ପାଟଣା,୧୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନବନିର୍ମାଣ କୃଷକ ସଂଗଠନ ତରଫରୁ ସୋମବାର ପାଟଣା ତହସିଲ ଦାର ଅଶ୍ୱିନୀ କୁମାର ନାଏକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ୫ ଦିନ ମଧ୍ୟରେ ମଣ୍ଡି ଖୋଲିବାର କୌଣସି ସୂଚନା ନ ମିଳିଲେ ନବ ନିର୍ମାଣ କୃଷକ ସଂଗଠନ ଧାରଣାରେ ବସିବା ସହ ପୋସ୍କୋ ଜିନ୍ଦଲ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଦ ଯାତ୍ରା କରିବ ବୋଲି ଚେତାବନୀ ଦେଇଛି। ଅନ୍ୟ ଦାବିଗୁଡ଼ିକ ମଧ୍ୟରେ ବିନା କଟଣିଛଟଣିରେ ୫ଦିନ ମଧ୍ୟରେ ମଣ୍ଡି ଖୋଲା, ଧାନ ବସ୍ତା ପିଛା ଶ୍ରମିକ ମଜୁରୀ ମଣ୍ଡି ବହନ କରିବା, ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ନେତାଙ୍କୁ ବିନା କାରଣରେ ଗିରଫଙ୍କୁ ଖଲାସ ଓ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସହମତିରେ ମତାମତ ନେଇ ଜମି ଅଧିଗ୍ରହଣ ଆଦି ଦାବି ଅନ୍ତର୍ଭୁକ୍ତ। ପ୍ରତିନିଧିମଣ୍ଡଳୀରେ ନବ ନିର୍ମାଣ କୃଷକସଂଗଠନ ପାଟଣା ବ୍ଲକ ସଭାପତି ରାଜ ବଲ୍ଲଭ ମିଶ୍ର, ଜିଲା କାର୍ଯ୍ୟକାରୀ ସଭାପତି ଖଗେଶ୍ବର ମହାନ୍ତ, ସଦସ୍ୟ ରମାକାନ୍ତ ମହାନ୍ତ, ସନାତତନ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।


