ଆଶାକର୍ମୀଙ୍କ କାର୍ଯ୍ୟବନ୍ଦ, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ସୋରଡ଼ା,୩ା୧୨(ଡି.ଏନ୍‌.ଏ.): ରାଜ୍ୟ ଆଶାକର୍ମୀ ସଂଘ ନିଷ୍ପତ୍ତି କ୍ରମେ ୭ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ୨୧.୧୧.୨୦୨୨ରେ ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ୨୯.୧୧.୨୦୨୨ରେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଥିଲା। କିନ୍ତୁ କୌଣସି ସମାଧାନ ହୋଇପାରି ନ ଥିଲା। ପୁଣି ରାଜ୍ୟ ସଂଘ ନିଷ୍ପତ୍ତି ପ୍ରକାରେ ପୁନର୍ବାର ବିଧାନସଭା, ଜିଲା ସ୍ବାସ୍ଥ୍ୟ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ ଓ ଧାରଣା ଦେବାକୁ ନିଷ୍ପତ୍ତି କରାଯାଇଛି। ସ୍ଥାନୀୟ ଶାଖା ପକ୍ଷରୁ ଆଶାକର୍ମୀମାନେ ଏଠାରେ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଡାକ୍ତର ଦିଲ୍ଲୀପ କୁମାର ନାୟକଙ୍କୁ ଓ ସ୍ଥାନୀୟ ଆଇଆଇସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେବା ଯାଏ ରବିବାରଠାରୁ କାର୍ଯ୍ୟ ବନ୍ଦ ଚାଲୁ ରହିବ ବୋଲି କୁହାଯାଇଛି।