ଜୋର୍‌ ଧରିଲା ସବ୍‌ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି

ପୁରୁଷୋତ୍ତମପୁର,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ବୈଠକ ଶନିବାର ସଭାପତି କେଦାରନାଥ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂପାଦକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ବିବରଣୀ ପାଠ କରି ଓକିଲ ସଂଘର ବିକାଶ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ବାର୍‌ କାଉନସିଲର ନିର୍ଦ୍ଦେଶ ଅନୁଯାୟୀ, ମାର୍ଚ୍ଚ ୨୭ ରେ ହେବାକୁ ଥିବା ନିର୍ବାଚନ ଲାଗି ରବିନ୍ଦ୍ର ବେହେରାଙ୍କୁ ନିର୍ବାଚନ ଅଧିକାରୀ ଭାବେ ମନୋନୀତ କରାଯାଇଛି। ଏହାସହ ଏଠାରେ ସବ୍‌ଜଜ୍‌ କୋର୍ଟ ପ୍ରତିଷ୍ଠା ଲାଗି ଦୀର୍ଘବର୍ଷ ହେଲା ସଂଘ ପକ୍ଷରୁ ଦାବି ହୋଇ ଆସୁଥିବା ସହ ଏପରିକି ୨୦୧୮ରେ ଦୀର୍ଘ ୯ମାସ ଧରି କୋର୍ଟ ବର୍ଜନ କରି ଓକିଲମାନେ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସେତେବେଳେ ନୂତନ କୋର୍ଟ ଖୋଲିବା ଲାଗି ଅନୁମୋଦନ କରିଥିଲେ। ମାତ୍ର ବର୍ଷକରୁ ଅଧିକ ବିତିଥିଲେ ମଧ୍ୟ ସରକାର କୋର୍ଟ ପ୍ରତିଷ୍ଠା କର ୁନ ଥିବାକୁ ନେଇ ଓକିଲମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ସରକାର ତୁରନ୍ତ କୋର୍ଟ ପ୍ରତିଷ୍ଠା ଲାଗି ପଦକ୍ଷେପ ନେବାକୁ ଦାବି କରିଥିଲେ। ନଚେତ୍‌ ପୁଣି ଓକିଲମାନେ ଆନ୍ଦୋଳନ ଲାଗି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏଥିରେ ଉପସଭାପତି ସୀମାଞ୍ଚଳ ସେଠୀ, ବରିଷ୍ଠ ଓକିଲ ଦେବେନ୍ଦ୍ର ମହାପାତ୍ର, ଉପେନ୍ଦ୍ର ପଣ୍ଡା, ପ୍ରଭାତ କୁମାର ପଟ୍ଟନାୟକ, ସ୍ବରାଜ ପାଣିଗ୍ରାହୀ, ସୀମାଞ୍ଚଳ ମିଶ୍ର, ନିରଞ୍ଜନ ବେହେରା,ପ୍ରଶାନ୍ତ ପାଢୀ, ପ୍ରଫୁଲ ପଣ୍ଡା, ଅଶୋକ କୁମାର ମହାକୁଡ, ଅକ୍ଷୟ କୁମାର ବେହେରା, ସଦାଶିବ ପଣ୍ଡା, ରମାରଞ୍ଜନ ଦାଶ, ମହାଦେବ ପଣ୍ଡା, ଦୟାନିଧି ପଣ୍ଡା, ରାମଚନ୍ଦ୍ର ଆଚାର୍ଯ୍ୟ, ପ୍ରମୋଦ କୁମାର ବେହେରାଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri