ବୁଗୁଡ଼ାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଦାବି

ବୁଗୁଡ଼ା,୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ପୌରାଞ୍ଚଳରେ ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ଷ୍ଟାଡିୟମ ନାହିଁ। ଏ ନେଇ ପ୍ରତିଭାର ଉପଯୁକ୍ତ ବିକାଶ ହୋଇପାରୁ ନାହିଁ। ତେବେ ଆଜି ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ବୁଗୁଡା ଏନ୍‌ଏସିର କ୍ରୀଡାବିତ ଓ ପୂର୍ବତନ କାଉସିଲରମାନଙ୍କୁ ନେଇ ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଭିଡି଼ଓ କନଫରେନି୍ସ ବେଳେ ବୁଗୁଡ଼ାରେ ଏକ ମଲ୍ଟିପରପୋଜ ଇଣ୍ଡୋର ଷ୍ଟାଡିୟମ ମଞ୍ଜୁରୀ କରିବା ପାଇଁ ବହୁ କ୍ରୀଡ଼ାବିତ ଲୋକପ୍ରତିନିଧି ଏବଂ ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରାଙ୍କ ସମେତ ପୂର୍ବତନ କାଉସିଲର୍‌, କ୍ରୀଡାବିତ ଏବଂ ବୁଦ୍ଧିଜୀବୀଗଣ ଉପସ୍ଥିତ ରହିଥିଲେ ।