ରବିବାର ଶିକ୍ଷାନୁଷ୍ଠାନ ନ ଖୋଲିବାକୁ ଦାବି

ଭୁବନେଶ୍ୱର, ୭।୧(ବ୍ୟୁରୋ):ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ସବୁଦିନ ପାଠ ପଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ରବିବାର ପାଠ ପଢ଼ାକୁ ଶିକ୍ଷକମାନେ ନାପସନ୍ଦ କରିଛନ୍ତି। ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସ୍ବାଗତ କରିଛି। ରବିବାର ଗୋଟିଏ ଦିନ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ମଞ୍ଚ ଦାବି କରିଛି। କୋଭିଡ୍‌ ମହାମାରୀ ଯୋଗୁ ଦୀର୍ଘଦିନ ଧରି ସ୍କୁଲ ଓ କଲେଜ ବନ୍ଦ ହୋଇଥିଲେ ମଧ୍ୟ ଶିକ୍ଷକମାନେ କୋଭିଡ୍‌ କାର୍ଯ୍ୟ କରିବା ସହିତ ଅନ୍‌ଲାଇନ ଶିକ୍ଷାଦାନ ଜାରି ରଖିଥିଲେ। ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ଯଥା ସମ୍ଭବ ପିଲାମାନଙ୍କୁ ଶିକ୍ଷାଦାନ କରି ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ସଙ୍କଳ୍ପବଦ୍ଧ। କିନ୍ତୁ ସପ୍ତାହରେ ମାତ୍ର ଗୋଟିଏ ଦିନ ଛୁଟି ଦିଆ ନ ଗଲେ ଏହା ଶିକ୍ଷକ ତଥା ଛାତ୍ରୀଛାତ୍ରଙ୍କ ମାନସିକ ସନ୍ତୁଳନ ନଷ୍ଟ କରିବ। ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀରେ ୧୦୦ ମାର୍କ ସିଲାବସ ସାରିବା ପାଇଁ ୧୦୦ ଦିନିଆ କାର୍ଯ୍ୟ ଦିବସର ଆବଶ୍ୟକତା ଅନୁଭବ ହେଉ ନାହିଁ। ଏହାଛଡ଼ା ଜାନୁୟାରୀ ୩ରେ ପ୍ରକାଶିତ ବିଜ୍ଞପ୍ତିରେ ଉଚ୍ଚଶିକ୍ଷା ବିଭାଗ ରବିବାର ଅନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗଣଶିକ୍ଷା ବିଭାଗ ଜାନୁୟାରୀ ୨ରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଘୋଷଣା କରିଛି। ଏହାଦ୍ୱାରା ଉଭୟ ବିଭାଗ ମଧ୍ୟରେ ସମନ୍ବୟ ନ ଥିବା ସ୍ପଷ୍ଟ ବାରି ହେଉଛି। ଯେଉଁ ଅନୁଷ୍ଠାନରେ ଯୁକ୍ତ ଦୁଇ ଓ ଯୁକ୍ତ ୩ ମିଳିତ ଭାବେ ଶିକ୍ଷାଦାନ କରାଯାଉଛି ସେଠାରେ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଜାନୁୟାରୀରୁ ଏପ୍ରିଲ ପହିଲା ମଧ୍ୟରେ ଛାତ୍ରୀଛାତ୍ରମାନଙ୍କ ପାଠ୍ୟଖସଡ଼ା ସାରିବା ପାଇଁ ଶିକ୍ଷକମାନେ ବଦ୍ଧପରିକର। ଏହାଛଡ଼ା ପ୍ରଶ୍ନପତ୍ର ଢାଞ୍ଚା କିପରି ହେବ ଓ କେତେ ମାର୍କର ସଂକ୍ଷିପ୍ତ ପ୍ରଶ୍ନ ଓ କେତେ ମାର୍କର ଦୀର୍ଘ ପ୍ରଶ୍ନ ରହିବ ତାହା ବିଭାଗ ଶୀଘ୍ର ଘୋଷଣା କଲେ ସେହି ଅନୁଯାୟୀ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିବା ସହଜ ହେବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ସପ୍ତାହରେ କେବଳ ଗୋଟିଏ ଦିନ ଛୁଟି ଦେବାକୁ ମିଳିତ ମଞ୍ଚ ପକ୍ଷରୁ ଆବାହକ ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହଲା, ଗଗନ ବେଉରା, ବିନୋଦ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri