କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସିଟୁର ପ୍ରତିବାଦ

କେନ୍ଦୁଝର,୨୬ା୬(ସ୍ବ.ପ୍ର.): ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନ କ୍ରମେ ସ୍ଥାନୀୟ ଢାଙ୍ଗରପଡ଼ା ଏନ୍‌ଏଚ ୪୯ କଡ଼ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ କୃଷକ ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ଏହି ସଭା ଓଡ଼ିଶା କୃଷକ ସଭା ଓ ସିଟୁ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ତୁରନ୍ତ ତିନି କଳା କୃଷି ଆଇନକୁ ବାତିଲ କରିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ପ୍ରତ୍ୟାହାର, ତୈଳ ଦର ହ୍ରାସ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ, କଳାବଜାରୀଙ୍କ ଉପରେ ଅଙ୍କୁଶ ଲଗାଇବା ସହ ପ୍ରତ୍ୟେକ ପରିବାରକୁ ୧୦ କିଲୋ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ (ରାଶନ କିଟ୍‌) ଆଦି ଦାବି କରିଛନ୍ତି। ଆୟ କର ବାହାରେ ଥିବା ପରିବାରକୁ ମାସିକ ୭୫୦୦ ଟଙ୍କା ସହାୟତା ଦାବି କରିଛନ୍ତି। ଓଡ଼ିଶା କୃଷକସଭାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାଉତ, ସିଟୁର ସହ ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ନିର୍ମଳ ସିଂହ, ଦୈତାରୀ ଆପଟ, କାର୍ତ୍ତିକ ସାହୁ ପ୍ରମୁଖ ସାମିଲ ଥିଲେ।