ବିଶ୍ୱର ଅନ୍ୟ ଅଞ୍ଚଳଗୁଡ଼ିକ ସମ୍ପ୍ରତି ‘ସ୍ବେଚ୍ଛାତାରିତାର ତୃତୀୟ ପ୍ରବାହ’ର ଅଂଶ, ଯାହାକି ଭାରତ, ବ୍ରାଜିଲ, ଆମେରିକା ଓ ତୁର୍କୀ ଭଳି ବୃହତ୍‌ ଜନସଂଖ୍ୟା ବିଶିଷ୍ଟ ବଡ଼ ଅର୍ଥନୀତିକୁ ପ୍ରଭାବିତ କରୁଛି। ଅଭିବ୍ୟକ୍ତି ଓ ଗଣମାଧ୍ୟମର ସ୍ବାଧୀନତା ଉପରେ ଆକ୍ରମଣ ଏବେ ୩୧ ରାଷ୍ଟ୍ରକୁ ପ୍ରଭାବିତ କରୁଛି, ଯାହାକି ଦୁଇବର୍ଷ ପୂର୍ବେ ୧୯ ଦେଶରେ ସୀମିତ ଥିଲା। ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସମେତ ଏହି ଦେଶଗୁଡ଼ିକରେ ଶୈକ୍ଷିକ ସ୍ବାଧୀନତା ୧୩% ହ୍ରାସ ପାଇଛି। ଶାନ୍ତିପୂର୍ଣ୍ଣ ସମାବେଶ ଓ ବିକ୍ଷୋଭ କରିବା ଅଧିକାର ହାରାହାରି ୧୪% କମିଛି।
ଉଦାର ଗଣତନ୍ତ୍ର ସୂଚକାଙ୍କ କ୍ଷେତ୍ରରେ ବିଗତ ୧୦ ବର୍ଷ ଧରି ନିମ୍ନଗାମୀ ହେଉଥିବା ଶୀର୍ଷ ୧୦ ଦେଶକୁ ନେଇ ଏଥିରେ ଅବତାରଣା କରାଯାଇଛି। ଭାରତ ଏକ ନିର୍ବାଚନଭିତ୍ତିକ ଗଣତନ୍ତ୍ର ଭାବେ ସୂଚୀବଦ୍ଧ ହୋଇଥିଲେ ସୁଦ୍ଧା ଦେଶରେ ଅବକ୍ଷୟମୁଖୀ ଗଣତାନ୍ତ୍ରିକ ମୂଲ୍ୟବୋଧର ସଙ୍କେତ ବାରିହୋଇ ପଡ଼ୁଛି ବୋଲି ରିପୋର୍ଟରେ ସତର୍କ କରାଯାଇଛି। ଇତିମଧ୍ୟରେ ବିଶ୍ୱ ପ୍ରେସ୍‌ ସ୍ବାଧୀନତା କ୍ଷେତ୍ରରେ ଭାରତର ବିପର୍ଯ୍ୟୟର କାରଣ ଖୋଜି ପ୍ରସ୍ତାବ ଦେବା ପାଇଁ ଏକ ସେଣ୍ଟ୍ରାଲ ଇଣ୍ଡେକ୍ସ ମନିଟରିଂ ସେଲ୍‌କୁ ଦାୟିତ୍ୱ ଦିଆଯାଇଥିବା ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri