ଗ୍ରେଡ୍‌ ପେ’ ବୃଦ୍ଧି ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ସଂଘର ମିଳିତ ମଞ୍ଚ ପକ୍ଷରୁ ଗ୍ରେଡ୍‌ ପେ’ ବୃଦ୍ଧି ଦାବିରେରେ ବୁଧବାର ରାଜ୍ୟ ମୁଖ୍ର ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ସବ ରେଜିଷ୍ଟ୍ରାର କାଳିପ୍ରସାଦ ଧଳଙ୍କୁ ପ୍ରଦାନ କରିଛନ୍ତି। ଜିଲାସ୍ତରରେ କାର୍ଯ୍ୟରତ ସମସ୍ତ ଅମଲାଙ୍କୁ ଯୋଗ୍ୟତା ଭିତ୍ତିରେ ଗ୍ରେଡ୍‌ ପେ’ ୪,୨୦୦ ପ୍ରଦାନ କରିବା ଲାଗି ଦାବି କରିଛନ୍ତି। ଏହି ଦାବିକୁ ସରକାର ତୁରନ୍ତ ଗୁରତର ସହ ବିଚାରକୁ ନେଇ ଆସନ୍ତା ୨୧ତାରିଖ ସୁଦ୍ଧା ପଦକ୍ଷେପ ନ ନେଲେ ୨୨ତାରିଖଠାରୁ ସମସ୍ତେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିବା ସହ ଜୁନ୍‌ ୧ ତାରିଖଠାରୁ ସମୂହ ଛୁଟିରେ ରହିବା ଲାଗି ଚେତାବନୀ ଦେଇଛନ୍ତି। ଏଥିରେ ପ୍ରଦୀପ ବେହେରା, ସାଗରିକା ପାତ୍ର, ସୁଜାତା ମହାକୁଡ, ଜ୍ୟୋତ୍ସ୍ନାରାଣୀ ଭୂୟାଁ, ବି ଶ୍ରୀନିବାସ, ଗାନିର ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ।