ଅନ୍ୟର ମତ ଶୁଣିବା ହିଁ ଗଣତନ୍ତ୍ର

ଭଦ୍ରକ,୧୦ା୧୧(ସନାତନ ରାଉତ): ଗଣମାଧ୍ୟମ ନିରପେକ୍ଷ ହେବା ଜରୁରୀ। ଗଣତନ୍ତ୍ରରେ ପ୍ରଶ୍ନ ପଚାରିବାର ଅଧିକାର ସମସ୍ତଙ୍କର ରହିଛି। କହିବା ଅପେକ୍ଷା ଅନ୍ୟର ମତକୁ ଶୁଣିବା ହେଉଛି ଗଣତନ୍ତ୍ରର ମୂଳଦୁଆ। ଆମ ଭିତରେ ସହନଶୀଳତା ରହିଲେ ଆମେ ଏକାଠି ହେବା ସହ ଦେଶରେ ଏକତା ବୃଦ୍ଧି ପାଇବ। ସଚେତନତା ବୃଦ୍ଧି ନ ହେଲେ ଆମେ ପୁଣି ଅନ୍ଧାରକୁ ଫେରିଯିବା ବୋଲି ଭଦ୍ରକ ମହିଳା ମହାବିଦ୍ୟାଳୟରେ ଗୁରୁବାର ଧରିତ୍ରୀର ୫୦ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଯୋଗଦେଇ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ମତବ୍ୟକ୍ତ କରିଛନ୍ତି। ଦେଶର କୋଣ ଅନୁକୋଣରେ ଘଟୁଥିବା ଘଟଣାକୁ ଗଣମାଧ୍ୟମ ଲୋକଲୋଚନକୁ ଆଣିଥାଏ। ଗଣମାଧ୍ୟମ ଏବଂ ଗଣତନ୍ତ୍ର ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ଭଳି। ଯୁବପିଢ଼ି ନେତାଙ୍କ ଜିନ୍ଦାବାନ୍ଦ ନ ପକାଇ ଦେଶ ପ୍ରତି କର୍ତ୍ତବ୍ୟ କରିବା ଉଚିତ। ଯୁବପିଢ଼ି ସଚେତନ ହେଲେ ଗଣତନ୍ତ୍ର ସମୃଦ୍ଧ ଓ ସୁରକ୍ଷିତ ହୋଇପାରିବ ବୋଲି ବକ୍ତୃତା ପ୍ରତିଯୋଗିତାରେ ଛାତ୍ରୀମାନେ ବକ୍ତବ୍ୟ ରଖିଥିଲେ।
ମହାବିଦ୍ୟାଳୟ ଅଧ୍ୟକ୍ଷା ସୁପ୍ରୀତି କର ପିଲାମାନଙ୍କ ମଧ୍ୟରେ ଗଣମାଧ୍ୟମ ଓ ଗଣତନ୍ତ୍ରକୁ ନେଇ ସଚେତନତା ପାଇଁ ଧରିତ୍ରୀ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ସେମାନଙ୍କର ଜ୍ଞାନକୁ ସଶକ୍ତ କରିବ ବୋଲି କହିଥିଲେ। ପ୍ରତିଯୋଗିତାକୁ ସମ୍ପାଦକ ସତପଥୀ ଉଦ୍‌ଘାଟନ କରିଥିବା ବେଳେ ଫିଚର୍‌ ସମ୍ପାଦକ ବୀରଭଦ୍ର ବିଶ୍ୱାଳ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରତିଯୋଗିତାର ନିୟମାବଳୀ ସମ୍ପର୍କରେ ଶିକ୍ଷା ବିଭାଗ ମୁଖ୍ୟ ଡ. ଆଭାମୟୀ ମହାପାତ୍ର ସୂଚନା ଦେବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଚାରକ ଭାବେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଅଭୟ କୁମାର ଦାଶ କହିଥିଲେ, ଗଣମାଧ୍ୟମ ବ୍ୟକ୍ତି ଚେତନାକୁ ଜାଗ୍ରତ କରିଥାଏ ଏବଂ ରାଷ୍ଟ୍ରକୁ ସୁରକ୍ଷା ଦେଇଥାଏ। ଜଣେ ସୈନିକଙ୍କ ଭୂମିକା ଯେତିକି, ଗଣମାଧ୍ୟମର ଭୂମିକା ସେତିକି ହୋଇଥାଏ। ଗଣମାଧ୍ୟମର ପ୍ରକୃତ ଉଦ୍ଦେଶ୍ୟ ସାଧନ ହୋଇପାରିଲେ ରାଷ୍ଟ୍ରର ଉନ୍ନତି ହୋଇପାରିବ। ବହୁ ବଡ଼ ବଡ଼ ଖବରକାଗଜ ହଜିଯାଇଥିବା ବେଳେ ଧରିତ୍ରୀ ତା’ର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି। ଧରିତ୍ରୀ ସବୁବେଳେ ନିରପେକ୍ଷତା ଉପରେ ଗୁରୁତ୍ୱ ଦେଇଥାଏ। ଅନ୍ୟତମ ବିଚାରକ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅନୀତା ଦଳାଇ ଧରିତ୍ରୀ ଖବରକାଗଜ ହେଉଛି ସାଧାରଣ ଓଡ଼ିଆ ଲୋକଙ୍କ ସ୍ବରର ପ୍ରତିବିମ୍ବ ଏବଂ ସବୁବର୍ଗ ଲୋକଙ୍କ ପାଖରେ ପହଞ୍ଚତ୍ବାକୁ ସବୁବେଳେ ଚେଷ୍ଟା କରିଛି ବୋଲି କହିଥିଲେ। ଅନ୍ୟତମ ବିଚାରକ ଇତିହାସ ବିଭାଗ ମୁଖ୍ୟ ଡ. ମନୋଜ କୁମାର ସାହୁ ଧରିତ୍ରୀର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଗଣତନ୍ତ୍ର ଓ ଗଣମାଧ୍ୟମ ପ୍ରତି ସଚେତନତା ସୃଷ୍ଟି କରିପାରିବ ବୋଲି ମତ ରଖିଥିଲେ।
ମହାବିଦ୍ୟାଳୟର ୧୮ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ସାବ୍‌ନା କାଦ୍ରୀ ପ୍ରଥମ, ସନ୍ତୋଷୀ ସାହୁ ଦ୍ୱିତୀୟ ଓ ପୁଷ୍ପାଞ୍ଜଳି ଖଟୁଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରୀ ଦୁର୍ଗାବତୀ ସୋରେନ୍‌, ଭାର୍ଗବୀ କାହାଳିଆ, ଭାରତୀ ମୁଣ୍ଡା ଓ ଚମ୍ପାବତୀ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ମାଇନା ମାଝି ସମ୍ବଲପୁରୀ ନୃତ୍ୟ ଓ ଭାଶ୍ୱତୀଶ୍ରେୟା ଦାଶ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଧରିତ୍ରୀ ସମ୍ପାଦକ ସତପଥୀଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଓ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଉପସ୍ଥିତ ଥିଲେ। ଧରିତ୍ରୀର ସହସମ୍ପାଦକ ଅରୁଣ କାନୁନ୍‌ଗୋ, ଶ୍ରୀମନ୍ତ ରାଉତରାୟ, ପ୍ରସାର ପରିଚାଳକ ଆଲୋକ କାନୁନ୍‌ଗୋ, ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ, ଖବରଦାତା ସଞ୍ଜିତ୍‌ ବଳ, ରବିନାରାୟଣ ଖିଲାର, ନାରାୟଣ ବାରିକ, ଦୀପ୍ତିରଞ୍ଜନ ନାୟକ, ଦେବେନ୍ଦ୍ର ଆନ୍ଦିଆ, ସନ୍ତୋଷ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଜିଲା ପ୍ରତିନିଧି ସନାତନ ରାଉତ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri